ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟରେ ଶିକ୍ଷାଦାନର ଅବ୍ୟବସ୍ଥା:ଛାତ୍ର ଛାତ୍ରୀଙ୍କ ଭବିଷ୍ଯତ ଅନ୍ଧାର                         

  ନବରଙ୍ଗପୁର- (ମସିହା) ନବରଙ୍ଗପୁର ଜିଲ୍ଲା ସିନ୍ଧିଗାଁ ଗ୍ରାମପଞ୍ଚାୟତ କୁମଝର ରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥାରେ ଚାଲିଛି ପାଠପଡା । ଏହିପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୁମଝର ପ୍ରାଥମିକ ବିଦ୍ୟାଳୟ ରେ । ଏହି ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ରେ ୭0 ଛାତ୍ର, ଛାତ୍ରୀ ମାନେ ପାଠ ପଡୁଛନ୍ତି ।ଏହି ସ୍କୁଲରେ ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ବଖରାରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲାମାନେ ପାଠ ପଢିବାକୁ ବାଧ୍ୟହେଉଛନ୍ତି । ସ୍କୁଲ ଗୃହ ଭଙ୍ଗାଅବସ୍ଥା ରେ ରହିଥିବାରୁ ସ୍କୁଲ ଶ୍ରେଣୀ ଗୃହ ରେ ବସିବାକୁ ଭୟ କରୁଛନ୍ତି । ଏହିପରି ଅବସ୍ଥା ରେ ପିଲାମାନଙ୍କର ଭବିଷ୍ୟତ କଣ ହେବ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ,ଏଥିପାଇଁ ଶିକ୍ଷା ବିଭାଗ କରୁଛି କଣ ଓ କି ପଦକ୍ଷେପ ନେଇଛି। ଏହି ସ୍କୁଲ ରେ 70 ଜଣ ପିଲାମାନଙ୍କୁ ପଢେଇବାପାଇଁ ଜଣେ ପ୍ରଧାନ ଶିକ୍ଷକ, ଦୁଇଜଣ ଶିକ୍ଷୟତ୍ରୀ ରହିଥିବା ବେଳେ ଜଣେ ଶିକ୍ଷୟତ୍ରୀ ଙ୍କୁ ଅନ୍ୟତ୍ର ସ୍କୁଲ କୁ ବଦଳି କରାଯାଇଛି ! ବର୍ତ୍ତମାନ ଜଣେ ଶିକ୍ଷୟତ୍ରୀ ବେଶି ଅସୁବିଧା ର ସମ୍ମୁଖୀନ ରେ ସ୍କୁଲ ର ସମସ୍ତ କାର୍ଯ୍ୟ କରୁଛନ୍ତି । ସ୍କୁଲ ର ପ୍ରଧାନ ଶିକ୍ଷକ ଦେହ କରାପ ଥିବାରୁ ଅଧିକାଂଶ ଛୁଟି ରେ ରହିଥିବା ଅଭିଯୋଗ ହେଉଛି ! ଯଦି ସ୍କୁଲ ଆସୁଛନ୍ତି ତାହା ବି ଠିକ ସମୟରେ ଆସୁନଥିବା ଜଣାପଡୁଛି ! ଏପରି ଅବସ୍ଥାରେ ପିଲାମାନଙ୍କର ଭବିଶ୍ୟତ କଣ ହେବ ଅଭିଯୋଗ କରୁଛନ୍ତି ପିଲାମାନଙ୍କ ଅବିଭାବକ । ସ୍କୁଲ ର ବିଭିନ୍ନ ସମସ୍ୟା ସମ୍ପର୍କରେ ନବରଙ୍ଗପୁର BEO ଏବଂ DEO ଙ୍କୁ ଅନେକ ଥର ଲିଖିତ ଅଭିଯୋଗ କରିବାପରେ ବି ଶିକ୍ଷା ବିଭାଗ କିଛି ପଦକ୍ଷେପ ନେଉନଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ ଏବଂ ସ୍କୁଲ କମିଟି ! ଏହି ସମ୍ପର୍କ ରେ ଆମେ ନବରଙ୍ଗପୁର DEO ଙ୍କୁ ଯୋଗାଯୋଗ କରିଥିଲୁ ସେ କହିଲେ ମୁଁ ତଦନ୍ତ କରି ଖୁ୍ଵ ଶ୍ରୀଘ୍ର ଏହି ସମସ୍ୟାର ସମାଧାନ କରାହେବ ଜଣାଇଛନ୍ତି । ଏହି ସ୍କୁଲ ପ୍ରତି ପ୍ରଶାସନ ଦୃଷ୍ଟି ପଡ଼ୁ ଏବଂ ସ୍କୁଲ ର ବିଭିନ୍ନ ସମସ୍ୟାର ସମାଧାନ କରାଯାଉ ବୋଲି କୁମଝର ଗ୍ରାମବାସୀ ଦାବିକରିଛନ୍ତି। ଯଦି ସ୍କୁଲ ର ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ସ୍କୁଲ ରେ ତାଲାଠୁଙ୍କିବେ ବୋଲି କହିଛନ୍ତି । ବର୍ତ୍ତମାନ ଦେଖିବାକୁ ବାକିରହିଲା ଏହି ସ୍କୁଲ ବିଭିନ୍ନ ସମସ୍ୟାର ସମାଧାନ ହେଉଛି କେବେ?

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ତୁଳସୀ

Sunil Chandra Nayak

ଥୁଆମୂଳ ରାମପୁର ଗସ୍ତରେ DRDA ପ୍ରକଳ୍ପ ନିର୍ଦେଶକ, ମାଁ ମାଣିକେଶ୍ଵରୀ ମନ୍ଦିର ନିର୍ମାଣ ଉପରେ ଆଲୋଚନା

ମିନାକ୍ଷୀ ଧର ଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ

Leave a Comment

error: Content is protected !!