ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟରେ ସାମ୍ବିଧାନିକ ଦିବସ ପାଳିତ 

ଡାବୁଗାଁ, 26/11 (ମ. ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ଶନିବାର ପାଳିତ ହୋଇଯାଇଛି। ଏହି ଅବସରରେ ଡିଗ୍ରୀ କଲେଜ ର ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁକ୍ତ ଦୁଇ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ସନ୍ତୋଷ କୁମାର ପଟ୍ଟନାୟକ ଯୋଗ ଦେଇଥିବାବେଳେ ତାଙ୍କୁ ଛାତ୍ରୀ ଛାତ୍ର ମାନଙ୍କ ଦ୍ଵାରା ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ସଭାର ଆରମ୍ଭ ରେ ପ୍ରଥମେ ପିଲାମାନଙ୍କ ଦ୍ବାରା ପ୍ରତିଜ୍ଞା ପାଠ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାରତ ଭଳି ବିକଶୀତ ରାଷ୍ଟ୍ର ର ସ୍ୱତନ୍ତ୍ରତା ଓ ସ୍ଵାଧୀନତା ଉପରେ ବ୍ୟାପକ ମତବ୍ୟକ୍ତ କରିଥିଲେ, ଏଥିସହିତ ସମାନତା, ଅଖଣ୍ଡତା ଓ ସମସ୍ତ ଙ୍କୁ ସମାନତା ଅଧିକାର ମିଳିବା ଦରକାର।ଏଥିସହିତ ବିଭିନ୍ନ ଆଇନ ଓ ସୂଚନା କିପରି ଠିକ୍ ଭାବରେ ପାଳନ କରି ଆମେ ସମ୍ବିଧାନ ପ୍ରତି ସଚେତନ ରହି ନାଗରିକ ମାନେ ଏହି ସବୁ ସୁବିଧା ପାଇପାରିବା ସେତେ ବେଳେ ଆମେ ପ୍ରକୃତ ସମ୍ବିଧାନ କହିବା। ଏହି ସଭାରେ ଆମେ ପାଇଥିବା ସମସ୍ତ ଅଧିକାର ମିଳିବା ଦରକାର ବୋଲି ଅଧକ୍ଷ କହିଥିଲେ।ଏହି ଉତ୍ସବରେ ଅର୍ଥନୀତି ବିଭାଗର ଅଧ୍ୟାପିକା ଉର୍ମିଳା ବ୍ରହ୍ମା, ଇତିହାସ ବିଭାଗର ଅଧ୍ୟାପିକା ପୁଷ୍ପାଞ୍ଜଳି ସାହୁ ଓ ଅଧ୍ୟାପକ ସନ୍ୟାସୀ ସାହୁ, ମାର୍ଧକ୍ଷ ନାୟକ ଓ ଦୟାରାମ ମନୋହର ଓ ଅଧ୍ୟାପିକା ମନିସା ସରକାର ଓ ମହେନ୍ଦ୍ର ଦେବରପଲ୍ଲି ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଶେଷରେ ଛାତ୍ରୀ ଛାତ୍ର ମାନେ ଭାଷଣ ଦେଇଥିଲେ।ସଭା ଶେଷରେ କଲେଜ ର ଯୁକ୍ତ ତିନି ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ମର୍ଦ୍ଧକ୍ଷ ନାୟକ ଧନ୍ୟବାଦ ଅର୍ପଣ କରି ସଭାପତି ଙ୍କ ନିର୍ଦେଶ ରେ ସଭା ସାଙ୍ଗ କରାଯାଇଥିଲା l

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ 

Related posts

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ,ଖରିଆର ଡିଭିଜନ କର୍ମକର୍ତ୍ତାଙ୍କ ଗୁରୁତ୍ବ ପୂର୍ଣ୍ଣ ବୈଠକ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଓଡ଼ିଆ କବି, ଗାରିମା ଛବି 

ଉତ୍କଳ ର ଦରଦୀ ବନ୍ଧୁ ଉତ୍କଳମଣି ଗୋପବନ୍ଧୁ

Leave a Comment

error: Content is protected !!