ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମାଜିକ ସୁରକ୍ଷା ସମୀକ୍ଷା ବୈଠକ

ଡାବୁଗାଁ, ୧୯/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ସାମାଜିକ ସୁରକ୍ଷା ଉପରେ ଏକ ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ସାମାଜିକ ସୁରକ୍ଷା ବିଭାଗର ଯୋଜନା ଉପରେ ସଚେତନତା, ମୃତ ପେନସନ ହିତାଧିକାରୀଙ୍କୁ ଠାବ କରିବା, ଶଯ୍ୟାଶାୟୀ ପେନସନ ହିତାଧିକାରୀଙ୍କୁ ଠାବ କରିବା, ବ୍ୟାଙ୍କ ମିତ୍ରଙ୍କ ଦ୍ଵାରା ପେନସନ ବଣ୍ଟନ, ଜାତୀୟ ପରିବାର ମଙ୍ଗଳ ଯୋଜନା, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଡିଆରଆଇ ଋଣ ପ୍ରଦାନ, ଭିନ୍ନକ୍ଷମ ଛାତ୍ରୀଛାତ୍ର ଙ୍କୁ ବାଣିଶ୍ରୀ ବୃତ୍ତି ପ୍ରଦାନ, ଭିନ୍ନକ୍ଷମ ପ୍ରମାଣପତ୍ର, ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ନମ୍ବର ସଂଗ୍ରହ କରି ଏନଏସଏପି ପୋର୍ଟାଲରେ ସଂଯୋଗ କରିବା ଉପରେ ଆଲୋଚନା ହୋଇଥିଲା | ଏଥିରେ ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ସିଡିପିଓ ଗୀତାଞ୍ଜଳି ମହାରଣା, ବ୍ଲକ ଶିକ୍ଷା ଅଧିକାରୀ ଶିବଶଙ୍କର ମଣ୍ଡଳ, ଗ୍ରାମପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି. ପ୍ରସାଦ, ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟାସଭ୍ୟ, ଗ୍ରାମରୋଜଗର ସେବିକା ସେବକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଚାଷୀଙ୍କୁ ଯାନ୍ତ୍ରିକ ଉପକରଣ ଯୋଗାଇବ ଜେଏସ୍‌ପିଏଲ୍ ଫାଉଣ୍ଡେସନ

କେଲିଆ ଗଡ ଅଲେଖ ମନ୍ଦିରରେ ନୁଆ ଖାଇ ପର୍ବ

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ପରିଣାମ

Leave a Comment

error: Content is protected !!