ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅର୍ଥ ସାଜିଛି ବାଧକ,ଅର୍ଥ ଅଭାବରୁ ଏବେ ଶଯ୍ୟାଶାୟୀ ଟିଟୁନୁ

କାମାକ୍ଷନଗରର (ମସିହା) 24/11_ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ ପଞ୍ଚାୟତ ର ଟିଟୁନୁ ନାଏକ ଏବେ ଅର୍ଥ ଅଭାବରୁ ଶଯ୍ୟାଶାୟୀ। ଆଜକୁ ପ୍ରାୟ 22 ଦିନ ହେବ ହଠାତ୍ ଦେହ ଅସୁସ୍ଥ ହୋଇପଡ଼ିଥିଲା। ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ନିଜ ପରିବାରକୁ କହିଥିଲେ ,ପରିବାର ଲୋକେ ସଙ୍ଗେ ସଙ୍ଗେ କାମାକ୍ଷାନଗର ମେଡ଼ିକାଲ କୁ ନେଇଥିଲେ। ସେଠାକୁ ନେବାପରେ ଡାକ୍ତର ତାଙ୍କୁ ଢେ଼ଙ୍କାନାଳ ମୁଖ୍ୟ ଚିକତ୍ସାଳୟ କୁ ନେବାକୁ କହିଥିଲେ। ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେବା ପରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରଖି ପ୍ରଥମେ ସାଲାଇନୀ ଦୁଇଟି ଦେଇଥିଲେ। ସାଲାଇନୀ ଦେବାପରେ ତାଙ୍କୁ ଟିକେ ଭଲ ଲାଗିବାରୁ ଘରକୁ ଯିବାକୁ ଡାକ୍ତର କହିଥିଲେ। ଟିଟୁନୁ ଘରକୁ ଆସିବା ପରେ ଦେହ ତାଙ୍କର ଧିରେ ଧିରେ ଅଧିକ ଅସୁସ୍ଥ ହେବାକୁ ଲାଗିଲା। ଅସୁସ୍ଥ ହେବାପରେ ଏବେ ସେ ଚଲା ବୁଲା କରିବାକୁ ତାଙ୍କ ପକ୍ଷେ ଅସମର୍ଥ ହୋଇପଡିଛି। ଟିଟୁନୁ ଙ୍କ ବାପା ପରିବାର ର ସମସ୍ତଙ୍କୁ କିଛି ବର୍ଷ ହେଲା ଛାଡ଼ି ଆରପାରିକୁ ଚାଲିଗଲେ । ପାଖରେ ତାଙ୍କର ବିଧବା ବୃଦ୍ଧା ମା ଟିଏ । ବିଧବା ମା ପୁଅର ଖୁସି ପାଇଁ ପୁଅକୁ ବିବାହ କରିଥିଲେ। ଟିଟୁନୁ ର ମଧ୍ୟ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ବିବାହର କିଛି ବର୍ଷ ବେଶ୍ ଭଲରେ ଚାଲିଥିବା ବେଳେ ଭଗବାନ ତାଙ୍କ ସୁଖ କୁ ସହି ପାରିଲେ ନାହିଁ। ବିଧବା ମା ଏବେ କୋହଭରା କଣ୍ଠ ରେ ପୁଅର ଜୀବନ କୁ ବଞ୍ଚେଇବାକୁ ପ୍ରଶାସନ କୁ ଆକୁଳ ନିବେଦନ କରିଛନ୍ତି ଏବଂ ଟିଟୁନୁ ନିଜେ ମଧ୍ୟ ନିଜର ଜୀବନକୁ ବଞ୍ଚେଇବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଭଲ ମେଡିକାଲ ରେ ଦେଖେଇବାକୁ ହେଲେ ପାଖରେ ଟଙ୍କା ଟିଏ ଦେଖିବା ତାଙ୍କ ପକ୍ଷ ଅସମ୍ଭବ। ଘରର ରୋଜଗାରିଆ ଭେଣ୍ଡା ପୁଅ ଏବେ ଶଯ୍ୟାଶାୟୀ , ଟଙ୍କା ଟିଏ ବା ଆସିବ କେଉଁଠୁ? ତେବେ ଏମିତି ଅବସ୍ଥାରେ ରହୁଥିବା ଏହି ପରିବାର ମୁଖ୍ୟ ଟିଟୁନୁ ନାଏକ ଙ୍କୁ ମେଡିକାଲ ନେଇ ତାଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଏବେ ଅଞ୍ଚଳବାସୀ ପ୍ରଶାସନ କୁ ନିବେଦନ କରିଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଜନ ବସତି ମୁହାଁ ହରିଣ, ଖୋଜୁଛି ବନ ବିଭାଗ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପାଷାଣ

ବିନା ସୂଚନା ଫଳକରେ ଚାଲିଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ମାଟି କାମ

Sunil Chandra Nayak

Leave a Comment

error: Content is protected !!