ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇପୁର ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ

ବାଲିଆପାଲ,/ ଲଙ୍ଗଳେଶ୍ଵର ,୨୮/୧୧(ମନି ସ ) ବାଲିଆପାଳ ବ୍ଲକ୍ ବଣିଆଡିହା ପଞ୍ଚାୟତ ଅଧିନସ୍ଥ ରାଇପୁର ଗ୍ରାମର ହରିହାଟ ପଡିଆ ଠାରେ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳ କାର୍ଯ୍ଯକାରୀ ସଭାପତି ତଥା ବିଶିଷ୍ଟ ସମାଜସେବୀ ଶ୍ରୀମତୀ ସୁବାସିନୀ ଜେନା ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲିଆପାଳ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶ୍ବିନୀ କୁମାର ଜେନା, ବଣିଆଡିହା ପଞ୍ଚାୟତର ସମିତି ସଭ୍ୟ କଟି ମାରାଣ୍ତି , ପୂର୍ବତନ ସରପଞ୍ଚ ମହେନ୍ଦ୍ର ବାରିକ,ଅକ୍ଷୟ ମଲ୍ଲିକ,ୱାର୍ଡମେମ୍ବର ବସନ୍ତ ମଲ୍ଲିକ,ଗୋବିନ୍ଦ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ୍ ରେ କଷାଫଳ,ମନତାପାଳ,ରାଇପୁର,ନେପୁରା,କୁଦପଡା ପ୍ରଭୁତି ୫ଟି ଭଲିବଲ୍ ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ଖେଳରେ ରାଇପୁର ଦଳ (୨-୧) ରେ ମନତାପାଳ ଦଳକୁ ହରାଇ ଚମ୍ପିଆନ ହୋଇଥିଲା । ବିଜୟୀ ଏବଂ ରନର୍ସ ଅପ୍ ଦଳକୁ ଟ୍ରଫି ଓ ଅର୍ଥ ପ୍ରଦାନ କରାଯାଇଥିଲା ।ଖେଳକୁ ସୁନିଲ ଚଣ୍ତ ଓ ଅମୂଲ୍ୟ ଚନ୍ଦ୍ର ଘଡେଇ ପରିଚାଳନା କରିଥିଲେ । ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟକୁ ରାଇପୁର ହରିହାଟ କମିଟିର ହେମନ୍ତ କୁମାର ମଲ୍ଲିକ,ମଦନ ଜେନା,ରଂଜିତ୍ ଜେନା,ରାମଶଙ୍କର ସାହୁ,ମାନୁଶଙ୍କର ଜେନା,ଆଶୁତୋଷ ଦାସ,ବଳରାମ ସାହୁ,ଲକି ରଣା,ପର୍ଶୁରାମ ଦାସ,ହେମାନନ୍ଦ ଧଳ ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

ବାଲିଆପାଳ ରୁ ଦିଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ନିରୁପମା ପାଣି ଙ୍କ ଗଳ୍ପ ଅନୁତପ୍ତ ଧୃତରାଷ୍ଟ୍ର

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଦେଣ୍ଡୋଗୁଡା ଜଙ୍ଗଲରେ ନିଆଁ, କାବୁ କଲେ ବନ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!