ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବକ ଙ୍କୁ ନିର୍ମମ ହତ୍ୟା ଘଟଣା ସାଇଣ୍ଟିଫିକ ଟିମ ଓ ପୁଲିସ ର ତଦନ୍ତ ଜାରି ୨ ଅଭିଯୁକ୍ତ ଅଟକ

କୋକସରା,୩୦/୧୧ –  (ମ ନି ସ)  କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗାଁରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା ଅଭିଯୋଗ ପରେ କୋକସରା ପୁଲିସ ଘଟଣାର ତଦନ୍ତ ଜାରି କରିଛନ୍ତି। ମଙ୍ଗଳବାର ଘଟଣାରେ ସାଇଣ୍ଟିଫିକ ଟିମ ସାହାଯ୍ୟରେ ପୁଲିସ ତଦନ୍ତ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ସୁଚନା ମତେ ସୋମବାର ସନ୍ଧ୍ୟାରେ କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗ୍ରାମ ନିକଟରେ ଥିବା ଏକ ଧାନ ଖଳାରେ ସେହି ଗ୍ରାମର ଦୟାନିଧି ଦୁଣ୍ଡକିଆ(୫୨)ଙ୍କୁ ପଥର ରେ ଛେଚି ନିର୍ମମ ଭାବେ ହତ୍ୟା ଘଟଣାରେ ମୃତକଙ୍କ ପତ୍ନୀ ସାଧନୀ ଦୁଣ୍ଡକିଆ ହତ୍ୟା ଅଭିଯୋଗ ଆଣିବା ସହ ଜମିବାଡ଼ି ବିବାଦକୁ ନେଇ ବଡ଼ ବାପାଙ୍କ ପୁଅ ରୂପଧର ଦୁଣ୍ଡକିଆ ଓ କାକା ପୁଅ ଦେବରାଜ ଦୁଣ୍ଡକିଆ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଜାରି ରଖିଛନ୍ତି।ସାଇଣ୍ଟିଫିକ ଟିମ ରିପୋର୍ଟ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟା ଘଟଣାର ସମସ୍ତ ତଥ୍ୟ ସାମ୍ନାକୁ ଆସିବା ନେଇ ପୁଲିସ ସୁଚନା ଦେବାସହ ଏହି ହତ୍ୟା ଅଭିଯୋଗରେ ୨ ଜଣ ଅଭିଯୁକ୍ତ ଦେବରାଜ ଦୁଣ୍ଡକିଆ ଓ ରୂପଧର ଦୁଣ୍ଡକିଆଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ସୂଚନା ଦେବାସହ ଏ ସଂକ୍ରାନ୍ତରେ ଥାନା କେଶ ନମ୍ବର ୨୯୬/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ।

ମସିହା ନିଉଜ ସର୍ଭିସ୍ 

Related posts

ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଚଳ ଚଞ୍ଚଳ ଢେ଼ଙ୍କାନାଳ

Sunil Chandra Nayak

ଖଜୁରପଡା ରେ ଦିନ ଦ୍ବିପହରରେ ଡକାୟତି , ପୋଲିସ କୁ ଚାଲେଞ୍ଜ

Sunil Chandra Nayak

ଗୋଳାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!