ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୀଳଗିରିକୁ ମରୁଡି ଅଞ୍ଚଳ ଘୋଷଣା ଦାବି ନେଇ ସିପିଆଇ(CPI) ର ଗଣ ବିକ୍ଷୋଭ 

ବାଲେଶ୍ୱର,୨୦/୧୧/୨୨-ଭାରତୀୟ କମ୍ଯୁନିଷ୍ଟ ପାର୍ଟି ନିଳଗିରି ଅଞ୍ଚଳ କମିଟି ତରଫରୁ ବାଲେଶ୍ଵର ଜିଲ୍ଲା ନୀଳଗିରିରେ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭ ଜଗନ୍ନାଥ ମନ୍ଦିର ତଥା ରାଜବାଟୀ ଠାରୁ ଆରମ୍ଭ ହୋଇଥିଲା । ସାହସ୍ରାଧିକ ମହିଳା ଓ ପୁରୁଷ କମ୍ରେଡ ବିଭିନ୍ନ ସ୍ଲୋଗାନ ଦେଇ ବିରାଟ ପଟୁଆରରେ ଉପ-ଜିଲ୍ଲାପାଳଙ୍କ ଅଫିସ୍ ନିକଟରେ ପହଞ୍ଚିଥିଲେ । ପରେ ପରେ ଉପ-ଜିଲ୍ଲାପାଳଙ୍କ ଅଫିସ ପରିସରରେ ବର୍ଷିଆନ ନେତା କୈଳାଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ, ଜୋନ ସମ୍ପାଦକ ବିଜୟ ସ, ପ୍ରତାପ ମହାନ୍ତି, ପୁରୁଷୋତ୍ତମ ସେଠୀ, ମନୋରଞ୍ଜନ ଦାସ, ଭୋଳାନାଥ ମାଝୀ ଜଗନ୍ନାଥ ଟୁଡୁ, ବହାଦୁର ସିଂ, ବରିଷ୍ଠ ନେତା କରୁଣାକର ପରିଡା, ହରେକୃଷ୍ଣ ପଣ୍ଡିତ, ବିଦ୍ୟାଧର ବେହେରା, ବିକ୍ରମ ମିଶ୍ର, ପ୍ରଭାକର ମହାପାତ୍ର, ଲଷ୍ମୀଧର ମହାନ୍ତି ପ୍ରମୁଖ ନେତୃତ୍ୱଙ୍କ ସହଯୋଗ କ୍ରମେ ବିକ୍ଷୋଭ ସଫଳ ହୋଇଥିଲା । ଜଙ୍ଗଲ ଜମିର ପଟ୍ଟା, ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ଓ ଭତ୍ତା, ଆବାସ ଯୋଜନାରେ ଘର ଯୋଗାଇ ଦେବା, ଜଳସେଚନର ବ୍ୟବସ୍ଥା କରିବା, ସମସ୍ତ କୃଷି ଋଣ ଛାଡ଼ କରିବା, ବକେୟା ଇନପୁଟ ସବସିଡ୍ ତୁରନ୍ତ ପ୍ରଦାନ କରିବା, ଚାଷୀ ମାନଙ୍କୁ ରିହାତି ମୂଲ୍ୟରେ କୃଷି ସାମଗ୍ରୀ ଯୋଗାଇ ଦେବା, ନୂତନ ଚାଷ ଋଣ ମଂଜୁର କରିବା ଆଦି ୯ ଦଫା ଦାବି ଉପ-ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପୋଖରୀ ରେ ବୁଡି ନାବାଳକ ମୃତ

Sunil Chandra Nayak

ଚନ୍ଦ୍ର କଳା ଦେବୀ ଙ୍କ କବିତା – ମୋ ଗାଆଁ

Sunil Chandra Nayak

ବେହେରା ରେ କାଳବୈଶାଖୀ ବର୍ଷା , ଉପୁଡ଼ିଲା ଗଛ ଭାଙ୍ଗିଲା ବିଜୁଳି ଖୁଣ୍ଟ

Leave a Comment

error: Content is protected !!