ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ବାଜିମାତ କଲା ଟେମରା ଦଳ

କୋକସରା,୨୪/୧୧  ମ ନି ସ/କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ରାଧାମାଧବ ଖେଳ ପଡ଼ିଆରେ ପଞ୍ଚ ଦିବାସୀୟ ଫୁଟବଲ ଫାଇନାଲ ଖେଳ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ୱାମୀ ବିବେକାନନ୍ଦ ୟୁଥ କ୍ଲବ ଝରିଆଗୁଡା ଆନୁକୂଲ୍ୟରେ ଆୟୋଜିତ ଫାଇନାଲରେ ଟେମରା ଓ ଡଙ୍ଗରିଗୁଡା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ପୂର୍ବରୁ ଉପସ୍ଥିତ ଅତିଥିମାନେ ଉଭୟ ଦଳ ର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ଖେଳର ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟବକ୍ତା ଭାବେ ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, ସମ୍ମାନିତ ଅତିଥି ଭାବେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ପୁର୍ବତନ ସମିତି ସଭ୍ୟ ଟେମରା ରାଜେନ୍ଦ୍ର ନାଏକ, ସମାଜସେବୀ ସଞ୍ଜୟ ସିଂହଳ, ଜୟଲାଲ ନାଏକ, ରାଜୁ ସାହୁ, ଲକ୍ଷ୍ମୀଧର ସାହୁ, ଅରବିନ୍ଦ ପଟ୍ଟନାୟକ, କେଶରୀ ବଛା, ବଲରାମ ଗହିର ପ୍ରମୁଖ ଯୋଗଦେଇ ଫୁଟବଲ ଖେଳାଳିଙ୍କ ଏନ୍ତୁଡ଼ିଶାଳ ହେଉଛି ଗାଁର ଖେଳ ପଡ଼ିଆ,ଏଇଠୁ ହିଁ ଜାତୀୟ ଅନ୍ତର୍ଜାତୀୟ ଖେଳାଳୀଙ୍କ ମୂଳଦୁଆ ପଡିଥାଏ ବୋଲି କହିଥିଲେ। ଫାଇନାଲରେ ଟେମରା ଓ ଡଙ୍ଗରିଗୁଡା ଦଳ ମଧ୍ୟରେ ଚିତାକର୍ଷକ ଫୁଟବଲ ଖେଳ ଦେଖିବାକୁ ମିଳିଥିବା ବେଳେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେହି କାହାକୁ ଗୋଲ ସ୍କୋର କରିବାରେ ସକ୍ଷମ ନହେବାରୁ ପେନାଲଟିକ ଜରିଆରେ ଟେମରା ଦଳ ବିଜୟୀ ହୋଇ ଫାଇନାଲ ଚାମ୍ପିୟାନ ହୋଇଥିଲେ। ଫାଇନାଲ ଖେଳକୁ ରେଫରି ଭାବେ ତାପସ ଦାସ, ଲାଇନମେନ ଯଶୋବନ୍ତ ଶବର, ସଞ୍ଜୀବ ଦୁର୍ଗା ଓ ଧାରା ବିବରଣୀ ବାବୁଲାଲ ଶବର, ପ୍ରଦୀପ କୁମାର ପଟେଲ ପ୍ରଦାନ କରିଥିଲେ। ଉପସ୍ଥିତ ଅତିଥିମାନେ ବିଜେତା ଉଭୟ ରନର୍ସ ଅପ ଓ ଚାମ୍ପିୟାନ ଦଳକୁ ଟ୍ରଫି ସହ ପୁରସ୍କୃତ କରିଥିଲେ। ସ୍ୱାମୀ ବିବେକାନନ୍ଦ କ୍ଲବ ଆୟୋଜନ କମିଟିର ସଭାପତି କୁରୁକ୍ଷେତ୍ର ପାଣିଗ୍ରାହୀ, କୋଷାଧ୍ୟକ୍ଷ ହେମନ୍ତ ବଚ୍ଛା, ସୁରେଶ ପାଣିଗ୍ରାହୀ, ସତ୍ୟବାନ ନାଏକ, ସମ୍ପାଦକ ବାବୁ ସାହୁ ସମେତ କ୍ଲବର ସଦସ୍ୟ ମାନେ ସହଯୋଗ କରିଥିଲେ। ଖେଳ ଉପଭୋଗ କରିବାକୁ ୨ ହଜାରରୁ ଉର୍ଦ୍ଧ୍ବ ଦର୍ଶକ ପଡ଼ିଆରେ ଉପସ୍ଥିତ ରହିଥିଲେ।

Related posts

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ମୁକ୍ତିର ମହୋତ୍ସବ 

Sunil Chandra Nayak

ଯୁବକଙ୍କ ଆତ୍ମ ହତ୍ୟା

Sunil Chandra Nayak

ସାଲୁଙ୍କି ନଈରେ ଭାସି ଯିବା ଯୁବକର ଶବ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ରଖି ଆନ୍ଦୋଳନ କଲେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!