ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମଲତା ଙ୍କ କବିତା ରଜନୀଗନ୍ଧା

ରଜନୀଗନ୍ଧା

         

                        ପ୍ରେମଲତା

ପହାନ୍ତି ସଂଜର,ସିକ୍ତ ଆଖିରେ
ତୁମେ ପ୍ରତୀକ୍ଷିତ ପ୍ରିତୀ
ତୋଫାଚାନ୍ଦନୀର ରଂଗରୂପନେଇ
       ବିରହିଣୀ ପ୍ରିୟା ରାତି। 
ନକ୍ସା ଭିତରେ ତୁମେ ଚିଠିଟିଏ
ସବୁଜ ବନାନୀ ଘେରେ
ପ୍ରଣୟ ବେଦୀର ମଧୁର ମୂର୍ଛନା
ମନ୍ଦ ମଳୟର ଧାରେ। 
  ଆବେଗ ନିଗୂଢ ବିଶ୍ବାସ ଭିତରେ 
  ମହ ମହ ତୁମ ବାସ୍ନା
  ମନଭରା ତୁମ ପୁଲକିତ ଆଭା
    ଅଣାୟତ ତୁମ ତ୍ରୁଷ୍ଣା।
 ସାରାରାତିଦେହେ ତୁମେତ ଅପ୍ସରୀ
   ସ୍ୱପ୍ନ ଭରା ନିଶ୍ୱାସ ରେ, 
ତାରାର ମେଲଣେ, ମଧୁର ମିଳନ
 ଜୋସ୍ନା ର ଆଲିଙ୍ଗନେ। 
ଶଙ୍ଖମଲମଲ ଦେହର ଚଟାଣେ
    ସାଉଁଳା ଆଖିର ମୁଦ୍ରା
କୋଟିଲାବଣ୍ୟର ଆଲ୍ହାଦିନୀତୁମେ
   ପ୍ରେମର ରଜନୀଗନ୍ଧା। 

    କେନ୍ଦ୍ରାପଡ଼ା

Related posts

କାଳବୈଶାଖୀରେ ପ୍ରଭାବିତ ତରାଗାଁ ଓ ବେଣାଖମାର ଗ୍ରାମ

Sunil Chandra Nayak

ମା ଦୁର୍ଗାଙ୍କ ମନ୍ଦିରରେ ରତ୍ନମୁଦ

କୋକସରା ବ୍ଲକ ସଭାଗୃହ ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!