ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ଠାରେ ଦିନିକିଆ ବୈଠକରେ ସଚେତନ କାର୍ଯ୍ଯକ୍ରମ ଅନୁଷ୍ଠିତ

ଥୁଆମୂଳ ରାମପୁର: ୧୮/୧୧ – (ମ.ନି.ସ) :- ଆଜି ଯଥା ୧୮/୧୧/୨୦୨୨ ଶୁକ୍ରବାର ଦିନ ଥୁଆମୂଳ ରାମପୁର ବ୍ଳକ ମୁଖ୍ଯାଳୟ ଠାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଜେ.ଜେ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଥୁଆମୂଳ ରାମପୁର ବ୍ଳକ ଶିଶୁ ବିକାଶ ଯୋଜନା ପକ୍ଷରୁ ଏକ ବୈଠକ ଓ ସଚେତନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ଯକ୍ରମ ରେ ଜିଲ୍ଲା ଡିପିଏମୟୁ ର ଡିପିଏମ ଶ୍ରୀ ବିଶ୍ଵନାଥ ଦାସ ଯୋଗଦେଇ ଥିବାବେଳେ ଥୁଆମୂଳ ରାମପୁର ବ୍ଳକ ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ମିନତୀ ବାଳା ପଟ୍ଟନାୟକ, ଥୁଆମୂଳ ରାମପୁର ବ୍ଳକ ସମସ୍ତ ସେକ୍ଟର ସୁପରଭାଇଜର ପ୍ରମୁଖ ଉପସ୍ଥିତ ରହି ସମସ୍ତ ଅଙ୍ଗନଓ୍ବାଡି କର୍ମୀ ମାନଙ୍କୁ ସଚେତନ କରାଇଥିଲେ। ଶିଶୁ ବିକାଶ ଯୋଜନାରେ ଯାହାସବୁ କାର୍ଯ୍ଯ ଅନ୍ତର୍ଭୁକ୍ତ କରି କାର୍ଯ୍ଯ କରାଯାଉଛି, ଏହାର ସମସ୍ତ ବିଷୟ ଯଥା ୬ ଗୋଟି ସେବା, ବାଲ୍ଯ ବିବାହ ନିରୋଧ, ଏହା ଉପରେ ଗାଁ ସ୍ତରୀୟ ଲୋକଙ୍କୁ ସଚେତନ ସୃଷ୍ଟି କରିବା ଭଳି ଅନ୍ଯାନ୍ଯ କାର୍ଯ୍ଯ ଗୁଡିକକୁ କାର୍ଯ୍ଯକ୍ଷମ କରି ସୁରୁଖୁରୁ ଭାବରେ ସମ୍ପାଦନା କରିବା ନେଇ ଅଙ୍ଗନଓ୍ବାଡି କର୍ମୀ ମାନଙ୍କୁ ବୈଠକରେ ସଚେତନତା ସୃଷ୍ଟି କରାଯାଇଥିଲା।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବାଃ ବାଃ ରେ ଚିକିତ୍ସାଳୟ ମୋ ସରକାର କୁ ଫୁ 

Sunil Chandra Nayak

ନକଲି ମାଓ ଆତଙ୍କର ପର୍ଦ୍ଧାଫାସ…

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ପଞ୍ଚମ ସ୍ବରୂପ  ମାତା ସ୍କନ୍ଦମାତା

Sunil Chandra Nayak

Leave a Comment

error: Content is protected !!