ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶୀ ହେଉଛି ସର୍ବପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ

ରାଉରକେଲା/ଭରତ ମୂନି ଙ୍କ ଶାସ୍ତ୍ର ଅନୁଯାୟୀ ଓଡିଶୀ ହେଉଛି ସର୍ବପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ । ଏହି ପରିଚୟ ଆମକୁ ଗର୍ବିତ କରିଛି ବୋଲି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ମତବ୍ଯକ୍ତ କରିଛନ୍ତି । ନଟରାଜ ନୃତ୍ୟ ପରିଷଦ ଓ ନଟରାଜ ଥିଏଟର ଆନୁକୂଲ୍ୟରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ରାଉରକେଲା ଇସ୍ପାତ କାରଖାନା ଓ ସର୍ବଭାରତୀୟ ଥିଏଟର ପରିଷଦର ମିଳିତ ଆନୁକୂଲ୍ୟରେ ତଥା ଅନୁଷ୍ଠାନର ଅଧ୍ୟକ୍ଷ ବିମଳ କୁମାର ବିଶିଙ୍କ ଅଧ୍ୟକ୍ଷତା ରେ ସିଭିକ ସେଣ୍ଟର୍ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଓଡିଶୀ ନୃତ୍ୟ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡଃ ମହାପାତ୍ର ଏହା କହିବା ସହ ଓଡିଶୀ ଓଡିଶା ପାଇଁ ଖ୍ୟାତି ଆଣିଥିବା ମତ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଖ୍ୟାତିସଂପନ୍ନ ଓଡିଶୀ ନୃତ୍ୟଗୁରୁ ଦୁର୍ଗା ଚରଣ ରଣବୀର ଯୋଗଦେଇ ଓଡିଶୀ ନୃତ୍ୟର ସୃଷ୍ଟି ଓ କ୍ରମବିକାଶ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟ ସମ୍ମାନିତ ଅତିଥି ଭାବେ ଆରଏସପିର ନିର୍ବାହୀ ନିର୍ଦ୍ଦେଶକ ସୋମନାଥ ତ୍ରିପାଠୀ,ପୂଜା ଗୁରୁ ସାରଦା ଦାସ, ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଧଳ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଳ ଲାକ୍ରା, ଡାକ୍ତର ରାମଚନ୍ଦ୍ର ମେହେର ଓ ଡଃ ସମର ମୁଦାଲି ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଗୁରୁ ଦୁର୍ଗାଚରଣ ରଣବୀର ଓ ଶରତଚନ୍ଦ୍ର ଧଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନିଲ ମଲ୍ଲିକ ଓ ଝିଲିମା ମହାନ୍ତି ଙ୍କ ସଂଯୋଜନାରେ ଆୟୋଜିତ ଏହି ନୃତ୍ୟ ଉତ୍ସବରେ ନୃତ୍ୟ ପରିବେଷଣ କରିଥିବା ବିଭିନ୍ନ ଅନୁଷ୍ଠାନ ଯଥା ତ୍ରିବେଣୀ କଳା ସଂଗମର ଗୁରୁ ସୁନିତା ପଟ୍ଟନାୟକ, ନୃତ୍ୟ ମଧୁରମ ର ଗୁରୁ ସୁବ୍ରତ ଭୂୟାଁ,ମ୍ୟୁଜିକ ସର୍କଲ ର ଗୁରୁ ସୁଦେଷ୍ଣା ରାଣୀ ରାଉତ, ରେନବୋ କଳାକେନ୍ଦ୍ର ର ଗୁରୁ ନିଳାଦ୍ରୀ ମହାନ୍ତି,ନୃତ୍ୟ ଶାନ୍ତିର ଗୁରୁ ପ୍ରଶାନ୍ତି ଜେନା,ନଟରାଜ ନୃତ୍ୟ ପରିଷଦର ଗୁରୁ ରଶ୍ମିତା ଜେନା,କ୍ରୀଷ୍ଣମ ର ଗୁରୁ ଜ୍ୟୋତିଶ୍ରୀ ଷଡଙ୍ଗୀ, କଳିକା ମ୍ୟୁଜିକ ଆଣ୍ଡ ଡ୍ୟାନ୍ସ ଏକାଡ଼େମୀର ଗୁରୁ ଏଲିମା ପାତ୍ର,ଦେବ ନୃତ୍ୟମ୍ ର ଗୁରୁ ମୃତୁଞ୍ଜୟ ବାସା,ଇସ୍ପାତ କଳା ପରିଷଦ ର ଗୁରୁ କୋମଲ ରାଣୀ ସୂତାର ପ୍ରମୁଖଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ସର୍ବଶ୍ରୀ ବସନ୍ତ କୁମାର ଦାସ, ରାନୁ ମହାପାତ୍ର,ଇନ୍ଦ୍ରାବଳୀ ମିସ୍ତ୍ରୀ, ବିଶ୍ବଜିତା ମହାପାତ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ମୁଖ୍ୟ ଆୟୋଜକ ପ୍ରବୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କୁନା ସେଠୀ ଙ୍କ କବିତା ତତେ କେ କହିବ ମଣିଷ ବୋଲି

ସରୋଜ କୁମାର ଟୋଲଟିଆ ଙ୍କ କବିତା ଅର୍ନଦାତା

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା କବିର ପ୍ରଶ୍ନ 

Sunil Chandra Nayak

Leave a Comment

error: Content is protected !!