ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ଶୀତୁଆ ସକାଳ 

ଶୀତୁଆ ସକାଳ 

ହେମନ୍ତର ଅନ୍ତେ ଶୀତ ଯେ ଆଗତେ 
            ନାନା ଅଳଙ୍କାର ନେଇ 
ରଙ୍ଗ ବେରଙ୍ଗର ଫୁଲର ମହକେ 
            ମନେ ଆନନ୍ଦ ମିଳଇ ।।
            
ପ୍ରାତରୁ ଟଗର ସ୍ୱାଗତ ଜଣାଏ 
           ପୌଷ ଓ ମାଘ ମାସକୁ 
ସଂଞ୍ଜ ସକାଳର ହାଡ ଭଙ୍ଗା ଶୀତ 
            ଆସଇ ମାସ ଶେଷକୁ ।।
ନିଇତି ଶୀତରେ ଦୀପାବଳି ଆସେ 
            ମନରେ ଉଲ୍ଲାସ ଭରି 
ଖୁସିର ଲହରୀ ଦିଶେ ଅଗଣାରେ 
          ନାନା ରଂଗେ ଦୀପ ଜାଳି ।।
           
ସୁରୁଜ ନଇଁଲେ ଗରମ ପୋଷାକ 
            ସଭିଙ୍କର ଲୋଡା ହୁଏ 
ଶୀତୁଆ ପବନେ ଜାକିଯୁକି ହୋଇ 
            ଦିନ ସବୁ ହଜି ଯାଏ ।।
ପୂଜା ଓ ପରବେ ବେଦ ଓ ମନ୍ତ୍ରାଦି    
          ସାଥେ ଶୁଭୁଥାଏ ଗୀତ 
ଖୁସି ମଉଜରେ ପରବକୁ ପାଳୁ
         ଶୀତଦେଶେ ଆମେ ମିତ ।।  
                
ଫୁଲ,ଫଳ ନାନା ପରିବା ପତର 
           ଆମକୁ ସେ ଦେଇଥାଏ 
ପାଚିଲା ଧାନର ହଳଦିଆ କ୍ଷେତ 
           ମନହାରି ନେଉଥାଏ ।।
ଚଷା ଭାଇ ଆମ ଶୀତକୁ ଜାବୁଡି 
            ବିଲ ଆଡେ ଯାଏ ମାଡି 
ଧାନ ଅମଳରେ ଲାଗିଥାଏ ସଦା 
            ଚାଦରକୁ ସାଥେ ଭିଡି ।।
            
ସୂର୍ଯ୍ୟଙ୍କର ତାପ ଧିରେ ଧିରେ ବଢେ 
           ମନେ ଉନ୍ମାଦନା ଭରେ 
ସମୟ ଚକ୍ରରେ ଉଭା ଋତୁ ରାଜ 
           ମାଘ ମାସ ଅନ୍ତ ପରେ ।।
         

ନିକୁଞ୍ଜ କୁମାର ଘୋଷ 

ସା-ମାଧବପୁର, ପୋ-ଲକ୍ଷ୍ମଣନାଥ,
ଥାନା-ଜଳେଶ୍ୱର, ଜିଲ୍ଲା-ବାଲେଶ୍ବର,
ଓଡିଶା ।ପିନ୍-756032 .

Related posts

ବିକାଶନଗରରେ ୨୪ ତମ ଗଜଲକ୍ଷ୍ମୀ ପୂଜା

Sunil Chandra Nayak

ଜିଲ୍ଲା ଜଜଙ୍କ ଚନ୍ଦାହାଣ୍ଡି କୋର୍ଟ ପରିଦର୍ଶନ

Sunil Chandra Nayak

ବିଜୁ ଜନତା ଦଳ ତରଫରୁ ନୁଆଁଖାଇ ଭେଟଘାଟ ପାଳିତ

Sunil Chandra Nayak

Leave a Comment

error: Content is protected !!