ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପଖଣ୍ଡ ସାମ୍ବାଦିକ ତରଫରୁ ସାମ୍ବାଦିକ ଦିବସ ପାଳିତ

କାମାକ୍ଷାନଗର(ମସିହା) :୧୮/୧୧_ କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ ତରଫରୁ ଜାତୀୟ ସାମ୍ବାଦିକ ଦିବସ ଉପଖଣ୍ଡ ସାମ୍ବାଦିକ କାର୍ଯ୍ୟାଳୟ ଠାରେ ପାଳିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ସଙ୍ଘ ର ସଭାପତି ଶୁଭମୟ ନନ୍ଦ ଙ୍କ ନେତୃତ୍ୱ ରେ ସମସ୍ତ ସାମ୍ବାଦିକ ଭାଇ ଭଉଣୀ ମାନଙ୍କୁ କିପରି ଜନସାଧାରଣ ଙ୍କୁ ସଚେତନ କରିବେ ସେ ବିଷୟରେ ବୁଝାଇଥିଲେ l ତା ସହିତ କିପରି ନିର୍ଭିକ ହୋଇ ସତ୍ୟ ଏବଂ ନିରପେକ୍ଷ ସମ୍ବାଦ ପରିବେଷଣ କରିବେ ଓ ସତ କଥା କୁ ଲୋକ ଲୋଚନ କୁ ଆଣିବା ହିଁ ମୂଳଲକ୍ଷ୍ୟ ସେ ବିଷୟରେ ନିଜ ଅଭିଭାଷଣ ମାଧ୍ୟମ ରେ କହିଥିଲେ l ଲୋକ ମାନଙ୍କ ର ଦୁଃଖ ଦୁର୍ଦଶା କିପରି ପ୍ରଶାସନ ପାଖରେ ପହଂଚି ପାରିବ ସେବିଷୟରେ ଆଲୋଚନା କରି ସମସ୍ତ ସାମ୍ବାଦିକ ନିଜ ନିଜ ର ଅଭିଭାଷଣ ମାଧ୍ୟମ ରେ କହିଥିଲେ l ଏହି ଅବସରରେ ସାମ୍ବାଦିକ ମାନେ ନିଜ ନିଜ ର ସୁରକ୍ଷା ଓ ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି କରିବା ନେଇ ଜିଲ୍ଲା ପ୍ରଶାସନ ନିକଟରେ ଦାବି ରଖିବା ନେଇ ଆଲୋଚନା କରିଥିଲେ l ସଭା ଶେଷରେ ଉପସଭାପତି ଚିତ୍ତରଞ୍ଜନ ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଧାନ କିଆରୀକୁ ଜଗିବାକୁ ଯାଇ ଦନ୍ତା ହାତୀର ହାବୁଡ଼ରେ ଚାଷୀ ଆହତ

Sunil Chandra Nayak

ସରିଲା ସମବାୟ ସମିତିର ସଭାପତି ଓ ଉପ-ସଭାପତି ନିର୍ବାଚନ 

Sunil Chandra Nayak

ତାଳଡଙ୍ଗା ଗ୍ରାମରେ ଗ୍ରହରାଜ ଶ୍ରୀ ଶନିମହାରାଜ ଙ୍କ ଯଜ୍ଞ ଓ ବାର୍ଷିକମହୋତ୍ସବ ଅନୁଷ୍ଠିତ

Leave a Comment

error: Content is protected !!