ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳ ସାମ୍ବାଦିକ ସଂଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ରାଉରକେଲା/ ଉତ୍କଳ ସାମ୍ବାଦିକ ସଂଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାଉରକେଲାର ବ୍ରାହ୍ମଣୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ ଜିଲ୍ଲା ଓ ରାଉରକେଲା ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ବୈଠକରେ ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ସଭାପତିତ୍ବ ଓ ସୁନ୍ଦରଗଡ ଜିଲ୍ଲା ଶାଖା ସଭାପତି ପ୍ରଦୀପ ତ୍ରିପାଠୀ ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତି ପ୍ରଧାନ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ବିମଳ ଲାକ୍ରା ଓ ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପୁଲିସ ଅଧିକାରୀ ଡଃ ସୁମନ ଦତ୍ତ ଓ ଅନ୍ୟାନ୍ୟ ଅତିଥି ଭାବେ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ସାଧାରଣ ସଂପାଦକ ବେଣୁଧର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ନାୟକ, ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଶ୍ରୀକାନ୍ତ ଖଟେଇ,ଉପଦେଷ୍ଟା ବିମଳ କୃଷ୍ଣ ଭଞ୍ଜଦେଓ,ମଦନ ମୋହନ ପାଣି, ରବିନାରାୟଣ ଖିଲାର, ସତ୍ୟନାରାୟଣ ମିଶ୍ର ଓ ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ୪ଟି ବିଷୟ ସଂପର୍କରେ ଆଲୋଚନା କରିଥିଲେ । ବିଷୟ ଗୁଡିକ ହେଲା ସାମ୍ବାଦିକ ସୁରକ୍ଷା ଆଇନ,ଅବସର କାଳୀନ ଭର୍ତ୍ତା,ଅଧିସ୍ବିକୃତି କମିଟି ଗଠନ ଓ ସ୍ବାସ୍ଥ୍ୟ ବୀମା ୨ଲକ୍ଷରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି ସଂପର୍କରେ ଆଲୋଚନା କରାଯାଇଥିଲା । ଏହା ସହ ଐକ୍ୟବଦ୍ଧତା ସହ ମିଳିତ ସଂଗ୍ରାମ,ସଂଘକୁ ଶକ୍ତିଶାଳୀ କରିବା ଓ ବିଶ୍ବାସ ତଥା ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଏହି ବୈଠକକୁ ସଂକଳ୍ପ ଦିବସ ଭାବେ ଘୋଷଣା କରାଯାଇଥିଲା । ଏହି ଅବସରରେ ରାଜ୍ୟର ୨୬ଟି ଜିଲ୍ଲାର ସଭାପତି ଓ କର୍ମକର୍ତ୍ତା ଯୋଗଦେଇ ବକ୍ତବ୍ଯ ରଖିଥିଲେ । ଖୋର୍ଦ୍ଧା ଜିଲ୍ଲାର ସଭାପତି ପ୍ରଭାତ କୁମାର ମିଶ୍ର, କନ୍ଧମାଳ ଜିଲ୍ଲା ସଭାପତି ଶିବ ତ୍ରିପାଠୀ, କଟକ ଜିଲ୍ଲା ସଭାପତି ସତ୍ୟବ୍ରତ ଦାସ,ଭୁବନେଶ୍ଵର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ,ବାଲେଶ୍ବର ଜିଲ୍ଲା ସଭାପତି ଲୋକନାଥ ଦଳେଇ,ସଂପାଦକ ପ୍ରତାପ ପାତ୍ର, କେନ୍ଦ୍ରାପଡା ଜିଲ୍ଲାର ସଭାପତି ହିମାଂଶୁ ଶେଖର ନାୟକ,ବୌଦ୍ଧ ଜିଲ୍ଲା ସଭାପତି ରତ୍ନାକର ବେହେରା,ଗଞ୍ଜାମ ଜିଲ୍ଲା