ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସ ପାଳନ

କ୍ରାନ୍ତିବୀର ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ମାନଙ୍କ ଜନନାୟକ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଆଜି ତା ୧୫/୧୧/୨୦୨୨ ରିଖ ମଙ୍ଗଳବାର ଦିନ ଫୁଲବାଣୀ କରେନେସନ ପଡିଆ ଠାରେ ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସ ପାଳନ କରାଯାଇଛି ।ଏହି ଦିବସ ଅବସରରେ ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଆଜି ଫୁଲବାଣୀ ସହର ମାଦିକୁନ୍ଦା ଛକ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା !ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜଳ ଶକ୍ତି ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଯୋଗ ଦେଇଥିଲେ । ହଜାର ହଜାର ଜନଜାତିଙ୍କ ସହିତ ନିଜେ କେନ୍ଦ୍ର ମନ୍ତ୍ରୀ ଫୁଲବାଣୀ ମାଦିକୁନ୍ଦା ଛକରୁ ଜନଜାତି ଙ୍କର ପାରମ୍ପରିକ ଅସ୍ତ୍ରଶସ୍ତ୍ର ସଜ୍ଜିତ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ ଏବଂ ଜନଜାତି ମାନେ ବିର୍ସା ମୁଣ୍ଡା ଜିନ୍ଦାବାଦ, ଆଦିବାସୀ ଜିନ୍ଦାବାଦ ଓ ଭାରତ ମାତା କି ଜୟର ସ୍ଲୋଗାନ ଦେଇ ଆଦିବାସୀ ପୁରୁଷ ମହିଳା ପାରମ୍ପରିକ ନାଚ ଗୀତ କରି କରୋନେସନ ପଡ଼ିଆରେ ଆସି ପହଞ୍ଚିଥିଲେ ।କରୋନେସନ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ପ୍ରଥମେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା। କୁଇଜେଲପା ସମସ୍ତ ଆଦିବାସୀ ପୂଜକ ମାନଙ୍କ ଦ୍ୱାରା ମନ୍ତ୍ର ପାଠ କରାଯାଇ ଭୁମି ପୂଜା କରାଯାଇଥିଲା । କେନ୍ଦ୍ର ଜଳ ଶକ୍ତି ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ଟ୍ରାଇଫେଡ଼ ଅଦକ୍ଷ ପବିତ୍ର କହଁର,ମୁଖ୍ୟ ବକ୍ତା ଭାବେ ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମ ତଥା ଭାରତୀୟ ନାଗରୀୟ କାର୍ଯ୍ୟ ପ୍ରମୁଖ ଭଗବାନ ସାହାୟ ଙ୍କ ସମେତ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ,ରୂପେନ୍ଦ୍ର କଁହର, ରିଙ୍ଗମ ମୋରିଜୁ,ଙ୍କ ସହ ବହୁ ଜନଜାତି ନେତା ମାନେ ଉପସ୍ଥିତ ରହିଥିଲେ । ଆଦିବାସୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ସହିତ ସେମାନଙ୍କ ପରମ୍ପରାକୁ ଯଦି କେହି ଅଧିକ ଗୁରୁତ୍ୱ ଦେଇଛି ତାହା କେବଳ ଭାରତୀୟ ଜନତା ପାର୍ଟୀ ଦେଇଛି । ଆଦିବାସୀ ଙ୍କର ଜନ ନାୟକ ବିର୍ଷା ମୁଣ୍ଡା ଜନଜାତି ଧର୍ମ ସଂସ୍କୃତି ପରମ୍ପରା କୁ ରକ୍ଷା କରିବା ବ୍ରିଟିଶ ବିରୁଦ୍ଧରେ ଲଢେଇ କରି ଜେଲ ଯାଇ ଇତିହାସ ରଚିଥିଲେ। ଏଥି ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିର୍ଷା ମୁଣ୍ଡା ଙ୍କର ଜନ୍ମ ଜୟନ୍ତୀ କୁ ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସ ଭାବେ ସରକାରୀ ସ୍ତରରେ ଘୋଷଣା କରି ମାନ୍ୟତା ଦେଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ। ତେଣୁ ଏଥିପାଇଁ ଆମେ ଆଜି ସରକାରୀ ଏବଂ ବେସରକାରୀ ସ୍ତରରେ ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସକୁ ମହାଆଡମ୍ବରରେ ପାଳନ କରୁଛୁ ବୋଲି ମନ୍ତ୍ରୀ କହିଥିଲେ ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଦକ୍ଷିଣ ଷୋୖଣ୍ଢିକ ସମାଜର ଠାକୁରାଣୀ ଘଟଯାତ୍ରା ଉଦଯାପିତ

ଦୁଇ ଅନାଥ ଝିଅଙ୍କୁ ଭେଟିଲେ ଶିଶୁ ମଙ୍ଗଳ ସମିତି ମେମ୍ବର ଓ ଶିଶୁ ସୁରକ୍ଷା ୟୁନିଟ କର୍ମକର୍ତ୍ତା

Sunil Chandra Nayak

ପିଞ୍ଛାବଣିଆ ଗୁରୁକୁଳ ଆଶ୍ରମରେ ସମ୍ମାନ ସମାରୋହ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!