ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ.ରାମପୁର ରେ ସିପିଆଇ(ଏମ ଏଲ) ଲିବରେସନ ର ଜିଲ୍ଲା ସମ୍ମିଳନୀ

ମ.ରାମପୁର, ୨୬/୧୧(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ଶିବ ମନ୍ଦିର ପଡ଼ିଆରେ ସିପିଆଇ (ଏମ ଏଲ) ଲିବରେସନ ର କଳାହାଣ୍ଡି ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଏଥିରେ ଓଡ଼ିଶା ରାଜ୍ୟ କମିଟିର ସମ୍ପାଦକ ସାଥୀ ଯୁଧିଷ୍ଟିର ମହାପାତ୍ର ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତି ସଂପର୍କ ରେ ଆଲୋଚନା କରି ଜିଲ୍ଲାରେ ଜଙ୍ଗଲ ଜମି ପଟ୍ଟା, ତୁରଂତ ମଣ୍ଡି ଖୋଲି ସମସ୍ତ ଚାଷୀଙ୍କର ଧାନ କ୍ରୟ କରିବା,ଶ୍ରମିକଙ୍କୁ ବର୍ଷକୁ ୨୦୦ ଦିନ କାମ ଯୋଗାଇଦେବା ସହିତ ସେମାନଙ୍କ ଦୈନିକ ମଜୁରୀ ବୃଦ୍ଧି କରିବା ଓ ଜଳସେଚନ, ଶିକ୍ଷା ଏବଂ ସ୍ବାସ୍ଥ୍ୟ ସେବାକୁ ଉନ୍ନୀତ କରିବା ଆଦି ଦାବୀରେ ଜନ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ଵାନ ଦେଇଥିଲେ l ଏହି ସମ୍ମିଳନୀରେ ମ.ରାମପୁର,ନର୍ଲା,କର୍ଲାମୁଣ୍ଡା ଓ କେସିଙ୍ଗା ଆଦି ୪ ଗୋଟି ବ୍ଲକ ର ବିଭିନ୍ନ ପଦପଦବୀ ରେ ଥିବା ସଦସ୍ୟ ଏବଂ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ l ଏହି ଅବସରରେ ପ୍ରତିନିଧି ମଞ୍ଚକୁ ସ୍ବର୍ଗତ ନିଲାଞ୍ଜନ ଭଟ୍ଟାଚାର୍ଯ୍ୟ ମଞ୍ଚ ଏବଂ ସଭାସ୍ଥଳୀକୁ ସାଥୀ କ୍ଷିତିଶ ବିଶ୍ଵାଳଙ୍କ ନାମରେ ନାମିତ କରା ଯାଇଥିଲା l ୧୮ ଜଣିଆ ଜିଲ୍ଲା କମିଟି ଗଠନ ମଧ୍ୟ କରା ଯାଇଥିଲା l କମିଟିର ସଦସ୍ୟ ଭାବରେ ଜଗବନ୍ଧୁ ଧରୁଆ,ଅର୍ଜୁନ ପାତ୍ର,ସୀମଞ୍ଚଳ ପାତ୍ର, ଭୁବନେଶ୍ୱର ଭୋଇ, ଦିଗମ୍ବର ବିଶି,ଶିଲି ମାଝୀ, ତନେଶ୍ୱର୍ ମାଝୀ, କୀଦ ମାଝୀ, ଇନ୍ଦ୍ରମଣି ବେହେରା, ଫୁଲଚାନ୍ଦ ରଣା,ଜଗବନ୍ଧୁ ଘଡେ଼ଇ, ଜଗନ୍ନାଥ ମହାନନ୍ଦିଆ, ରାଧାମୋହନ କରୁଆଁ, ପ୍ରମୋଦ ନାଏକ, ଜାକୁବ ନାଏକ, ସୁବାଷ ନାଏକ ପ୍ରମୁଖ ନିର୍ବାଚିତ ହୋଇଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ରାଇରଙ୍ଗପୁର ପିସିଏମ ଭବନ ପରିସରରେ ଜିଲ୍ଲା ସ୍ତରୀୟ ବିଜୁଳି ମହୋତ୍ସବ

Sunil Chandra Nayak

ସନ୍ତୋଷୀ ମା ରାଇସ ମିଲ ର ବିଷାକ୍ତ ପାଣି ପାଲଟିଛି ଚାଷୀ ଙ୍କ ମରଣ ଯନ୍ତା

Sunil Chandra Nayak

ଜାତୀୟ ସମ୍ବିଧାନ ଦିବସ ଅବସରରେ ଓଡିଶା ସାମ୍ୱାଦିକ ସଙ୍ଘ (ଓଜେୟୁ) ନବରଙ୍ଗପୁର ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!