ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେଲିଆ ପ୍ରାଥମିକ ବିଦ୍ୟାଳୟର ସ୍ଵର୍ଣ୍ଣ ଜୟନ୍ତୀ ପାଳିତ

ଡାବୁଗାଁ, ୨୦/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଚଚରାଗୁଡା ଗ୍ରାମପଞ୍ଚାୟତ କେଲିଆ ଗ୍ରାମରେ ତା୧୯।୧୧।୧୯୭୨ ମସିହାରେ ସ୍ଵର୍ଗତ ନରସିଙ୍ଗ ବେହେରାଙ୍କ ବାସ ଭବନରେ ୨୦ଜଣ ଛାତ୍ରୀଛାତ୍ରମାନଙ୍କୁ ନେଇ ପ୍ରାଥମିକ ବିଦ୍ୟାଳୟ ଗଢିଉଠିଥିଲା । ଏକ ବର୍ଷପରେ ଚୈତନ୍ୟ ଗଉଡଙ୍କ ବାସ ଭବନରେ ଏକ ବର୍ଷ, ପରେ ସ୍ଵର୍ଗତ ରୁପସିଙ୍ଗ ପୁଜାରୀଙ୍କ ଯାଗାରେ ଦୁଇ ବଖରା ଘରେ ତିନି ବର୍ଷ ବିଦ୍ୟାଳୟ ଚାଲିଥିଲା । ପରେ ସମାଜସେବୀ ମଧୁସୁଦନ ପୁଜାରୀ ଖାତା ନମ୍ବର ୬୧,ପ୍ଲଟ୍ ନମ୍ବର୍ ୪୪ରେ ବ୍ଲକ ପ୍ରଶାସନ ତରଫରୁ ଦୁଇ ବଖରା କୋଠା ଘରରେ ଛାତ୍ରୀ ଛାତ୍ର ପାଠ ପଢିବାର ସୁଯୋଗ ପାଇଥିଲେ, ଯାହାକି ୨୦୦୦ ମସିହାରେ ତତକାଳୀନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ ଙ୍କ କରକମଳରେ ବିଦ୍ୟାଳୟ ଗୃହ ଉଦଘାଟିତ ହୋଇଥିଲା । ପରେ ସର୍ବ ଶିକ୍ଷା ଅଭିଯାନ ଯୋଜନାରେ ୨୦୧୧ ରେ ଏକ ଅତିରିକ୍ତ ଶ୍ରେଣୀଗୃହ ଯୋଗାଇ ଦିଆଯାଇଥିଲା । ଉକ୍ତ ବିଦ୍ୟାଳୟଟି ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀରେ ଏବେ ୫୭ଜଣ ଛାତ୍ରୀ ଛାତ୍ର ବିଦ୍ୟା ଅଧ୍ୟୟନ କରୁଛନ୍ତି । ଠିକ ୫୦ ବର୍ଷ ତଳେ ଉକ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ, କେଲିଆ ହୋଇ ଥିବାରୁ ଆଜି ସେହି ବିଦ୍ୟାଳୟ ର ସୁବର୍ଣ ଜୟନ୍ତୀ ପାଳନ କରିଛି । ଏହି ଅବସରରେ ଶନିବାର ସକାଳେ ସ୍ଵର୍ଣ୍ଣ ଜୟନ୍ତୀ ଉଦଘାଟନ ଉତ୍ସବ ହୋଇ ଥିବାବେଳେ ଅପରାହ୍ନରେ ଉଦଯାପନୀ ଉତ୍ସବରେ ନବରଙ୍ଗପୁର ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ସମ୍ମାନୀତ ଅତିଥି ଭାବେ ସାଂସଦ ପ୍ରତିନିଧି ଏମ୍. ଆପାରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଜିଲ୍ଲା ପରିଷଦ ସଭ୍ୟ ଜୋନ୍-୨ ଗୁପ୍ତ ବିଷୋୟୀ, ଡାବୁଗାଁ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଚଚରାଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ରଞ୍ଜୁ ଭତ୍ରା ଓ ଚଚରାଗୁଡା ପୁର୍ବତନ ସରପଞ୍ଚ ଧର୍ମାନନ୍ଦ ନାୟକ ପ୍ରମୁଖ ମଞ୍ଚରେ ମଞ୍ଚାସୀନ ରହିଥିଲେ । ପ୍ରଥମେ ସମସ୍ତ ଅତିଥିବୃନ୍ଦ ସ୍ଵର୍ଣ୍ଣ ଜୟନ୍ତୀ ର କେକ୍ କାଟି ମଞ୍ଚ ଉପରେ ଉପବିଶନ କରି ଛାତ୍ର,ଛାତ୍ରୀ,ଅଭିଭାବକ,ଅଭିଭାବିକା ବ୍ରୁନ୍ଦଙ୍କୁ ବହୁ ଉପଦେଶ ମାନ ଶିକ୍ଷା ଉପରେ ଦେଇଥିଲେ । ମୁଖ୍ୟ ଅତିଥି ଛାତ୍ରୀ ଛାତ୍ର ମାନଙ୍କ ପାଇଁ ସରକାରଙ୍କ ଯୋଜନା ଉପରେ ବ୍ୟାପକ ପରାମର୍ଶ ଦେଇଥିଲେ । ସଭାପତି ଶିକ୍ଷା ପାଇଁ ୩ ଜଣ ଠିକ୍ ଥିଲେ ଶିକ୍ଷା ଭଲ ହୋଇପାରିବ,ଯଥା ଗ୍ରାମବାସୀ, ଶିକ୍ଷକଶିକ୍ଷୟତ୍ରୀ, ଛାତ୍ରୀ ଛାତ୍ର, ଏମାନଙ୍କ ସହଯୋଗ ନିତ୍ୟାନ୍ତ ପ୍ରୟୋଜନ ବୋଲି ମତ ପୋଷଣ କରିଥିଲେ । ଏହି ଦିବସ ପାଇଁ ଆଗରୁ ବିଭିନ୍ନ ଖେଳ, କୁଦ ହୋଇ ପ୍ରଥମ, ଦିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଛାତ୍ର ମାନଙ୍କୁ ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଉକ୍ତ ବିଦ୍ୟାଳୟ ତାର ସ୍ଵର୍ଣ୍ଣ ଜୟନ୍ତୀ ପାଳନ କରି ଥିବାବେଳେ ଉକ୍ତ ବିଦ୍ୟାଳୟର ପରିସର ମଧ୍ୟରେ ବିଦ୍ୟୁତ ସିଲଭର ତିନି ଫେଜ୍ ତାର ଯାଇ ଥିବାରୁ କେତେବେଳେ କିଏ ବିପଦର ସମ୍ମୁଖିନ ହେବ, ତାହା କିଏ କହିବ ? ଏଣୁ ବିଦ୍ୟୁତ ବିଭାଗ ଏ ଦିଗରେ ଦ୍ରୁଷ୍ଟି ଦେଇ ତୁରନ୍ତ ବିଦ୍ୟାଳୟ ପରିସର ଉପରୁ ଯାଇଥିବା ତାରକୁ ସ୍ଥାନାନ୍ତର କରାଇ କୋମଳମତି ଛାତ୍ରୀ ଛାତ୍ର ଙ୍କଜୀବନ ସୁରକ୍ଷିତ ରଖିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । ପୁର୍ବତନ ଶିକ୍ଷକ, ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଓ ଗ୍ରାମର ବହୁ ଭଦ୍ରବ୍ୟକ୍ତିଙ୍କ ସହଯୋଗରେ ସ୍ଵର୍ଣ୍ଣ ଜୟନ୍ତୀ ସରସ ସୁନ୍ଦର ହୋଇଥିଲା।

  ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପୋଡ଼ାଗଡ଼ ଠାରେ ପ୍ରାକ ଦଶହରା ପାଳିତ         

Sunil Chandra Nayak

କିଛିଦିନ ବ୍ୟବଧାନ ରେ ଦେଖିବାକୁ ମିଳିଛି  ମାଓ  ବେନର 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!