ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଜଗନ୍ନାଥ ଜଣାଣ

ଜଗନ୍ନାଥ ଜଣାଣ

ଆହେ ଜଗନ୍ନାଥ ନନ୍ଦ ନନ୍ଦନ
ଭକ୍ତି ଭରେ କରେ ପଦ ବନ୍ଦନ ।୧।
ଦୟା ବହି ଘେନ ପୂଜା ଅର୍ଚ୍ଚନା
ଦୋଷ ଥିଲେ ମୋତେକରମାର୍ଜନା।୨
ଯାହା ଦେଖୁ ଅଛି ସାରା ସଂସାରେ
ସବୁ ଚାଲିଅଛି ତୁମ୍ଭ କୃପାରେ ।୩|
ତୁମ୍ଭ ଆଜ୍ଞା ବଳେ ବହେ ପବନ
ତୁମ୍ଭ ଆଜ୍ଞା ହେଲେ ଉଏଁ ତପନ।୪।
ତୁମ୍ଭ ଆଜ୍ଞା ବଳେ ବର୍ଷେ ବରଷା
ତାରୁ ତୃଣ କରି ସୁନ୍ଦର ରସା ।୫|
ଫୁଲ ଫୁଟେ ନାନା ଵୃକ୍ଷ ଲତାରେ
ପ୍ରଜା ପତି ଉଡ଼େ ମଧୁ ଆଶାରେ।୬|
କେତେ ପଶୁ ପକ୍ଷୀ ଲୀଳା ଲଗାଇ
ଲୀଳା ମୟ ତୁମ୍ଭେ ଜଗତ ସାଇଁ।୭|
ତୁମ୍ଭ ବୋଲେ ଵହେ ନଦୀ ଝରଣା
ତୁମ୍ଭ ଲାଗି ବିଦ୍ୟୁ ସ୍ଵର୍ଣ୍ଣ ବରଣା।୮।
ତୁମ୍ଭ ଆଜ୍ଞା ବଳେ ଗ୍ରହ ନକ୍ଷତ୍ର
ଘୁରୁ ଛନ୍ତି ସୂର୍ଯ୍ୟ ପାଶେ ନିରତ।୯।
ତୁମ୍ଭ ଲୀଳା ଅମାବାସ୍ୟା ପୂର୍ଣ୍ଣିମା
ଦିନ ରାତି ସଞ୍ଜ ପ୍ରାତ ଗାରିମା।୧୦|
ତୁମ ଆଜ୍ଞା ପାଇ ପୁନେଇଁ ଜହ୍ନ
ପୃଥୀ କରି ଥାଏ ଶ୍ବେତ ବରଣ।୧୧|
ତୁମ୍ଭେ ରହିଅଛ ସାରା ଜଗତେ
ଜଳେ ସ୍ଥଳେ ଅବା ରମ୍ୟମରତେ।
ତୁମ୍ଭେ କେତେ ରୁପେ ହୁଅ ପ୍ରକାଶ
ସୀମା ହୀନ ତୁମ୍ଭ ରୂପ ଆକାଶ।୧୩।
ତୁମ୍ଭେ ଫୁଲ ଅଙ୍ଗେ ଭରିଛ ବାସ
ତୁମ୍ଭେ ସବୁହର ହୋଇ ବତାସ।୧୪।
କୁହୁଡ଼ି କାକରେତୁମ୍ଭେ କାଳିଆ
କେତେ ରଙ୍ଗେ ନୃତ୍ୟ କର ନଟିଆ ।
ତୁମ୍ଭେ ଭରିଅଛ ଫଳେ ଅମୃତ
ତୁମ୍ଭେ ସର୍ପେଦେଲ ବିଷ ବହୁତ।୧୬|
କାହା ମୁଖେ ହସ ଜୀବନ ସାରା
କାହା ନେତ୍ରେ ଢାଳ ଲୋତକ ଧାରା।
କେତେ ମୁନି ଋଷି ସାଧୁ ସଜ୍ଜନ
କରୁଛନ୍ତି ତୁମ୍ଭ ନାମ ଗାୟନ ।୧୮|
ତୁମ୍ଭେ ବିହରୁଛ ପ୍ରତି ଜୀବରେ
ଶିଶୁ ରୂପେ ପୁଣି ବୃଦ୍ଧ ରୂପରେ।୧୯।
ତେଣୁ ତୁମ୍ଭ ଠାରେ ମୋର ଗୁହାରୀ
ଭଲପଥେ ନିଅ ବିଶ୍ୱ ବିହାରୀ।୨୦|
       

ଶ୍ରୀ ବିଦ୍ୟାଧର ମହାନ୍ତ

ତମ୍ବାହରା ହରି ଚନ୍ଦନ ପୁର କେନ୍ଦୁଝର

Related posts

ମିଶନ ଶକ୍ତି ଋଣ ମେଳା ରେ ୧୮୧ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ତିନି କୋଟି ୭୨ ଲକ୍ଷ ଋଣ ପ୍ରଦାନ 

Sunil Chandra Nayak

ମୁକ୍ତିରାଣୀ ଦେବତା ଙ୍କ ପ୍ରବନ୍ଧ ସାମାଜିକ ଗଣମାଧ୍ୟମ ଓ ଯୁବପିଢି

Sunil Chandra Nayak

ସମ୍ପାଦକ ଓ ପ୍ରଧାନାଚାର୍ଯ୍ୟ ବୈଠକ -୨୦୨୨

Sunil Chandra Nayak

Leave a Comment

error: Content is protected !!