ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଷାକ୍ତ ମହୁଲଫାସ ଖାଇ ଗାଈ ଗୋରୁ ରୁଗ୍ଣ , ଅବକାରୀ ବିଭାଗ ନୀରବଦ୍ରଷ୍ଟା

ଥୁଆମୂଳ ରାମପୁର ୨୫/୧୧ (ମ.ନି.ସ):- ହିନ୍ଦୁ ଧର୍ମ ରେ ଗାଈ ହେଉଛନ୍ତି ଆମର ଗୋମାତା, ଗୋ ସମ୍ପତ୍ତି ଯୋଗୁଁ ସମାଜର ଶ୍ରୀବୃଦ୍ଧି ଘଟୁଛି। ସମାଜରେ ଗୋମାତା ଅଙ୍ଗାଅଙ୍ଗୀ ଭାବରେ ଯୋଡିଛି ।ଗୋମାତା ଆମର ସମ୍ପତ୍ତି, ହେଲେ ଥୁଆମୂଳ ରାମପୁର ମୁଖ୍ୟାଳୟ ଠାରେ ସରକାର ଙ୍କ ଦ୍ୱାରା ଲାଇଲେନ୍ସ ପ୍ରାପ୍ତ ଦେଶୀ ମଦ ଭାଟିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯାହାକି ମହୁଲଫୁଲ କୁ ପୋଛା ଯାଇ ପୋଚ୍ ପକାଇ ମଦ ରାନ୍ଧିବା ଉପଯୋଗୀ ହେଲେ ଭାଟି ରେ ପକାଇ ମଦ ନିର୍ଗତ କରାଯାଏ। ମହୁଲ ଫାସ ସହିତ ଗୁଡ଼ ପକାଉଥିବା ଅନେକ ଲୋକ ଅଭିଯୋଗ କରିଛନ୍ତି, ମଦ ଏଥିରୁ ନିର୍ଗତ ହେଲାପରେ ସେହି ମହୁଲ ଫାସ କୁ ଗୋଟିଏ ଆବର୍ଜନା କୁଣ୍ଡ ରେ ରଖିବା କଥା କିନ୍ତୁ ଏହି ମଦ ଭାଟିରେ ସେହିପରି ବ୍ୟବସ୍ତା କରା ଯାଇନଥିବା ଦେଖିବାକୁ ମିଳୁଛି ନା ଅଛି ପାଚେରୀ ନା ଅଛି ଆବର୍ଜନାକୁଣ୍ଡ ଏହି ବିଷାକ୍ତ ଫାସ , ମଦ ଭାଟିରୁ ନିର୍ଗତ ହଉଥିବା ପାଣି ନାଳକୁ ବୋହି ଆସୁଥିବା ଦେଖା ଯାଇଛି ଏହା ସହିତ ବିଷାକ୍ତ ମହୁଲ ପୋଚ୍ କୁ ବାହାରେ ଏତେତେଣେ ଫୋପାଡ଼ି ଦେଉଛନ୍ତି ଯାହାଫଳରେ ସେସ୍ଥାନରେ ଗ୍ରାମର ଅନେକ ବୁଲା ଗାଈ ଗୋରୁ ଙ୍କ ଚାରା ଭୂଇଁ ପାଲଟିଛି ଯାଇଛି। ଘାସ ଖାଇବା ବଦଳରେ ଫୋଫାଡ଼ି ଥିବା ମହୁଲ ଫାସ ନିତିଦିନିଆ ଖାଦ୍ଯ ଭାବରେ ଗାଈଗୋରୁ ଖାଉଛନ୍ତି। ସେହିପରି ଦେଶରେ ପ୍ଲାଷ୍ଟିକ ନିଷିଦ୍ଧ ନିୟମ ରହିଥିବା ବେଳେ ହେଁ ମଦକୁ ଧଳା ଜରିରେ ପାଉଚ ତିଆରି କରି ବିକ୍ରି ହିସାବରେ ଦିଆଯାଉଛି। ମଦ ପିଇବା ପରେ ମଦ୍ଯପ ମାନେ ଜରିକୁ ଏତେତେଣେ ଫୋପାଡି ଦେଉଛନ୍ତି ଏହାକୁ ମଧ୍ୟ ଗାଈ ଖାଇବା ଦ୍ବାରା ଦୁଧିଆଳି ଗାଈ ମାନେ, ରୁଗୁଣା, ଅଳସୁଆ, ଚର୍ମରୋଗ, ପେଟ ଫୁଲିଯିବା , ରାସ୍ତାରେ ଶୋଇପଡିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି, ଗ୍ରାମର ଅନେକ ଗାଈଗୋରୁ ମହୁଲ ଫାସ ଖାଇ ପାଗଳ  ହେଉଛନ୍ତି ଏହାଛଡା ଅନେକ ଗାଈ ଗର୍ଭ ବସ୍ଥାରେ ପ୍ରସବ କରି ନ ପାରି ମୃତ୍ୟୁ ବରଣ କରୁଛନ୍ତି। ଏହାକୁ ନେଇ ଅବକାରୀ ବିଭାଗର ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ତେଣୁ ପ୍ରାଣୀ ପ୍ରେମୀଙ୍କ ମନରେ ଉଦବେଗ ପ୍ରକାଶ ପାଉଥିବା ବେଳେ ଭାଟି ମେନେଜର ଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ଫଳପ୍ରଦ ହୋଇପାରୁନାହିଁ। ତେଣୁ ଏହାକୁ ଅତି ଗୁରୁତ୍ବ ଦେଇ ବିଭାଗୀୟ ଅଧିକାରୀ ଏହାର ସ୍ଥାୟୀ ବ୍ୟବସ୍ଥା କରିବା ପାଇଁ ଜନସାଧାରଣ ଦାବି କରୁଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କଳାହାଣ୍ଡିରେ ଶକ୍ତି ଉପାସନାର ଅନନ୍ୟ ପରମ୍ପରା “ଶାକ୍ତ ନବ କଳେବର- ମୁଣ୍ଡବସା”

Sunil Chandra Nayak

କେସିଙ୍ଗା ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ଭାବରେ ଶେଷ

Sunil Chandra Nayak

ଗୋପାଳପୁର ଗ୍ରାମପଞ୍ଚାୟତ ଠାରେ ଗାନ୍ଧୀ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!