ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସାଥୀ ବିନା ଶ୍ରାବଣ

ସାଥୀ ବିନା ଶ୍ରାବଣ

ଉପେନ୍ଦ୍ର କୁମାର ବସ୍ତିଆ

  
    ଝିପି ଝିପି ବର୍ଷା ହେଲେ 
ମନେପଡେ ସାଥୀ କଥା ମୋର 
    ବର୍ଷାରେ ଭିଜେଇ ସିଏ 
 ସରାଗରେ ଧରି ମୋର କର ।
    ଅଧା ବାଟୁ ଚାଲିଗଲା 
 ଛାଡ଼ିଦେଇ ସିଏ ମୋର ହାତ
    ଆଉ ଏ ଶ୍ରାବଣ ମାସେ 
 ମନ ମୋର ଗାଉ ନାହିଁ ଗୀତ ।
   ପୁଅ ବୋହୂ ଝିଅ ଜୋଇଁ
ନାତି ନାତୁଣୀ ଦେଲେ ଯେତେ ଶ୍ରଦ୍ଧା 
    ମନେ ପଡିଗଲେ ସାଥୀ 
ଆଖି ଲୁହ ମାନେ ନାହିଁ ବାଧା ।
    ସାଥୀ ସିନା ପାଶେ ଥିଲେ 
     ସବୁ ବର୍ଷା ଲାଗଇ ମଧୁର  
     ଆକାଶରେ ମେଘ ଦେଖି 
     ନାଚି ଯାଏ ମନର ମୟୂର ।
     ସାଥୀ ସାଥେ ଭିଜୁ ଥିଲେ 
   ଦେହ ଥଣ୍ତା ମନ ଲାଗେ ଉଷ୍ମ 
      ଜଣା ପଡ଼େ ନାହିଁ କିଛି 
  କିବା ଶୀତ ଆଉ କିବା ଗ୍ରୀଷ୍ମ ।
      ଶ୍ରାବଣଟା ମୂଲ୍ୟ ହୀନ 
  ମୋ ଲାଗି ସାଥୀ ନାହିଁ ଯେଣୁ
      ଶାନ୍ତ ହୋଇ ଯାଇ ଅଛି 
କେଉଁ କାଳୁ ମୋ ମନର ବେଣୁ ।

ରାଉରକେଲା

Related posts

ବେଆଇନ ପାଚେରୀ ନିର୍ମାଣ ବିରୋଧରେ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଜାତୀୟ ସଡକ ନିରାପତ୍ତା କ୍ଷୁଦ୍ର ଚଳଚ୍ଚିତ୍ର ରେ କୋକସରା ବ୍ଲକ ଓମ ଙ୍କ କମାଳ

Sunil Chandra Nayak

କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳ ରେ ତବଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!