ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଆହତ

ପାପଡାହାଣ୍ଡି,28/11, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଠାରୁ ଚରାମୂଳା ରାସ୍ତାରେ ରବିବାର ବିଳମ୍ବିତ ରାତ୍ରରେ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତକ ହିର୍ଲି ଗ୍ରାମର ଲକ୍ଷ୍ମଣ ନାୟକ ବୋଲି ଜଣାପଡିଛି । ମୃତ ଲକ୍ଷ୍ମଣ ନାୟକ ଏକ ବାଇକ OD24F 2661 ଯୋଗେ ଜାମ୍ବଗୁଡା ଠାରୁ ନିଜ ଗ୍ରାମ ହିର୍ଲି କୁ ଆସୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ବାଇକ OR24 4986 ସହ ମୁହାଁମୁହିଁ ଧକ୍କା ହୋଇଥିଲା ।ଘଟଣା ସ୍ଥଳରେ ଗୁରୁତର ଥିବା ଲକ୍ଷ୍ମଣ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ।ସେଠାରେ ତାଙ୍କର ଅବସ୍ଥା ସଂକଟାପନ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନବରଙ୍ଗପୁର କୁ ସ୍ଥାନାନ୍ତରିତ କରାଯାଇଥିଲା ।ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ ଘଟିଥିଲା ।ଏନେଇ ମଇଦଲପୁର ଫାଣ୍ଡିରେ ମୃତକଙ୍କ ଦାଦା ଇନ୍ଦ୍ର କୁମାର ନାୟକ ଏକ ଲିଖିତ ଅଭିଯୋଗ ପରେ ପାପଡାହାଣ୍ଡି ପୋଲିସ କେସ ନଂ 200/22 ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି | ଆହତଙ୍କ ପରିଚୟ ମିଳିନଥିବା ଜଣାପଡିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

କରୋନା ସଚେତନତା ବାର୍ତ୍ତା ନେଇ ଯୁବ ସମାଜସେବୀ ଅଜୟ ବେହେରାଙ୍କ କଟକରୁ ଦିଲ୍ଲୀ ପଦଯାତ୍ରା; ରାଇରଙ୍ଗପୁରରେ ଉତ୍ସସ୍ବିତ ସମ୍ବର୍ଦ୍ଧନା

Sunil Chandra Nayak

ପୌର ନିର୍ବାଚନ – ବିଶାଲ ସମାବେଶ କରି ପ୍ରଚର ଶେଷ କଲା ବିଜେଡ଼ି

Sunil Chandra Nayak

ସାମ୍ବାଦିକ ଅ6ର୍ଦ୍ଦନ୍ଧୁ ଦାସ ଙ୍କୁ ଗିରଫ ର ପ୍ରତିବାଦ ସଭା, ରାଲି ଓ ଦାବୀ ପତ୍ର ପ୍ରଦାନ

Leave a Comment

error: Content is protected !!