ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ରେ ଲୋକମହୋତ୍ସବ ମଣ୍ଡେଇ ପର୍ବ ପାଇଁ ପଡିଆ ପ୍ରସ୍ତୁତି

ନବରଙ୍ଗପୁର—(ମସିହା) ଆଜି ନବରଙ୍ଗପୁର ଜିଲ୍ଲା କୁ ଲାଗି ରହିଥିବା ଗ୍ରାମପଞ୍ଚାୟତ ଅଗ୍ନିପୁର ପରିସର ଭୁକ୍ତ ଥିବା ନୂତନ ମଣ୍ଡେଇ ପଡ଼ିଆର , ପୁଙ୍ଖାନୁପୁଙ୍ଖ ଦେଖାରେଖା କରିବାକୁ ଆସିଥିଲେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ,ଉପ ଆରକ୍ଷୀ ଅଧିକ୍ଷକ ଚନ୍ଦ୍ର ଶେଖର ହୋତା ,ନବରଙ୍ଗପୁର ଥାନା ଅଧିକାରୀ ଶ୍ରୀ ପ୍ରଧାନ, ଜିଲ୍ଲା ଗ୍ରାମ୍ୟା ଉନ୍ନୟନ ସଂସ୍ଥା ଅଧିକାରୀ, ସମେତ ସ୍ଥାନୀୟ ସରପଞ୍ଚ ତଥା ମଣ୍ଡେଇ ପଡ଼ିଆର ସମ୍ପୂର୍ଣ୍ଣ ଦାୟିତ୍ୱରେ ଥିବା ସମାଜସେବୀ ଦିବାକର ପୁକାରୀ , ବରିଷ୍ଠ କଂଗ୍ରେସ ସଭାପତି ମୁନା ତ୍ରିପାଠୀ , ସୁକାନ୍ତ କୁମାର ସେଠୀ ନିର୍ବାହୀଯନ୍ତ୍ରୀ RWSS, ନବରଙ୍ଗପୁର ପଞ୍ଚାୟତ ସମିତିରୁ ବହୁ ସରକାରୀ କର୍ମଚାରୀ ଆସି ପଡ଼ିଆରେ କିପରି ଭାବରେ , ମଣ୍ଡେଇକୁ ଆସିବାକୁଥିବା ଦର୍ଶକ ମାନଙ୍କ ବିଭିନ୍ନ ସୁବିଧା ହୋଇ ପାରିବ ତାର ବିକଳ୍ପ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଦେଖା ରେଖା କରିଥିଲେ । ଏବଂ ଗାଡ଼ି, ମୋଟର ସାଇକେଲ ପାର୍କିଙ୍ଗ, ଶୌଚାଳୟ କେଉଁ ସ୍ଥାନରେ କରିଲେ ଦର୍ଶକ ମାନଙ୍କୁ କିଛି ଅସୁବିଧା ର ସମ୍ମୁଖୀନ ହେବେନାହିଁ,ଏନେଇ ମଣ୍ଡେଇ ପଡିଆ ପରିଦର୍ଶନ କରିଥିଲେ । ମଣ୍ଡେଇ ରେ ଦର୍ଶକଙ୍କୁ ଦୃଷ୍ଟି ରେ ରଖି ସେମାନଙ୍କର କିଛି ଅସୁବିଧା ର ସମ୍ମୁଖୀନ ନ ହେବେ ଆଗରୁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛନ୍ତି ! ଏହି ମଣ୍ଡେଇ ମହୋତ୍ସବ କୁ ଅଗ୍ନିପୁର ସରପଞ୍ଚ ସମ୍ପୂର୍ଣ ସହଯୋଗ କରୁଛନ୍ତି !

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ଆମପାଣି ଘାଟି ରେ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ଯାତ୍ରୀ ଆହତ ସୁଚନା, ପୋଲିସ ର ତଦନ୍ତ ଜାରି

Sunil Chandra Nayak

ଚିତ୍ତ ରଂଜନ ନନ୍ଦ ଙ୍କ ପ୍ରବନ୍ଧ ଗର୍ଭଣା ସଂକ୍ରାନ୍ତି

Sunil Chandra Nayak

ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ବେସରକାରୀ ସଂସ୍ଥା ର ରାଜ୍ ?

Sunil Chandra Nayak

Leave a Comment

error: Content is protected !!