ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଙ୍ଗଳେଶ୍ଵର ମିଡିଆ ହାଉସ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ବାଲେଶ୍ଵର – ନଭେମ୍ବର ୧୬ ତାରିଖକୁ ଜାତୀୟ ପ୍ରେସ ଦିବସ ଭାବରେ ସାରା ଦେଶରେ ବିଭିନ୍ନ ମିଡିଆ ହାଉସ୍ ପାଳନ କରୁଥିବା ବେଳେ ଲଙ୍ଗଳେଶ୍ଵର ମିଡିଆ ହାଉସ୍ ପକ୍ଷରୁ ଲଙ୍ଗଳେଶ୍ର ଠାରେ ପ୍ରେସ ଦିବସ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବରେ ଯୁବ ବ୍ୟବସାୟୀ ସବ୍ୟସାଚୀ ସାମଲ କେକ୍ କାଟି ପ୍ରେସ ଦିବସର କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ମିଡିଆ ହାଉସ୍ ର ସଦସ୍ୟ ମାନେ ଗଣମାଧ୍ୟମ ସୃଷ୍ଟିର କାରଣ ଓ ସାଂପ୍ରତିକ ଗଣମାଧ୍ୟମର ସ୍ଥିତି ବାବଦରେ ଆଲୋଚନା କରିଥିଲେ । ବାସ୍ତବରେ ଗଣମାଧ୍ୟମ ଆଜି ଦିଗହରା ବୋଲି ସମସ୍ତ ସଦସ୍ୟ ମାନଙ୍କ ମଧ୍ୟରେ ମତପ୍ରକାଶ ପାଇଥିଲା । ଆଗାମୀ ଦିନରେ ଲଙ୍ଗଳେଶ୍ଵର ମିଡିଆ ହାଉସ୍ ବିଭିନ୍ନ ଦୁର୍ନୀତି ଖୋର ସରକାରୀ ଅଧିକାରୀ, ରାଜନେତା ତଥା ମାଫିଆ ମାନଙ୍କର ମୁଖା ଖୋଲିବା ନେଇ ସମସ୍ତ ସଦସ୍ୟ ଶପଥ ନେଇଥିଲେ । ଲଙ୍ଗଳେଶ୍ଵର ମିଡିଆ ହାଉସ୍ ସାଧାରଣ ଲୋକଙ୍କ ସ୍ବର ହେବାକୁ ବଦ୍ଧ ପରିକର ବୋଲି ସବୁ ସଦସ୍ୟ ସ୍ବୀକାର କରିବା ସହ ଆଗାମୀ ଦିନରେ ମିଡିଆ ହାଉସ୍ କୁ ଅଧିକ କ୍ରିୟାଶୀଳ କରିବାପାଇଁ ସମସ୍ତ ସଦସ୍ୟ ମତପ୍ରକାଶ କରିଥିଲେ । ଜାତୀୟ ପ୍ରେସ ଦିବସରେ ମିଡିଆ ହାଉସ୍ ର ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ପାଣିଗ୍ରାହୀ, ପ୍ରଭାତ କୁମାର ଦାସ୍, ଲକ୍ଷ୍ମୀଧର ପ୍ରଧାନ, ସୁବାସ କୁମାର ଦାସ, ଦୀଲ୍ଲୀପ କୁମାର ଜେନା, ଗୋପିକୃଷ୍ଣ ପଣ୍ଡା, ସଞ୍ଜୟ କୁମାର ଗିରି ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ଜାତୀୟ ପ୍ରେସ ଦିବସକୁ ଧୁମ୍ ଧାମରେ ପାଳନ କରିଥିଲେ । ଶେଷରେ ପରସ୍ପର କେକ୍ ଖୁଆଇ ମିଷ୍ଠାନ ବଣ୍ଟନ ଦ୍ବାରା ଏକତାର ପ୍ରମାଣ ଦେଖାଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାସନ ଚାଉଳ ଗଣ୍ତାକ ପାଇଁ ଲୋକେ ଖର୍ଚ୍ଚାନ୍ତ ହେବା ସହ ଜୀବନ ହରାଉଛନ୍ତି

ଓଜେୟୁର ଜିଲ୍ଲା କାର୍ଯ୍ୟକାରୀଣି ବୈଠକ ,୧୦ ଦଫା ଦାବି ନେଇ ସରକାରଙ୍କୁ ଦାବିପତ୍ର ପ୍ରଦାନ ନିଷ୍ପତ୍ତି

Sunil Chandra Nayak

ଥୁଆମୂଳ ରାମପୁର ତାଲବନ୍ଦ ପଡାଠାରେ ଭୈରବ ଦେବଙ୍କ ଝାମୁଯାତ୍ରା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!