ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଡଗୋବରା ଗ୍ରାମବାସୀଙ୍କ ଦ୍ବାରା ପରେମେଶ୍ବର ବିଷ୍ଣୁଙ୍କ ପୂଜା ଧୂମଧାମରେ ପାଳିତ

 ମୟୂରଭଞ୍ଜ – (ମସିହା)ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ବ୍ଳକର ପଣ୍ଡୁପାଣି ପଞ୍ଚାୟତର ବଡଗୋଵରା ଗ୍ରାମରେ ୨ୟ ବାର୍ଷିକ ଜଗତ ପରମେଶ୍ବର ବିଷ୍ଣୁଙ୍କ ପୂଜାର୍ଚ୍ଚନା ଧୂମଧାମରେ ପାଳିତ ହୋଇଯାଇଛି ।ଶଭକ୍ତଙ୍କ ଦ୍ବାରା ଘଟ ଉତ୍ତୋଳନ କରାଯାଇଥିଲା ।ଜଳାଶୟରୁ କଳଶ ଆଣିଲାବେଳେ ରାସ୍ତାରେ ପଣ୍ଡୁପାଣିର ଆରାଧ୍ୟ ଦେବତା ବିଶେଶ୍ବରାୟ,ଗ୍ରାମର ସମସ୍ତ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଇ ମଣ୍ଡପକୁ କଳସ ଅଣା ଯାଇଥିଲା ।ସେଠାରେ ପୂଜା ଶିକ୍ଷକ ରତ୍ନାକର ପଣ୍ଡା ପୂଜାର୍ଚ୍ଚନା କରିଥିଲେ ।ପରେ ଵିଷ୍ନୁ ଦେବତାଙ୍କ ଅଙ୍ଗ ପୂଜା,ସଂକଳ୍ପ,ଦେବୀପୂଜା, ସୂର୍ଯ୍ୟ ପୂଜା,ହୋମ,ଆଳତୀ, ନୈବେଦ୍ୟ , ପୁଷ୍ପାଞ୍ଜଳି ଧୂପଦୀପ ଆଳତୀ କରାଯାଇଥିଲା । ପରେ ଅପରାହ୍ନରେ ବିଶ୍ବର ମାନଚିତ୍ର,ଭାରତର ମାନଚିତ୍ର କରାଯାଇ ସେଠାରେ ସାରା ବିଶ୍ବର ମଙ୍ଗଳ କାମନା, ଜୀବଜନ୍ତୁଙ୍କ ମଙ୍ଗଳକାମନା, ଶାନ୍ତି ଓ ମୈତ୍ରୀ କାମନା,ସୁସ୍ଥ ସମାଜ ପାଇଁ ପଦୀପ ପ୍ରଜ୍ବଳନ କରାଯାଇ ମଙ୍ଗଳ କାମନା କରାଯାଇଥିଲା । ସମଗ୍ର ଅଂଚଳ ଔଂ ବିଷ୍ଣୁ ଦେବାୟଃ ଉଚ୍ଚାରଣରେ ପ୍ରକମ୍ପିତ ହୋଇଥିଲା ପଣ୍ଡୁପାଣି ପଞ୍ଚାୟତ ।ଶହ ଶହ ଶ୍ରଦ୍ଧାଳୁ ଯୋଗଦେଇ ଶ୍ରୀ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବା ସହ ସମାଜର ସମସ୍ତଙ୍କର ମଙ୍ଗଳ ପାଇଁ ବିଷ୍ନୁଦେବଙ୍କୁ ପ୍ରାର୍ଥନା କରିଥିଲେ ଓ ଶେଷଦିନ ଠାକୁରଙ୍କ ଭଷାଣୀ ଆନନ୍ଦ ଉଲ୍ଲାସର ସହ ହୋଇଥିଲା ।ସମଗ୍ର ପଣ୍ଡୁପାଣି ଅଂଚଳ ଵିଷ୍ନୁମୟ ହୋଇ ଉଠିଥିଲା । କାର୍ଯ୍ୟକ୍ରମକୁ ଆଧ୍ୟାତ୍ମିକ ପ୍ରେମୀ ବିଷ୍ଣୁ ସାଧକ ଶିକ୍ଷାବିତ ଶ୍ରୀ ଜଳନ୍ଧର ସିଂ,ଵବିନୋଦ ବାରିକ, ଶମ୍ଭୁନାଥ ବାରିକ, ଜଗନ୍ନାଥ ବାରିକ,ଵୀନୋଦ ପୂର୍ତି,ଝୁନା ହେମ୍ବ୍ରମ,ହିତାଇ ପୂର୍ତି,ମୁକାଳୁ ପୂର୍ତି,ରାମ ହେମ୍ବ୍ରମ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ଶାନ୍ତି ଶୃଙ୍ଖଳାର ସହ ବିଷ୍ଣୁ ପୂଜା ପାଳନରେ ପଣ୍ଡୁପାଣି ଅଂଚଳବାସୀ,ଭକ୍ତବୃନ୍ଦ,ବିଷ୍ନୁପ୍ରେମୀଙ୍କୁ ମୁଖ୍ୟ ପରିଚାଳକ ଜଳନ୍ଧର ସିଂ କୃତଜ୍ଞତା ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କୂଳପତି ଭାବରେ ସମ୍ବକିଶୋର ଦଣ୍ଡସେନା ଓ ମୁଖ୍ୟ ସମ୍ପାଦକ ଭାବରେ ଦିଲ୍ଲିପ କୁମାର ନାଏକ ନିର୍ବାଚିତ

Sunil Chandra Nayak

ନିରୁପମା ପାଣି  ଙ୍କ ଗଳ୍ପ ରାକ୍ଷୀ ଭିଜିଗଲା ଆଖି ଲୁହରେ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ ପ୍ରାର୍ଥନା

Sunil Chandra Nayak

Leave a Comment

error: Content is protected !!