ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୌଦ୍ଧ ଜିଲ୍ଲା ଓବିସି ମଞ୍ଚ ତରଫରୁ ସମ୍ବିଧାନ ଦିବସ ଓ ସାଂଗଠାନିକ ବୈଠକ ଅନୁଷ୍ଠିତ

ବୌଦ୍ଧ – ୨୬/୧୧ – ଓଡ଼ିଶା ଓବିସି ମଞ୍ଚ ଆହ୍ଵାନ କ୍ରମେ ବୌଦ୍ଧ ଜିଲ୍ଲା ଓବିସି ମଞ୍ଚ ତରଫରୁ ବୌଦ୍ଧ ରଜବାଟି ସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଏକ ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଅଛି l ସାମାଜିକକର୍ମୀ କୃତ୍ତିବାସ ପଲିଆଙ୍କ ଆବାହନକ୍ରମେ ଓ ସଂଯୋଜନାରେ କୁଲୁତା ସମାଜ ବୌଦ୍ଧ ଜିଲ୍ଲା ପୂର୍ବ ଜିଲ୍ଲା ସଭାପତି ତଥା ଉପଦେଷ୍ଟା ନବୀନ କୁମାର ପ୍ରଧାନ ଙ୍କ ସଭାତିତ୍ବରେ ଏକ ସାଂଗଠାନିକ ବୈଠକ ଅନୁଷ୍ଠିତ ସୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଓବିସି ମଞ୍ଚ ସଭାପତି ଶଙ୍କର ପାତ୍ର, ସମ୍ମାନୀତ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ସମ୍ପାଦକ ପ୍ରଦେଶୀ ବିଶ୍ବାଳ, ଅଗରିଆ ସମାଜ ସଂଗଠକ ସୀତାକାନ୍ତ ସାଇ, ଯୁବ ଦୂମାଲ ବିକାଶ ପରିଷଦ ଉପଦେଷ୍ଟା ଦିନମଣି ଡାଙ୍ଗ, ବୌଦ୍ଧ ଜିଲ୍ଲା ଦୁମାଲ୍ ପରିଷଦ ସଭାପତି ସିତାଂଶୁ ଶେଖର ମହାକୁଲ୍, ସାମାଜିକ କର୍ମୀ ସିଦ୍ଧେଶ୍ୱର ଗିରି, ଯୁବ ସଂଗଠକ ଦେଶବନ୍ଧୁ ମହକୁଲ, କନ୍ଧମାଳ ଜିଲ୍ଲା ଯାଦବ ସଂଗଠକ ଜନବାଦି ଗୌଡ, ଖଦରା ସମାଜ ର ଦୁର୍ଯୋଧନ ନାଏକ, ମେହେର ସମାଜ ସଂଗଠକ ହୃଦାନନ୍ଦ ମେହେର,ମାହେଶ୍ୱରୀ ଦେହେରି ପୁରୁଷୋତ୍ତମ ମହାକୁଡ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇ ଥିଲେ l ଆଲୋଚନାରେ ଆସନ୍ତା ଡିସେମ୍ବର ମାସରେ ପୂର୍ଣ୍ଣାଙ୍ଗ ଜିଲ୍ଲା କମିଟି ଗଠନ ସହିତ ଭୁବନେଶ୍ୱର ଥରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ସମାବେଶ ରେ ଯୋଗଦାନ କରିବାକୁ ସ୍ଥିର କରାଯାଇ ସେଶରେ ଜନବାଦୀ ଗୌଡ ଧନ୍ୟବାଦ୍ ଅର୍ପଣ କରିଥିଲେ l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଦୁର୍ନୀତି ନିବାରଣ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଶପଥପାଠ ଅନୁଷ୍ଠିତ    

Sunil Chandra Nayak

ଭାଲୁ ଆକ୍ରମଣରେ ଜଣେ କେନ୍ଦୁପତ୍ର ତୋଳାଳୀ ଗୁରୁତର ଆହତ     

ଦୁର୍ଘଟଣା ରେ ଶିକ୍ଷକଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!