ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡେଙ୍ଗାଗୁଡା ଠାରେ ନାଭାଲ ଏନସିସି ଦିବସ ପାଳନ

କୋକସରା, ୨୮/୧୧- (ମ ନି ସ) କୋକସରା ବ୍ଲକ ଡେଙ୍ଗାଗୁଡା ଠାରେ କୋକସରା ଜବାହାର ଉଚ୍ଚ ବିଦ୍ୟାଳୟ ପକ୍ଷରୁ ନାଭାଲ ଏନସିସି ଦିବସ ପାଳନ କରାଯାଇଛି। ନାଭାଲ ଏନସିସି ପ୍ରଶିକ୍ଷକ ତଥା ଖେଳ ଶିକ୍ଷକ ଅମିତ କୁମାର ମହାନ୍ତିଙ୍କ ପରିଚାଳନାରେ କାର୍ଯ୍ୟକ୍ରମକୁ କୋକସରା ଡିଗ୍ରୀ ମହାବିଦ୍ୟାଳୟ ଏନସିସି କ୍ୟାପଟେନ ଅଶ୍ୱିନୀ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଏନସିସି ଦିବସର ପୃଷ୍ଠଭୂମି ଓ ଭାରତୀୟ ଜାତୀୟ ସଂହତି ଉପରେ ଏନସିସି କ୍ୟାଡେଟ ଭୂମିକା ଉପରେ ଉପସ୍ଥିତ ଏନସିସି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଏହି ଅବସରରେ ଏନସିସି ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାରର କଳା କୌଶଲ ପ୍ରଦର୍ଶିତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ହେମନ୍ତ ମାଝୀ ପରିଚାଳନା କରିଥିବା ବେଳେ ଡେଙ୍ଗାଗୁଡା ଏମଇ ସ୍କୁଲର ପ୍ରଧାନ ଶିକ୍ଷକ ସର୍ବେଶ୍ୱର ପାଇକରାୟ, ଆଲୋକ ମଲ୍ଲିକ, ସୁଶାନ୍ତ ମହାପାତ୍ର ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଦୁର୍ଘଟଣା ଗ୍ରସ୍ତ ମୃତ୍ୟୁ ନୁହେଁ ହତ୍ୟା କରାଯାଇଥିବା ଅଭିଯୋଗ କରି ରାସ୍ତାରୋକ

Sunil Chandra Nayak

ଜୁନାଗଡ଼ ପୌର ନିର୍ବାଚନ ;୧ ୱାର୍ଡ ସଭ୍ୟ ପ୍ରାର୍ଥୀ ପ୍ରତ୍ୟାହାର ପରେ ଅଧକ୍ଷ୍ୟ ପାଇଁ ୪ ଓ ୱାର୍ଡ ସଭ୍ୟ ୩୫ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର କାଏମ

Sunil Chandra Nayak

ଗାନ୍ଧୀ ଆଦର୍ଶ ଓ ଗୋପବନ୍ଧୁ ଆଦର୍ଶ ସମ୍ମାନ ପ୍ରଦାନ ସମାରୋହ 2022 ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!