ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ପରିବାର ବୋଝ ମୋତେ ବି ଘାରୁଛି
      ଚିନ୍ତା ଦିନ ମୋର ରାତି
ଆହାର ପାଇଁ କି ଦାଣ୍ଡେ ବସିଅଛି
    ପ୍ରଭୁ ରକ୍ଷା ବଂଶପ୍ରୀତି।
ଏତିକି କରିବ ମୋ ପାଇଁ ପ୍ରଭୁ ହେ
     ପରିବାର ବୋଝ ନିଅ
ଯାହା ତୁମେ କୁହ ତାହା ମୁଁ କରିବି
   ଦୁଃଖ ଯନ୍ତ୍ରଣା ନ ଦିଅ।
ବୟସ ହୋଇଲା ବେଳ ଗଡ଼ି ଚାଲେ
      ଥକା ମାରି ବସେ ଦଣ୍ଡେ
ପ୍ରଭୁ ନାମ ଧରି ଭଜନ ସଂଗୀତ
       ଗାଉଛି ସ୍ବର ମୋ କଣ୍ଠେ।
ଯେତେ ଦିନ ଧରି ପ୍ରଭୁ ନାମ ଜପ
     ସେତେ ଦିନ ସବୁ ସତ
ନାମକୁ ଛାଡ଼ିଲେ ଅନ୍ଧାର ଦିଶିବ
     ଚାରି ପାଖ କଳା ଭୁତ।
ସମୟ ନଦୀରେ ସ୍ରୋତ ଯେ ପ୍ରବଳ
      ପାରି ହବା ବଡ଼ କଷ୍ଟ
ଜୀବନରେ ଭଲ କାମ କରିଥିଲେ
     ବୈକୁଣ୍ଠ ମୋ ପାଇଁ ଶ୍ରେଷ୍ଠ।
ଏ ମାନଗୋବିନ୍ଦ ପଦରେ ଆନନ୍ଦ
    ଲେଖୁ ଥାଉ ଲେଖା ଆଉ
ଶରଣ ପଶୁଛି ପାଦ ତଳେ ମୁହିଁ
     ଆଶୀର୍ବାଦ ମହାବାହୁ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ଶାସ୍ତ୍ରୀୟ ଭାଷା ଦିବସ ପାଳନ

Sunil Chandra Nayak

କପଡା ଦୋକାନରୁ ଚୋରି 7ଅଭିଯୁକ୍ତ ଙ୍କୁ ଧରିଲା ପୋଲିସ 

Sunil Chandra Nayak

ଅବସରକାଳୀନ ସମ୍ବର୍ଦ୍ଧନା ସଭା

Leave a Comment

error: Content is protected !!