ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଶିବାହଲ ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

କୋକସରା,୨୯/୧୧  (ମ ନି ସ)  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହଲ ପଞ୍ଚାୟତରେ ସୋମବାର ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ପ୍ରତି ପଞ୍ଚାୟତରେ ଲୋକଙ୍କୁ ଦୁଆର ମୁହଁରେ ସେବା ଓ ସମସ୍ୟାର ସମାଧାନ ପାଇଁ ଏହି ଶିବିର ବିଗତ କିଛିମାସ ହେବ ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ କାଶିବାହଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକଙ୍କ ଅଧ୍ୟକ୍ଷତାରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଡ଼ିଓ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟି, ସମିତି ସଭ୍ୟ ଗଜାନନ ନିଆଲ, ନାଏବ ସରପଞ୍ଚ କାଦମ୍ବିନୀ ଦଳେଇ, ଜିପିଇଓ ନାରାୟଣ ଭୋଇ, ସମାଜ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦାମୋଦର ବିଶ୍ବାଳ, ସାମାଜିକ ସୁରକ୍ଷା ବିଭାଗ କର୍ମଚାରୀ ସୌନ୍ଦର୍ଯ୍ୟ ନାଏକ, ବ୍ଲକ ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, କୃଷି ଅଧିକାରୀ ହେମାନନ୍ଦ ମାଝୀ, ଉଦ୍ୟାନ କୃଷି ଅଧିକାରୀ ବି.ବାସନ୍ତି, ରାଜସ୍ୱ ସୁପର ଭାଇଜର ଅଜୟ ସିକ୍କା ଓ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଅଭିଯୋଗ ନେଇ ଆସିଥିବା ହିତାଧିକାରୀଙ୍କ ଆବାସ ଘର, ପିଡ଼ିଏସ, ଭତ୍ତା ଓ ଅନ୍ୟାନ୍ୟ ଅଭିଯୋଗ ଓ ସମସ୍ୟା ଉପରେ ଅଭିଯୋଗ ଶୁଣିବା ସହ ସମାଧାନ କରିବା ଦିଗରେ ପ୍ରୟାସ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। କାର୍ଯ୍ୟକ୍ରମକୁ ସରପଞ୍ଚ ପ୍ରତିନିଧି ରୁଦ୍ର ପ୍ରସାଦ ନାଏକ,ପିଇଓ ଜାଫେଦ ନାଗ, ଗ୍ରାମ ରୋଜଗାର ସେବକ ବଜିନ୍ଦ୍ର ପୁଞ୍ଜି ଓ ପଞ୍ଚାୟତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଯୁଗ୍ମ ଜନଶୁଣାଣୀ ଶିବିରକୁ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶତାଧିକ ହିତାଧିକାରୀ ମାନେ ଅଭିଯୋଗ ନେଇ ଆସିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ବାଲାଜି ସେଠୀ ଙ୍କ କବିତା ପ୍ରାରବ୍ଧ ପ୍ରାଚୀର ପ୍ରତୀକ୍ଷା 

Sunil Chandra Nayak

ୱାର୍ଡ ସଭ୍ୟରେ ପ୍ରତିଦ୍ବନ୍ଦିତା କରୁଥିବା ମହେନ୍ଦ୍ର ସୁନାନୀ ଙ୍କ ଆଜି ପରଲୋକ

Sunil Chandra Nayak

ବ୍ଲକ କର୍ମଚାରୀ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!