ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଲିଗୁଡ଼ାରେ କଳସ ଶୋଭାଯାତ୍ରା

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମର ଚୁନ୍ଦି ରଣା ବଂଶର କୁଳଦେବୀ ବୁଢା ରଜା ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ଅବସରରେ ଚୁନ୍ଦି ରଣା ବଂଶର ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ନିକଟସ୍ଥ ହାତୀ ନଦୀରୁ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନା କରିଥିଲେ ।ବୁଢା ରଜା ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ଅବସରରେ ପୂଜକ ଭାବରେ ଅଜିତ ପୁରୋହିତ ଦାୟିତ୍ୱ ବହନ କରି ଥିବା ବେଳେ କର୍ତ୍ତା ଭାବରେ ମଦନମୋହନ ରଣା ଓ ତାଙ୍କ ପତ୍ନୀ କମଳା ରଣା ଦାୟିତ୍ୱ ବହନ କରିଥିବା ବେଳେ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ଚୁନ୍ଦି ରଣା ବଂଶର ବୈକୁଣ୍ଠ ରଣା ,ସେବତୀ ରଣା ,ସରସ ରଣା ,ଗୌରୀ ରଣା ,ଶିବ ପ୍ରସାଦ ରଣା ,ସ୍ମିତା ରଣା ,ଅଗସ୍ତି ରଣା ,ଶୋଭଗ୍ନୀ ରଣା ,ଅଶୋକ ରଣା ,ନେପୁର ରଣା ,ଖଲିଲ ରଣା ,ବୀଣା ରଣା ,ତପନ ରଣା ,ସରିତା ରଣା ,ସନ୍ତୋଷ ରଣା ,ନିବେଦିତ। ରଣା ,ସୌମ୍ୟରଂଜନ ରଣା ,ସୋନାଲି ରଣା ,ବିନାୟକ ରଣା ,ପଦ୍ମାଖି ରଣା ଏବଂ ରତ୍ନାକର ରଣା ଓ ସଂ ଗୀତା ରଣା ଦାୟିତ୍ୱ ବହନ କରି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ୫୦ ଖଣ୍ଡ ଗ୍ରାମର ଚୁନ୍ଦି ରଣା ବଂଶର ୧୦୦୦ ରୁ ଉର୍ଦ୍ଧ ଭାଇ ଓ ଭଉଣୀ ଏବଂ ମହିଳାମାନେ ଯୋଗଦାନ କରି ବୁଢା ର ଜା ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

ସୁନ୍ଦର ମୋହନ ଛ ତ୍ରିଆ ,ଚିଲିଗୁଡା

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଵାରାଙ୍ଗନା

Sunil Chandra Nayak

କୋକସରା ପୁଲିସ ରେ ବିଜୟା ଦଶମୀ ଉତ୍ସବ ରେ ପୁଜିତ ହେଲେ ମା ଭଣ୍ଡାର ଘରଣୀ

Sunil Chandra Nayak

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ବିଜେଡି ଦାୟୀ: ଯଜ୍ଞ ପ୍ରସାଦ

Sunil Chandra Nayak

Leave a Comment

error: Content is protected !!