ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାଷୀଙ୍କ ବିଭିନ୍ନ ସମସ୍ୟା ଜିଲ୍ଲାପାଳଙ୍କୁ ଜଣାଇଲେ ଚାଷୀ ସଂଘ ସଭାପତି ବୃନ୍ଦାବନ ତ୍ରିପାଠୀ

ନବରଙ୍ଗପୁର ୨୫/ ୧୧(ମସିହା) ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନନ୍ଦାହାଣ୍ଡି ବ୍ଲକର ବର୍ଷୀୟାନ ନନ୍ଦାହାଣ୍ଡି ଚାଷୀନେତା ବୃନ୍ଦାବନ ତ୍ରିପାଠୀ ଙ୍କ ସମେତ ଅନେକ ଜନସାଧାରଣ ଗତ ତା ୧୪ ନଭେମ୍ବର ୨୦୨୨ ରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ରେ ଚାଷୀ ଙ୍କ ସମସ୍ୟା କୁ ଲିଖିତ ଭାବେ ଜଣେଇଥିଲେ। ବୃହତ ମେଗା ଉଠାଜଳସେଚନ ପ୍ରକଳ୍ପ ଦ୍ଵାରା ରବି ରୁତୁରେ ଜମିକୁ ପାଣି ଜୋଗାଇଦେବା ନବରଙ୍ଗପୁର ଆରଏମସି ପକ୍ଷରୁ ସରୁଗୁଡା ଠାରେ ଚାଷୀମାନଙ୍କ ପାଇଁ ସୁବିଧା ସୁଯୋଗ ଧାନ ମଣ୍ଡି, ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ସାଙ୍ଗକୁ ମନ୍ଥର ଗତି ରେ ହେଉଥିବା ବେଳେ ଏହି କାମ ଶିଘ୍ର ସାରିବା ଭଳି ଦାବି ନେଇ ଚାଷୀ ନେତା ଶ୍ରୀ ବୃନ୍ଦାବନ ତ୍ରିପାଠୀ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଆସନ୍ତା ମାସ ଡିସେମ୍ବର ୧୦ରୁ ଧାନ ମଣ୍ଡି ଆରମ୍ଭ ହେବାକୁ ଜିଲ୍ଲା ସ୍ତରୀୟ ବୈଠକ ରେ ଜିଲ୍ଲାପାଳ ସୂଚନା ଦେଇଥିଲେ। ଏପଟେ ଗତ ମାସରେ ହେବାକୁ ଥିବା ନନ୍ଦାହାଣ୍ଡି ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ବୈଠକ ଜନସାଧାରଣଙ୍କ ଅନୁପସ୍ଥିତି ଯୋଗୁଁ ବନ୍ଦ କରାଯାଇଥିଲା। ସେହି ବୈଠକ କେବେ ହେବ? ବୋଲି ପ୍ରଶ୍ନ କରିବା ସହିତ ଅନ୍ୟ ସମସ୍ୟା ଉପରେ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଏହାର ସମାଧାନ କରିବା ନିମନ୍ତେ ଚାଷୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ବିଶ୍ୱ ଫୋଟୋଗ୍ରାଫି ଦିବସ ଉପଲକ୍ଷେ ରାଉରକେଲା ଫୋଟୋଗ୍ରାଫର ଆସୋସିଏସନ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

Sunil Chandra Nayak

ଧର୍ମଗଡ଼ରେ OBC, ST, SC ମହାମଞ୍ଚର ଜନଗର୍ଜନ ସମାବେଶ ଓ ୧୦ଦଫା ଦାବିପତ୍ର ପ୍ରଦାନ

Sunil Chandra Nayak

ପ୍ରତିବାଦ ଦିବସ ରେ ଦାବୀ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!