ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପଖଣ୍ଡ ସାମ୍ବାଦିକ ତରଫରୁ ସାମ୍ବାଦିକ ଦିବସ ପାଳିତ

କାମାକ୍ଷାନଗର(ମସିହା) :୧୮/୧୧_ କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ ତରଫରୁ ଜାତୀୟ ସାମ୍ବାଦିକ ଦିବସ ଉପଖଣ୍ଡ ସାମ୍ବାଦିକ କାର୍ଯ୍ୟାଳୟ ଠାରେ ପାଳିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ସଙ୍ଘ ର ସଭାପତି ଶୁଭମୟ ନନ୍ଦ ଙ୍କ ନେତୃତ୍ୱ ରେ ସମସ୍ତ ସାମ୍ବାଦିକ ଭାଇ ଭଉଣୀ ମାନଙ୍କୁ କିପରି ଜନସାଧାରଣ ଙ୍କୁ ସଚେତନ କରିବେ ସେ ବିଷୟରେ ବୁଝାଇଥିଲେ l ତା ସହିତ କିପରି ନିର୍ଭିକ ହୋଇ ସତ୍ୟ ଏବଂ ନିରପେକ୍ଷ ସମ୍ବାଦ ପରିବେଷଣ କରିବେ ଓ ସତ କଥା କୁ ଲୋକ ଲୋଚନ କୁ ଆଣିବା ହିଁ ମୂଳଲକ୍ଷ୍ୟ ସେ ବିଷୟରେ ନିଜ ଅଭିଭାଷଣ ମାଧ୍ୟମ ରେ କହିଥିଲେ l ଲୋକ ମାନଙ୍କ ର ଦୁଃଖ ଦୁର୍ଦଶା କିପରି ପ୍ରଶାସନ ପାଖରେ ପହଂଚି ପାରିବ ସେବିଷୟରେ ଆଲୋଚନା କରି ସମସ୍ତ ସାମ୍ବାଦିକ ନିଜ ନିଜ ର ଅଭିଭାଷଣ ମାଧ୍ୟମ ରେ କହିଥିଲେ l ଏହି ଅବସରରେ ସାମ୍ବାଦିକ ମାନେ ନିଜ ନିଜ ର ସୁରକ୍ଷା ଓ ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି କରିବା ନେଇ ଜିଲ୍ଲା ପ୍ରଶାସନ ନିକଟରେ ଦାବି ରଖିବା ନେଇ ଆଲୋଚନା କରିଥିଲେ l ସଭା ଶେଷରେ ଉପସଭାପତି ଚିତ୍ତରଞ୍ଜନ ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସରସ୍ଵତୀ ଶିଶୁ ମନ୍ଦିର ନବରଙ୍ଗପୁରର ବାର୍ଷିକ କ୍ରୀଡା ଉତ୍ସବ

Sunil Chandra Nayak

ରୀକ୍ଷିରାମ ମେହେର  ଙ୍କ କବିତା ପରିକଳ୍ପନାର ସହରରେ

Sunil Chandra Nayak

ଚିଚିଆ ଗ୍ରାମରେ ପଞ୍ଚମ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଓ ସତ୍ୟ ନାରାୟଣ ପୂଜା ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!