ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାଜସେବୀଙ୍କ ନିକଟରେ ଅଭିଯୋଗ କଲେ ଗ୍ରାମବାସୀ

ବାଲେଶ୍ଵର,୨୦/୧୧/୨୨- ବାହାରେ ମଳତ୍ୟାଗ କରିବା ଦ୍ବାରା ପରିବେଶ ଦୂଷିତ ହେଉଛି । ସେଥିପାଇଁ ସରକାର ସ୍ବଚ୍ଛ ଭାରତ ଯୋଜନାରେ ପ୍ରତ୍ୟେକ ପରିବାରକୁ ପାଇଖାନା ଯୋଗାଇ ଦେଇଅଛନ୍ତି । କିନ୍ତୁ ପାଇଖାନା ବ୍ଯବହାର ନକରି ବାହାରେ ମଳତ୍ୟାଗ କରି ପରିବେଶକୁ ଦୂଷିତ କରିବା ଭଳି ଦୃଶ୍ୟ ସମାଜସେବୀଙ୍କ ଦୃଷ୍ଟି ଗୋଚର ହୋଇଛି, ଯାହାକି ସମାଜସେବୀଙ୍କୁ ଆଶ୍ଚର୍ଯ୍ୟ ବୋଧ ହୋଇଛି । ପ୍ରକାଶ ଥାଉକି- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକର ସମାଜସେବୀ ଅସିତ୍ କୁମାର ଜେନା ପ୍ରାତଭ୍ରମଣ କରୁଥିବା ବେଳେ ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତର ପଦୁନା ଗ୍ରାମ ମଧ୍ୟ ଦେଇ ଯାଇଥିବା କୁପାରୀ-ଆଗରପଡା ପିଚୁରାସ୍ତା କଡରେ କିଛି ଲୋକ ମଳତ୍ୟାଗ କରୁଥିବାର ଦେଖିବାକୁ ପାଇଥିଲେ । ଏହି ମଳତ୍ୟାଗ କରିବା ଦ୍ବାରା ପରିବେଶ ଦୂଷିତ ହେଉଥିବା ମନେକରି ଗ୍ରାମର ୱାର୍ଡ ସଭ୍ୟାଙ୍କ ସ୍ବାମୀ ସନାତନ ସାହୁଙ୍କୁ ସମାଜସେବୀ ଜଣାଇଥିଲେ । ସରକାରଙ୍କ ସ୍ବଚ୍ଛଭାରତ ପାଇଖାନା ବ୍ଯବହାର ନକରି ପରିବେଶକୁ ଦୂଷିତ କଲାଭଳି ସମାଜରେ ଏଭଳି ବ୍ଯକ୍ତି ଅଛନ୍ତି ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି । ରାସ୍ତା କଡରେ ମଳତ୍ୟାଗ କରିବା ଦ୍ବାରା ଯାତାୟାତ କରୁଥିବା ଜନସାଧାରଣ ଦୁର୍ଗନ୍ଧର ସମ୍ମୁଖୀନ ହେଉଛନ୍ତି । ଏହାର ପ୍ରତିକାର ନିମନ୍ତେ ୱାର୍ଡ ସଭ୍ୟାଙ୍କ ସ୍ବାମୀ ଶ୍ରୀ ସାହୁଙ୍କୁ ଅନୁରୋଧ କରିଛନ୍ତି ସମାଜସେଵୀ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପ୍ରଜାମଣ୍ଡଳ ନେତା ଧନଞ୍ଜୟ ମହାନ୍ତିଙ୍କ ଜୟନ୍ତୀ ପାଳିତ

ପାଞ୍ଚ ଗୋଟି ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ

Sunil Chandra Nayak

ଖଡ଼ିଆଳ – ମତ ଦାନ ଶାନ୍ତି ପୂର୍ଣ

Sunil Chandra Nayak

Leave a Comment

error: Content is protected !!