ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବିଭକ୍ତ କୋରାପୁଟ ଜିଲ୍ଲା ମୂଳନିବାସୀ ବିକାଶ ପରିଷଦ ତରଫରୁ ନବରଙ୍ଗପୁର ଅମଲା ଭବନ ରେ ଶହୀଦ ଲକ୍ଷ୍ମଣନାୟକ ଙ୍କ ୨୨୩ ତମ ଜୟନ୍ତୀ ପାଳିତ

ନବରଙ୍ଗପୁର– ନବରଙ୍ଗପୁର ରେ ଅବିଭକ୍ତ କୋରାପୁଟ ଜିଲ୍ଲା ମୂଳନିବାସୀ ବିକାଶ ପରିଷଦ ତରଫରୁ ନବରଙ୍ଗପୁର ଅମଲା ଭବନ ରେ ଶହୀଦ ଲକ୍ଷ୍ମଣନାୟକ ଙ୍କ ୨୨୩ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ବଡ଼ ଆଡ଼ମ୍ବରରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ରେଲବାଇ ବୋର୍ଡ ର ଅଧ୍ୟକ୍ଷ ଭଜମନ ବେହେରା ସମ୍ମାନିତ ଅତିଥି ଭାବେ ବର୍ତ୍ତମାନ ବିଧାୟକ ଶ୍ରୀ ପାଙ୍ଗି ,ପୂର୍ବତନ ମନ୍ତ୍ରୀ ପରମା ପୂଜାରୀ, ପୂର୍ବତନ ମନ୍ତ୍ରୀ ଡମୁରୁ ମାଝୀ, ବିଶିଷ୍ଟ ସାମ୍ବାଦିକ ଗୋପବନ୍ଧୁ ବିଷୋୟୀ ପ୍ରମୁଖ ଯୋଗଦେଇ ଶହୀଦ ଲକ୍ଷ୍ଣଣ ନାୟକ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟାପଣ କରିଥିଲେ ଏବଂ ଶହୀଦ ଲକ୍ଷ୍ଣଣ ନାୟକ ଙ୍କ ଜୀବନୀ ସମ୍ପର୍କ ବିଷୟ ରେ କହିବା ସହ ତାଙ୍କରି ସଂଘର୍ଷମୟ ଜୀବନ ଓ ଦେଶ ପାଇଁ ବଳି ଦାନ ସମ୍ପର୍କ ରେ କହିଥିଲେ l ନବରଙ୍ଗପୁର ଚାଉରୀଆ ଗୁଡା ଠାରୁ ଏକ ବିଶାଳ ରେଲି ବାହାରି ସହର ପରିକ୍ରମା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଚନ୍ଦ୍ରଧ୍ଵଜ ମାଝୀ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ବିଶୋଇ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଷ୍ଟାଣ୍ଡ ଫର୍ ନିଡି ୟୂଥ କ୍ଲବ ପକ୍ଷରୁ ବିଶୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ହୁଇଲ ଚେୟାର ପ୍ରଦାନ

Sunil Chandra Nayak

ପଦ୍ମଶ୍ରୀ ବାବା ବଳିଆଙ୍କୁ ନାଗରିକ ସମ୍ବର୍ଦ୍ଧନା ଆସନ୍ତା ୧୩ରେ

Sunil Chandra Nayak

ଢେ଼ଙ୍କାନାଳ ଜିଲ୍ଲା ସର୍ବୋଦୟ ମଣ୍ଡଳ ଗଠିତ

Sunil Chandra Nayak

Leave a Comment

error: Content is protected !!