ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମସିହା ର ପ୍ରତିନିଧି ପ୍ରହଲ୍ଲାଦ ମୁଦୁଲି ତାଳଚେର ରେ ହେଲେ ସମ୍ମାନିତ

ତାଳଚେର ଗ୍ରୀନ ଗ୍ରାସ ଷ୍ଠାଡିଅମ ଠାରେ ଗତ କାଲି ‘ ଆଗେଇବା ‘ ସାପ୍ତାହିକ ସମ୍ବାଦପତ୍ର ର ୪୨ତମ ସ୍ୱନକ୍ଷତ୍ର ଉତ୍ସବ ରେ ଢେ଼ଙ୍କାନାଳ ଅନୁଗୁଳ ଜିଲ୍ଲାର ତଥା ରାଜ୍ୟ ର ବିଭିନ୍ନ ବ୍ଲକ୍,ଉପଖଣ୍ଡ ରୁ ବହୁ ଗଣ ମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ସଂଗଠନ ଯୋଗ ଦେଇଥିଲେ l 

ଦୀର୍ଘ ୪୨ ବର୍ଷ ଧରି ନିରବିଛିନ୍ନ ଭାବେ ପ୍ରକାଶିତ ହେଉଥିବା ସମ୍ବାଦ ପତ୍ର ଆଗାମୀ ଦିନରେ ଦୈନିକ ସମ୍ବାଦପତ୍ର ରୂପେ ଓଡ଼ିଶା ରେ ପରିଚିତ ହେବ ବୋଲି ସାଂସଦ ମହେଶ ସାହୁ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ପରିପ୍ରେକ୍ଷୀରେ 

ଆଗେଇବା ପରିବାର ତଥା ସାଂସଦ ମହେଶ ସାହୁ ଙ୍କ ଦ୍ଵାରା ନିର୍ଭୀକ ସମ୍ବାଦ ପରିବେଷଣ କରି ଚାଲିଥିବା ସାମ୍ୱାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା l ସେଥି ମଧ୍ୟରୁ କାମାକ୍ଷାନଗର ଉପଖଣ୍ଡ ର ପ୍ରହଲ୍ଲାଦ ମୁଦୁଲି ଅନ୍ୟତମ ।

ସୁଚନା ଯୋଗ୍ୟ ଯେ ଶ୍ରୀଯୁକ୍ତ ମୁଦୁଲି ମସିହା ସମ୍ବାଦପତ୍ର ରେ କାମାକ୍ଷା ନଗର ଉପଖଣ୍ଡ ର ପ୍ରତିନିଧିତ୍ଵ କରୁଛନ୍ତି l ତାଙ୍କରି ଏହି ସମ୍ମାନ ରେ ମସିହା ପରିବାର ର ସମ୍ପାଦକ ଶ୍ରୀଯୁକ୍ତ ସୁନିଲ ଚନ୍ଦ୍ର ନାୟକ ତଥା ଜିଲ୍ଲା ପ୍ରତିନିଧି ନାୟକ ଅକ୍ଷୟ ରାଜହସ୍ତୀ ‘ଆଗେଇବା ପରିବାର’ କୁ ଅଶେଷ ଅଶେଷ ଧନ୍ୟବାଦ୍ ଦେବା ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ପ୍ରଗତିଶୀଳ ଓଡିଶା  ରେ  ଦାଦନ ଦୁଃଖ !!

ରାସ୍ତା ନ ଥିବାରୁ ଗର୍ଭବତୀ ମାଁଙ୍କୁ ଚଲାଗଲା ଏକ କିଲୋମିଟର ରାସ୍ତା 

Sunil Chandra Nayak

ଡମ୍ବରୁଧର ବେହେରାଙ୍କୁ  ବ୍ରହ୍ମପୁର ମହାନଗର ନିଗମ ମହୋତ୍ସବ ସାହିତ୍ୟ ସମ୍ମାନ (୨୦୨୨)

Sunil Chandra Nayak

Leave a Comment

error: Content is protected !!