ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଡ଼ୁଗାଁ ଆମ୍ବେଦକର ଭବନ ଠାରେ ୭୩ ତମ ସମ୍ବିଧାନ ଦିବସ ପାଳିତ

କୋକସରା,୨୭/୧୧-( ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଡ଼ୁଗାଁ ଆମ୍ବେଦକର ଭବନ ଠାରେ ଡ଼କ୍ଟର ବି ଆର ଆମ୍ବେଦକର ମେମୋରିଆଲ ଏସୋସିଏସନ, ଲଡ଼ୁଗାଁ ଭୀମ ଆର୍ମୀ ଏବଂ ମହାତ୍ମା ଫୁଲେ ପାଠଶାଲା ପରିବାର ତରଫରୁ ୭୩ ତମ ସମ୍ବିଧାନ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ମହମବତୀ ଜାଳି ବାବାସାହେବଙ୍କ ସ୍ମୃତି ଚାରଣ କରିଥିଲେ। ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ଧୀମାନ ଗଜିନ୍ଦ୍ର ପ୍ରସାଦ ନାଗ, ପିତାମ୍ବର ମହାନନ୍ଦ, ପ୍ରଧାନୀ ବାଗ, ଓମ ପ୍ରକାଶ ଛତ୍ରିଆ, ପ୍ରଦୀପ ନାଗ, ସୁବ୍ରତ ମହାନନ୍ଦ, ନିରଞ୍ଜନ ପାଣିଗ୍ରାହୀ, ଯୁଗେଶ୍ୱର ପାଣିଗ୍ରାହୀ, ବିଜୟ ବାଗ, ଖଗେଶ୍ୱର ନାଏକ, ଛନ୍ଦା ଚରଣ କୁମାର, ମୋହିତ ନିଆଲ, ରାଜୁ ବାଗ, ଆଶିଷ ପାଣିଗ୍ରାହୀ, ମୁନରୋ କଣ୍ଟା, ଚନ୍ଦନ ମହାନନ୍ଦ, ଜୟନ୍ତ ମହାନନ୍ଦ ଏବଂ ଅନୁଷ୍ଠାନର ଅନେକ ସଭ୍ୟ ଉପସ୍ଥିତ ରହି ସମ୍ବିଧାନ ଦିବସକୁ ଧୂମଧାମରେ ପାଳନ କରିଥିଲେ।ଭାରତୀୟ ସମ୍ବିଧାନର ପ୍ରସ୍ତାବନା ପଠନ କରି ସମ୍ବିଧାନର ଗଠନ, ଉଦେଶ୍ୟ, ଆଭିମୁଖ୍ୟ ଉପରେ ବିସ୍ତିର୍ଣ୍ଣ ଭାବେ ଆଲୋଚନା କରି ପ୍ରତ୍ୟେକ ଘରେ କିପରି ଭାରତର ସମ୍ବିଧାନ ପହଞ୍ଚି ପାରିବ ଏବଂ ଲୋକେ କେମିତି ନିଜ ହକ ଅଧିକାରକୁ ଜାଣିପାରିବେ ସେ ସମ୍ପର୍କରେ ମଧ୍ୟ ବିଷଦ ଆଲୋଚନା କରାଯାଇଥିଲା। ପରିଶେଷରେ ଅନୁଷ୍ଠାନର ସମସ୍ତ ସଦସ୍ୟ କର୍ମକର୍ତ୍ତା ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଛ ପ୍ରଦାନ କରି ଶିକ୍ଷିତ, ସଙ୍ଘଠିତ ଓ ସଂଘର୍ଷ କରିବା ନିମନ୍ତେ ଆହ୍ୱାନ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

କବିତା ସାହୁ  ଙ୍କ କବିତା ସବୁ ତ ତୁମରି ଦାନ

Sunil Chandra Nayak

ଉଷଶ୍ରୀ ଜେନା ଙ୍କ କବିତା ଜୀବନ ଓ ଯନ୍ତ୍ରଣା 

Sunil Chandra Nayak

ଦଣ୍ଡପାଟ କୁ ପୁଣି ଫେରିଲା ଦାଦନ ଶ୍ରମିକର ମୃତ ଦେହ

Leave a Comment

error: Content is protected !!