ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲାରୋଡ଼ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କର ନାଗପୁର ଠାରେ ସମ୍ବର୍ଦ୍ଧିତ

ନର୍ଲା-(ମ ନି ସ )20/11/22-ବିଜ୍ଞାନ ପ୍ରସାର, ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, ନାଗପୁର କର୍ପୋରେସନ ଓ ଏସୋସିଏସନ ଫର ରିସର୍ଚ୍ଚ ଏଣ୍ଡ ଟ୍ରେନିଂ ଇନ ବେସିକ ସାଇନ୍ସ ଏଜୁକେସନ ର ମିଳିତ ସହଯୋଗ ରେ ପାଳିତ ହେଇ ଯାଇଛି ଅପୂର୍ବ ବିଜ୍ଞାନ ମେଳା। ନାଗପୁର ଠାରେ ଅନୁଷ୍ଠିତ ମେଳା ର ରୌପ୍ୟ ଜୟନ୍ତୀ ସମାହାର ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଜ୍ଞାନ ର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଭାରତର ବିଭିନ୍ନ ପ୍ରାନ୍ତର ୫୦ ଜଣ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଏହି ଅବସରରେ କଳାହାଣ୍ଡି ଜିଲ୍ଲା, ଜୟଦୁର୍ଗା ହାଇସ୍କୁଲ, ନର୍ଲାରୋଡ଼ ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କରଙ୍କୁ ସମ୍ବର୍ଦ୍ଧିତ କରା ଯାଇଛି। ଜଣେ ନିୟମିତ ବିଜ୍ଞାନ ର ଜଟିଳ ବିଷୟ କୁ ସ୍ୱଳ୍ପ ମୂଲ୍ୟ ବା ବିନା ମୂଲ୍ୟର ଉପକରଣ ତିଆରି କରି ପିଲାଙ୍କୁ ବୁଝାଇବା, ବିଜ୍ଞାନ ଲେଖା, ବିଜ୍ଞାନ ସମ୍ପର୍କିତ ଦୃଶ୍ୟ ଶ୍ରାବ୍ୟ ସାମଗ୍ରୀ ପ୍ରସ୍ତୁତି ତଥା ସମାଜରେ ବୈଜ୍ଞାନିକ ଦୃଷ୍ଟିକୋଣ ର ପ୍ରଚାର ପ୍ରସାର କରି ଆସୁଛନ୍ତି। ସମ୍ବର୍ଦ୍ଧନା ସଭାର ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ନିତିନ ଗଡ଼କରୀ ଯୋଗ ଦେଇ ବିଜ୍ଞାନ ର ସରଳ ପରୀକ୍ଷଣ ବୈଜ୍ଞାନିକ ଦୃଷ୍ଟକୋଣ ବିକାଶ କରିବାରେ ମୂଖ୍ୟ ଭୂମିକା ରହିଛି ବୋଲି ମତ ପ୍ରକାଶ କରି ଥିଲେ। କାର୍ଯ୍ୟକ୍ରମ ରେ ବିଶିଷ୍ଟ ଅତିଥି ଭାବେ ବିଜ୍ଞାନ ପ୍ରସାର ର ନିର୍ଦ୍ଦେଶକ ଡ଼. ନକୁଳ ପରାସର, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ର କୁଳାଧିପତି ଡ଼. ଅମିତ ବାନାର୍ଜୀ, ଏସୋସିଏସନ ଫର ରିସର୍ଚ୍ଚ ଏଣ୍ଡ ଟ୍ରେନିଂ ଇନ ବେସିକ ଏଜୁକେସନ ର ସଂସ୍ଥାପକ ସୁରେଶ ଅଗ୍ରୱାଲ ଓ ମାର୍ଗ ଦର୍ଶକ ବ୍ରହ୍ମାନନ୍ଦ ସ୍ବାଇଁ ପମୁଖ ଉପସ୍ଥିତ ରହି ବିଜ୍ଞାନ ଶିକ୍ଷା ର ପ୍ରୟୋଗାତ୍ମକ ଦିଗ ପ୍ରତି ଦୃଷ୍ଟି ଦେବା କୁ ଆହ୍ୱାନ କରି ଥିଲେ।

ନିରଞ୍ଜନ ଗଉଡ଼,ନର୍ଲା l

Related posts

ରାସ୍ତାରେ ମୃତାବସ୍ଥାରେ ପଡ଼ିଥିବା କୁକୁରର ଶବ ସତ୍କାର କଲେ ଯୁବ ସମାଜସେବୀ ସୁରେନ୍ଦ୍ର ମୁଣ୍ଡା

Sunil Chandra Nayak

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ଗଜାନନ

Sunil Chandra Nayak

ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ କୁ ନେଇ ୟୁଟ୍ୟୁବର ଙ୍କ ନାମରେ ଥାନାରେ ଏତଲା

Sunil Chandra Nayak

Leave a Comment

error: Content is protected !!