ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କୋଷାଗୁମୁଡ଼ା ବ୍ଲକରେ ଡେଙ୍ଗୁର ଭୟ , ଚଳିତ ମାସ ରେ ତିନି ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

କୋଷାଗୁମୁଡ଼ା,୨୬।୧୧ (ମନିସ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ ଅନ୍ତର୍ଗତ କୋଡ଼ିଙ୍ଗା ପଞ୍ଚାୟତ ସଦର ସ୍ଥିତ ଲେମ୍ପ ପଛ-ହରିଜନ ସାହି ରେ ଚଳିତ ମାସରେ ତିନି- ତିନି ଜଣ ଡେଙ୍ଗୁ ରୋଗରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ହରିଜନ ସାହି ର ଜୟରାମ ହରିଜନ (୨୯)ଓ ବଳି ହରୁଜନ (୪୫) ନାମକ ଦୁଇ ଜଣ ଡେଙ୍ଗୁ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ,ଏମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଲା ପରେ ଉକ୍ତ ସାହି ର ଆଉ ଏକ ୭ ବର୍ଷୀୟ ଝିଅ ସସ୍ମିତା ହରିଜନ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି କଥା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟି ଥିବା ବେଳେ ଏହାକୁ ନେଇ ଅଞ୍ଚଳବାସୀ ବର୍ତ୍ତମାନ ଆତଙ୍କିତ ହୋଇ ରହିଛିନ୍ତି ।ଏ ସମ୍ପର୍କରେ ବିଭାଗୀୟ ଭିବିଡିଟିଏସ ଆଦିତ୍ୟ ବିକ୍ରମ ତ୍ରିପାଠୀ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆଜି ଆମେ ଆମ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି, ଆଶା ଦିଦି,ୱାର୍ଡ ମେମ୍ବର ମାନଙ୍କ ସହିତ ହରିଜନ ସାହି ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ବାସିନ୍ଦା ଙ୍କ ରକ୍ତ ନମୁନା ପରୀକ୍ଷା କରିବା ସହିତ ପ୍ରତେକ ଘର ଘର ବୁଲି ସଚେତନତା ସୃଷ୍ଟି କରାଯାଉଛି ଓ ଲଗାତାର ସେମାନଙ୍କ ଉପରେ ଆମେ ନଜର ରଖିଛୁ ବୋଲି କହିଛନ୍ତି। ଏ ସମ୍ପର୍କରେ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ଓ ବ୍ଲଳ ପ୍ରଶାସନ ଏହି ଅଞ୍ଚକକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଅସ୍ୱାସ୍ଥ୍ୟକର ପରିବେଶ ଦୂରୀକରଣ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି । ଆସନ୍ତା ଦିନରେ ଏହି ଅଞ୍ଚଳରେ ବ୍ୟାପକ ସଚେତନତା ର ଆବଶ୍ୟକତା ରହିଛି !

କୋଷାଗୁମୁଡ଼ା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ପୁଣି ବଢୁଛି କରୋନା..ଡିଜିସିଏର କଡ଼ା ଆଭିମୁଖ୍ୟ

୨୮୦ ଉପଭୋକ୍ତାଙ୍କୁ ବୁଷ୍ଟର ଡୋଜର ପ୍ରଦାନ

Sunil Chandra Nayak

୨୦୨୪ ସୁଦ୍ଧା ବିଜାତଳା ବ୍ଲକକୁ “ଯକ୍ଷ୍ମା ମୁକ୍ତ “ଅଂଚଳ ପ୍ରୟାସ ନେଇ ଜିଲ୍ଲା ଯକ୍ଷ୍ମା କେନ୍ଦ୍ର ଓ ‘ରିଚ’ଅନୁଷ୍ଠାନ ତରଫରୁ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!