ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଷ୍ଟେଟ ଲେବଲ ପାୱାର ଲିଫ୍ଟିଙ୍ଗ ୨୦୨୨, ଭାଗ ନେବେ, ନବରଙ୍ଗପୁର ଜିଲ୍ଲାରୁ ୭ ପ୍ରତିଯୋଗୀ

ନବରଙ୍ଗପୁର,୨୫/୧୧(ମସିହା) ରାୟଗଡା ଜିଲ୍ଲା ସଦର ଭେଙ୍କେଟେଶ୍ଵର କଲ୍ୟାଣ ମଣ୍ଡପ ଠାରେ ଚଳିତ ମାସ ୨୭ ଓ୨୮ ରେ ହେବାକୁ ଥିବା, ରାଜ୍ୟସ୍ତରୀୟ ପାୱାର ଲିଫିଟିଙ୍ଗ ଚମ୍ପିୟନସିପ୍- ୨୦୨୨ ଅନୁଷ୍ଠିତ ହେବ। ଆୟୋଜକ ସହିଦ୍ ଲକ୍ଷ୍ମଣ ନାୟକ ସ୍ପୋର୍ଟସ ଓ ସାଂସ୍କୃତିକ ସଙ୍ଘ, ରାୟଗଡ଼ା ଏହାର ପରିଚାଳନା କରିବ। ଏଥିରେ ଭାଗ ନେବାକୁ ନବରଙ୍ଗପୁର ଜିଲ୍ଲା ର ୭ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି। ପରିମଲ ସୁନା, ସୁମିତ ଟାକ୍ରୀ, ନରେନ୍ଦ୍ର କଛପ, ଅଙ୍କିତ ଦାସ, ସୁରୋଜ ପାତ୍ର, ତ୍ରିପତି ପଟ୍ଟନାୟକ ପ୍ରଭୁତି ଭାଗ ନେବାକୁ ଆଜି ରାୟଗଡା ଅଭିମୁଖେ ଯାତ୍ରା କରିଛନ୍ତି। ଟିମ୍ ମ୍ୟାନେଜର ତଥା ରାଜ୍ୟ ପାୱାର ଲିପିଟିଙ୍ଗ ର କାର୍ଯ୍ୟକାରୀ ସଭ୍ୟ ବିଶିକେଶନ ଛତ୍ରୀୟା,ପ୍ରଣୟ ରଞ୍ଜନ ଟାକ୍ରୀ ଙ୍କ ନେତୃତ୍ୱରେ ଗସ୍ତ କରିଛନ୍ତି।ଏହି ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ପରିମଳ ସୁନା ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ରେ ଭାଗ ନେଇ ଏକାଧିକ ପଦକ ହାସଲ କରିଛନ୍ତି। ସେ ଆମ୍ ରାଜ୍ୟ ଓଡ଼ିଶା ତରଫରୁ ଗୋଆ ରେ ଅନୁଷ୍ଠିତ ପାୱାର ଲିପିଟିଙ୍ଗ- ୨୦୨୦ ରେ ଭାଗନେଇ ପଦକ ହାସଲ କରି ନବରଙ୍ଗପୁର ଜିଲା ର ଟେକ ରଖିଥିଲେ । ସମସ୍ତ ପ୍ରତିଯୋଗୀ ପୂର୍ବତନ ଇଣ୍ଟର ନେସନାଲ ଭାର ଉତ୍ତୋଳନ ରମେଶ ଗରଡ଼ା ଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଦୀର୍ଘ ୫ବର୍ଷ ହେଲା ତାଲିମ ନେଉଛନ୍ତି। ସେଠାରେ ଭାଗ ନେବାକୁ ଯାଉଥିବା ପ୍ରତିଯୋଗୀ ନିଶ୍ଚୟ ନବରଙ୍ଗପୁର ଜିଲା ପାଇଁ ପଦକ ହାସଲ କରି ଆଣିବେ ଏବଂ ଜିଲ୍ଲାର ମାନ ରଖିବେ ବୋଲି ସୂଚନା ଦେଇଛନ୍ତି।ଏଇମାନେ ତ ନବରଙ୍ଗପୁର ଜିଲ୍ଲାର ଗର୍ବ ଓ ଗୌରବ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ଭିନ୍ନକ୍ଷମ ଯୁବତୀଙ୍କୁ ପ୍ରେମ ପ୍ରତାରଣା :  ଧୋକା ଦେଇ ଜେଲ୍ ଗଲେ ଯୁବକ

ଅବିନାଶ ମହାପାତ୍ର  ଙ୍କ କବିତା ତୁମ ପାଦତଳେ ପ୍ରଭୁ

Sunil Chandra Nayak

ମମତା ସାହୁ ଙ୍କ କବିତା/ ଜୟ ମା ମହାଲକ୍ଷ୍ମୀ

Sunil Chandra Nayak

Leave a Comment

error: Content is protected !!