ସଂପାଦକ ପ୍ରଦ୍ୟୁମ୍ନ ପାତ୍ର, ଯାଜପୁର ଜିଲ୍ଲା ସଭାପତି ହରିହର ସ୍ବାଇଁ, ଢେଙ୍କନାଳ ଜିଲ୍ଲା ସଂପାଦକ ପ୍ରତାପ କୁମାର ବରାଳ, ରାୟଗଡା ଜିଲ୍ଲାର କାର୍ଯ୍ୟକାରିଣୀ ସଦସ୍ୟ ରାଜୀବ ଲୋଚନ ଦାସ,କୋରାପୁଟ ଜିଲ୍ଲାର ସଭାପତି ସୁଦର୍ଶନ ସେନାପତି,କଳାହାଣ୍ଡି ଜିଲ୍ଲା ସଭାପତି ରଜନୀକାନ୍ତ ମିଶ୍ର, ଯାଜପୁର ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ବିଶ୍ବଜିତ ନାୟକ, ସୁନ୍ଦରଗଡ ଜିଲ୍ଲା ଉପଦେଷ୍ଟା ଶିବଚରଣ ମିଶ୍ର,କନ୍ଧମାଳ ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସ,ମୟୂରଭଞ୍ଜ ଜିଲ୍ଲା ସଭାପତି ଅରୁଣ କୁମାର ହୋତା,କେନ୍ଦୁଝର ଜିଲ୍ଲାର ସତ୍ୟ ନାରାୟଣ ମିଶ୍ର,ବରଗଡ଼ ଜିଲ୍ଲା ସଭାପତି ତ୍ରିବିକ୍ରମ ତ୍ରିପାଠୀ,ଜଗତସିଂହପୁର ଜିଲ୍ଲା ର ମନୋଜ ଦାସ, ପୁରୀ ଜିଲ୍ଲା ସଭାପତି ତ୍ରିବିକ୍ରମ ମହାପାତ୍ର, ରାମକୃଷ୍ଣ ମହାପାତ୍ର ତଥା ସୋନପୁର ଜିଲ୍ଲାର ସଭାପତି ପ୍ରମୁଖ ବକ୍ତବ୍ଯ ରଖିଥିଲେ। ସମସ୍ତ ବକ୍ତା ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ନିଷ୍ଠାପର ଭାବେ ଦାୟିତ୍ୱ ତୁଲାଇ ସମ୍ବିଧାନର ଚତୁର୍ଥ ସ୍ତମ୍ଭର ସମ୍ମାନ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏବଂ ସାମ୍ବାଦିକତାକୁ ପେଶା ଭାବେ ଗ୍ରହଣ କରିବା ଅପେକ୍ଷା ନିଶାଭାବେ ଗ୍ରହଣ କରି ଉତ୍ତମ ନିର୍ଭିକ ଓ ନିରପେକ୍ଷ ସାମ୍ବାଦିକ ହେବା ପାଇଁ ପରାମର୍ଶ ଦେଇଥିଲେ । ଦୁଇ ଦିନିଆ କାର୍ଯ୍ୟକ୍ରମରେ ରାଜ୍ୟର ପ୍ରାୟ ୨୫୦ରୁ ଉର୍ଦ୍ଧ୍ବ ସାମ୍ବାଦିକ ଯୋଗଦେଇଥିଲେ। ପ୍ରାରମ୍ଭରେ ସୁନ୍ଦରଗଡ ଜିଲ୍ଲା ସଭାପତି ଶ୍ରୀ ତ୍ରିପାଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି କୁଞ୍ଜବିହାରୀ ରାଉତ, ସଂପାଦିକା ସଂଗୀତା ଜେନା, ଶୈଳେନ୍ଦ୍ର ସାହୁ, ତଥା ଜିଲ୍ଲାରୁ ଉପଦେଷ୍ଟା ଶ୍ରୀ ମିଶ୍ରଙ୍କ ସମେତ ରାଜେନ ଚୌଧୁରୀ,ବିଭୁତି କର, ରାଜେନ୍ଦ୍ର ପ୍ରଧାନ, ଝସକେତନ ମହନ୍ତ, ସୁରଜ ପ୍ରତାପ ମହାନ୍ତି, ଦୋଳଗୋବିନ୍ଦ ବାରିକ, ରମେଶ ଚନ୍ଦ୍ର ସାହୁ, ମହମ୍ମଦ ହବିବ ଖାନ, ଦାସରଥୀ ପଣ୍ଡା, ସୁଜିତ ମହାପାତ୍ର,ନାରାୟଣ ବେହେରା,ପ୍ରଦ୍ୟୁମ୍ନ ସାହୁ, ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଗୌତମ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଆପ ର କର୍ମକର୍ତ୍ତା ସମ୍ମିଳନୀ

Sunil Chandra Nayak

ନବ ନିର୍ମିତ ରାଇରଙ୍ଗପୁର ଗ୍ରାମାଞ୍ଚଳ ଓ ନୂଆଗାଁ ରାଜସ୍ବ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କଠାରେ ଦ୍ବାରସ୍ଥ 

Sunil Chandra Nayak

କବିତା – ହେ ମହାବାହୁ

Sunil Chandra Nayak

Leave a Comment

error: Content is protected !!