ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ ପ୍ରଧାନ ଶିକ୍ଷୟତ୍ରୀ ଯୋଗଦାନକୁ ବିରୋଧ. ବିଦ୍ୟାଳୟରେ 3 ଘଣ୍ଟା ତାଲା ଠୁଙ୍କିଲେ ଗ୍ରାମବାସୀ  

ପାପଡାହାଣ୍ଡି 23/11, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଞ୍ଚାୟତ ମିଞ୍ଜରିଆଗୁଡା ପ୍ରାଥମିକ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷୟତ୍ରୀ ଯୋଗଦାନ କୁ ନେଇ ବୁଧବାର ଗ୍ରାମବାସୀ ବିରୋଧ ଜଣେଇବା ସହ ବିଦ୍ୟାଳୟରେ ତାଲା ଠୁଙ୍କିଛନ୍ତି | ଗ୍ରାମବାସୀ ଚେତାବନୀ ଦେଇ କହିଛନ୍ତି ଯେ ପର୍ଯ୍ୟନ୍ତ ନୂତନ ପ୍ରଧାନ ଶିକ୍ଷୟତ୍ରୀ ସ୍ଥାନ ରେ ଅନ୍ୟ ଜଣେ ପ୍ରଧାନ ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ଯୋଗ ନଦେବା ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିବା ସହ ଛାତ୍ରଛାତ୍ରୀ ପଠା ପଢା ବନ୍ଦ ରହିବ | ଗ୍ରାମବାସୀଙ୍କ ଜିଦ ରେ ଅଡ଼ି ବସିବା ଯୋଗୁଁ 3ଘଣ୍ଟା ଧରି ବିଦ୍ୟାଳୟ ବନ୍ଦ ରହିଥିଲା ପରେ ବ୍ଲକ ଅଧକ୍ଷା ପ୍ରତିନିଧି ପରେଶ ଜେନା ଓ ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ଓ ଏବିଇଓ ବାଲକଦାସ ରନ୍ଧାରିଙ୍କ ପ୍ରତିଶୁତି ଦେବା ପରେ ବିଦ୍ୟାଳୟ ଖୋଲିଥିଲା | ମିଞ୍ଜାରିଆଗୁଡା ପ୍ରାଥମିକ ବିଦ୍ୟାଳୟ ରେ ଚଳିତ ବର୍ଷ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ 46 ଜଣ ଛାତ୍ରୀଛାତ୍ର ପାଠ ପଢ଼ନ୍ତି | ପିଲ୍ଲା ମାନଙ୍କ ଶିକ୍ଷାଦାନ ପାଇଁ ଜଣେ ପ୍ରଧାନ ଶିକ୍ଷୟତ୍ରୀ ସବିତା ମୀନତି ପାଳ ବାଗ ଓ ଆଉ ଜଣେ ଶିକ୍ଷୟତ୍ରୀ ଦେବତୀ ନାୟକ ରହି ଶିକ୍ଷାଦାନ କରୁଥିଲେ କିନ୍ତୁ ପ୍ରଧାନ ଶିକ୍ଷୟତ୍ରୀ ସବିତା ମୀନତି ପାଳ ବାଗ ଙ୍କୁ ଅନ୍ୟତ୍ର ବଦଳି ହେବା ଯୋଗୁଁ ତାଙ୍କ ସ୍ଥାନ ରେ ନୂତନ ପ୍ରଧାନ ଶିକ୍ଷୟତ୍ରୀ ଭାବେ ସବିତା ବିଶ୍ୱାଳ ଯୋଗ ଦେଇଛନ୍ତି | ଏହା ଜାଣିବା ପରେ ଗ୍ରାମବାସୀ ନୂତନ ପ୍ରଧାନ ଶିକ୍ଷୟତ୍ରୀକୁ ବିରୋଧ କରିଛନ୍ତି | ଗ୍ରାମବାସୀ ଦାବି କରିଛନ୍ତି କି ନୂତନ ପ୍ରଧାନ ଶିକ୍ଷୟତ୍ରୀ ଆମ ଗାଁ ପାଖ ମହିଳା, ସେ ପୂର୍ବରୁ ଯେଉଁ ବିଦ୍ୟାଳୟ ରେ ରହିଛନ୍ତି ସେହି ବିଦ୍ୟାଳୟ ରେ ଠିକ ପାଠ ପଢାଉ ନଥିବା ଓ ତାଙ୍କ ନାମ ରେ ଅନେକ ଅଭିଯୋଗ ଶୁଣିବାକୁ ଆମେ ପାଇଛୁ | ତେଣୁ ପ୍ରଧାନ ଶିକ୍ଷୟତ୍ରୀ ସବିତା ବିଶ୍ୱାଳଙ୍କ ସ୍ଥାନରେ ଆମକୁ ନୂତନ ପ୍ରଧାନ ଶିକ୍ଷକ କିମ୍ବା ପ୍ରଧାନ ଶିକ୍ଷୟତ୍ରୀ ଦେଲେ ଆମ ପୁଅ ଝିଅ ଙ୍କ ଭବିଷ୍ୟତ ଉଜ୍ଜଳ ହେବ ବୋଲି ଗ୍ରାମବାସୀ କହିଛନ୍ତି | ଯେଉଁ ପର୍ଯ୍ୟନ୍ତ ନୂତନ ପ୍ରଧାନ ଶିକ୍ଷକ କୁ ଦାୟିତ୍ୱ ଦିଆଯିବ ନାହିଁ ସେ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିବା ସହ ତାଲା ଝୁଲିବ ବୋଲି ବିଦ୍ୟାଳୟ ସଭାପତି ଘନ ଭତରା, ଡମୁ ଭତରା, ମକୁନ୍ଦ ଭତରା,ନବୀନା ଭତରା,ବୈଶାଳୀ ଭତରା, ମଙ୍ଗେଇ ଭତରା,ଦମେଇ ଭତରା,ତୁଳା ହରିଜନ ,ଚରଣ ଭତରା,ତ୍ରିନାଥ ଭତରା,ଯମୁନା ଭତରା,ଡାଳିମ୍ବ ଭତରା ଦାବି କରି ବିଦ୍ୟାଳୟରେ ଧାରଣା ଦେଇ ବସିଥିଲେ | ବିଦ୍ୟାଳୟ ପରିସର ରେ ଶିକ୍ଷୟତ୍ରୀ ଦେବତୀ ନାୟକ ଓ ସିଆରସୀ ଡମ୍ବରୁ ରାଣା ଗ୍ରାମବାସୀ କୁ ବୁଜେଇବା ଚେଷ୍ଟା କରିଥିଲେ | ଏନେଇ ପାପଡାହାଣ୍ଡି ଗୋଷ୍ଟି ଶିକ୍ଷା ଅଧିକାରୀ ବିରେନ୍ଦ୍ର କୁମାର ପାଢ଼ୀ କୁ ଯୋଗାଯୋଗ କରିବାରୁ ସେ ମାଟ୍ରିକ ପରୀକ୍ଷା କାମ ରେ ବ୍ୟସ୍ତ ରହିଥିବା ଜଣେଇଥିଲେ, ତାଙ୍କ ଅନୁପସ୍ଥିତରେ ଏବିଇଓ ବାଲକ ଦାସ ରନ୍ଧାରୀ ମିଞ୍ଜରିଆଗୁଡା ବିଦ୍ୟାଳୟ ପହଞ୍ଚିଥିଲେ | ଏହାପରେ ବ୍ଲକ ଅଧକ୍ଷା ହେମଳତା ମାଝୀ ଙ୍କ ପ୍ରତିନିଧି ପରେଶ ଜେନା ଓ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ଗ୍ରାମବାସୀ କୁ ପ୍ରତିଶୃତି ଦେଇଥିଲେ ଯେ 10 ଦିନ ମଧ୍ୟରେ ନୂତନ ପ୍ରଧାନ ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ଦିଆଯିବ ପରେ ବିଦ୍ୟାଳୟ ର ତାଲା ଖୋଲିଥିଲା ପିଲ୍ଲା ମାନଙ୍କ ପାଠ ପଢା ସ୍ୱାଭାବିକ ହୋଇଥିଲା | ଏନେଇ ଏବିଇଓ ବାଲକ ଦାସ ରନ୍ଧାରୀ କୁ ଯୋଗାଯୋଗ କରିବାରୁ ସେ ବ୍ଲକ ଶିକ୍ଷକ ମାନଙ୍କ 10 ଦିନ ମଧ୍ୟରେ ନୂତନ ଭାବେ ପଦ ଉନ୍ନତି ହେବ ଏହି ସମୟରେ ନୂତନ ପ୍ରଧାନ ଶିକ୍ଷକ ମିଞ୍ଜରିଆଗୁଡା ପ୍ରାଥମିକ ବିଦ୍ୟାଳୟ ରେ ଦିଆଯିବ ବୋଲି କହିଛନ୍ତି |

ପାପଡାହାଣ୍ଡି ରୁ ସ୍ୱପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ପୁଣି ଗାଁ ମୁହା ଜଙ୍ଗଲୀ ହାତୀ, ଟାଙ୍ଗିରି ପାହାଡରେ ତିନୋଟି ହାତୀ, ସନ୍ଧ୍ୟା ହେବାରୁ ହାତୀ ଘଉଡାଇବା ଆରମ୍ଭ 

Sunil Chandra Nayak

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅକ୍ଷୟ ତୃତୀୟାର ଭେଟି, ମିଳିବ ଦୁଇ ହଜାର ଟଙ୍କା,ଏନେଇ ଘୋଷଣା କଲେ ରାଜ୍ୟ ସରକାର

ଇଡିଦା ଗୋଲକ ନାରାୟଣ ଉଚ୍ଚ ସରକାରୀ ବିଦ୍ୟାଳୟରେ ସୁରଭି କାର୍ଯ୍ଯକ୍ରମ- ୨୦୨୨

Sunil Chandra Nayak

Leave a Comment

error: Content is protected !!