ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏମ.ଡି.ଏମ୍ ପାଚିକା ମାନଙ୍କ ସମସ୍ୟା ନେଇ ଏକ ବୈଠକ

ଡାବୁଗାଁ, 28/11(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କୋଇଲାରି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନବରଙ୍ଗପୁର ଜିଲ୍ଲାର ପାଚିକା ସହାୟକ ସଂଘ ର ଏକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସନ୍ତା ୩୦ ତାରିଖ ବୁଧବାର ପାଚିକା ସଂଘ ଭୁବନେଶ୍ୱର ରେ ଏକ ବିରାଟ ରାଲି କରି ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବା ନେଇ ଆଲୋଚନା ହୋଇଥିଲା । ଏହି ପାଚିକା ମାନେ ଓଡ଼ିଶା ସରକାରଙ୍କ ଦ୍ଵାରା ପରଚାଳିତ ପ୍ରତି ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ ରନ୍ଧନ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଆସୁଛନ୍ତି । ପୂର୍ବାହ୍ନ ୧୦ଘଣ୍ଟିକା ଠାରୁ ବିଦ୍ୟାଳୟ କୁ ଆସି ଶହଶହ କୋମଳ ମତି ଛାତ୍ରୀଛାତ୍ର ଙ୍କ ଉତ୍ତମ ଖାଦ୍ୟ ସହ ଉତ୍ତମ ଭବିଷ୍ୟତ ଗଢି ତୋଳିବାରେ କାର୍ଯ୍ୟ କରିଆସୁଛନ୍ତି । ସକାଳ ୧୦ଘଣ୍ଟିକା ଠାରୁ ଅପରାହ୍ନ ୩ଘଣ୍ଟିକା ପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଥିଲେ ହେଁ କାର୍ଯ୍ୟ ଅନୁସାରେ ଦରମା କମ ଅନ୍ୟ ସରକାରୀ ବିଭାଗ ପାଚିକା ମାନଙ୍କ ତୁଳନାରେ ଆମେ କମ ମଜୁରୀ ପାଉଅଛୁ । ପାଚିକା ସଂଘର ଅବିଗତ ସଂଗ୍ରାମ ଫଳରେ ବର୍ତମାନ ଆମର ପ୍ରାପ୍ୟ ୧୪୦୦ ଟଙ୍କା ହୋଇଛି । ଯାହାକି ସମୁଦ୍ରକୁ ଶଙ୍ଖେ ପରି ଏହି ସମସ୍ୟା ନେଇ ବୈଠକ ରେ ଆଲୋଚନା ହୋଇଥିଲା । ପାଚିକା ମାନଙ୍କ ଦରମା ୧୦ହଜାର ଟଙ୍କା କୁ ବୃଦ୍ଧି କରାଯିବା ନିମନ୍ତେ ଆସନ୍ତା ୩୦ତାରିଖ ବୁଧବାର ଦିନ ପାଚିକା ସଂଘ ଭୁବନେଶ୍ୱର ଯାଇ ସରକାର ଙ୍କୁ ଦାବିପତ୍ର ପ୍ରଦାନ କରିବେ ବୋଲି ଉକ୍ତ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲା ପାଚିକା ସଂଘ ର ସଭାନେତ୍ରୀ ମନକି ଜାନି, ଉପସଭାପତି ଫୁଲ ଜାନି, କୋଷାଧ୍ୟକ୍ଷ ବିଦ୍ୟବତି ବିଶୋଇ, ସମ୍ପାଦକ ଆସମା ବେଗମ ଓ ସଂଘ ର ପ୍ରାୟ ୫୦ରୁ ଉର୍ଦ୍ଦ ପାଚିକା ମାନେ ଉପସ୍ଥିତ ଥିଲେ।

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଜେଡିର ୨୫ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଗୌଡ଼ ଗୁଡ଼ା  ଗୁମ୍ମା ପୂର୍ଣ୍ଣିମା ପାଳିତ

Sunil Chandra Nayak

ସବୁ ପଞ୍ଚାୟତରେ ନାହିଁ ବ୍ୟାଙ୍କ: ରାଜ୍ୟରେ ୫୬୦୭ ବ୍ୟାଙ୍କ ଶାଖା ଓ ୭୪୬୧ ଏଟିଏମ୍‌ ଥିବା ସୂଚନା

Sunil Chandra Nayak

Leave a Comment

error: Content is protected !!