ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଙ୍ଗଲ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ପରିବାର 

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ରତଙ୍ଗ ଗ୍ରାମ ପଞ୍ଚାୟତ ଅଧିନସ୍ଥ ସେସ୍କା ଯୋଡ଼ି ଗାଁ ନିକଟରେ ଥିବା ରୁଗୁଡ଼ି ପଦା ଜଙ୍ଗଲ ରେ ଜଣେ ଯୁବକ ଙ୍କ ମୃତ ଦେହ ପଡ଼ିଥିବା କିଛି ଲୋକେ ଦେଖିବାପରେ ମୃତକର ପରିବାର କୁ ଖବର ଦେଇଥିଲେ l ପରିବାର ଲୋକ ଘଟଣା ସ୍ଥାନ କୁ ଯାଇ ଦେଖିବା ପରେ ମୃତ ଯୁବକ ହେଉଛନ୍ତି ରତଙ୍ଗ ପଞ୍ଚାୟତ ର କୁଟୀବାରୀ ଗ୍ରାମର ସୁଜିତ କୁମାର ନାୟକ ଓରଫ ଟୁଟୁ ବୟସ ୩୭ । ସୁଜିତ ନାୟକ ଗତକାଲି ସନ୍ଧ୍ୟା ସମୟରେ ଘରୁ ବାହାରି ଯାଇ ସକାଳ ପର୍ଯ୍ୟନ୍ତ ଘରକୁ ଫେରି ନଥିଲା ସୁଜିତ କୁ କିଏ ହତ୍ୟା କରି ଜଙ୍ଗଲ ରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ସୁଜିତ ଚାଷ କାମ କରିବା ସହ ଅଧିକାଂଶ ସମୟରେ ଟେଣ୍ଟ କାମ ମଧ୍ୟ କରୁଥିଲା । ରାସ୍ତା ଠାରୁ ବହୁତ ଦୂର ଜଙ୍ଗଲ ରେ ମୃତ ଦେହ ପଡିଥିବା ବେଳେ , ପାଖରେ ଗାଡି ର ଚାବି,ଜାକେଟ ମଫଲର ପଡିଥିବା ଦେଖି ପରିବାର ଲୋକେ ହତ୍ୟା ସନ୍ଦେହ ଅଭିଯୋଗ ଆଣିଛନ୍ତି। ଘଟଣା ସ୍ଥଳରେ ସଦର ଏସଡ଼ିପିଓ ସୁପ୍ରସନ୍ନ ମଲ୍ଲିକ ଓ ସାଇଣ୍ଟିଫିକ ଟିମ ଓ ଫିରିଙ୍ଗିଆ ଥାନା ପୋଲିସ ପହଞ୍ଚି ଶବ ଜବତ କରିଥିଲେ। ପୋଲିସ ଲିଖିତ ଅଭିଯୋଗ କୁ ଭିତ୍ତିକରି ଫିରିଙ୍ଗିଆ ଥାନା ପକ୍ଷରୁ ୧୭୪/୨୦୨୨ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ତଦନ୍ତ ଜାରି ରଖିଥିବା ଫିରିଙ୍ଗିଆ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଛାତ୍ର ଙ୍କୁ ମାଡ଼ ମାରିଥିବା ଶିକ୍ଷକ ଙ୍କ ନାମରେ ମାମଲା ରୁଜୁ 

Sunil Chandra Nayak

ଅବସରପ୍ରାପ୍ତ ଥାନା ସବ୍ ଇନ୍ସପେକ୍ଟର ଙ୍କ ଦେହାନ୍ତ

Sunil Chandra Nayak

ଅଳ୍ପ ପବନରେ ଉଡିଲା ନିର୍ମାଣାଧିନ ସ୍କୁଲର ଛାତ, ବିଦ୍ୟାଳୟ ସାମ୍ନାରେ ଗ୍ରାମବାସୀଙ୍କ ଉତ୍ତେଜନା

Sunil Chandra Nayak

Leave a Comment

error: Content is protected !!