ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଶ୍ରୀୟାଚାଣ୍ଡାଳୁଣୀ

ଶ୍ରୀୟାଚାଣ୍ଡାଳୁଣୀ

ମଗୁଶିରମାସ ଗୁରୁବାର ଦିନ 
ଅତି ପ୍ରିୟ ଲକ୍ଷ୍ମୀଙ୍କର 
ଭକତି ଅନ୍ତରେ ମାଆଙ୍କୁ ପୂଜିଲେ
କୃପା ମିଳେ ମାଆଙ୍କର।। 
ନଗର ବାହାରେ କୁଡିଆ ଖଣ୍ଡିଏ
ଶ୍ରୀୟାଚାଣ୍ଡାଳୁଣୀ ଘର
ଶୁଦ୍ଧପୂତ ହୋଇ ଭକତି ଅନ୍ତରେ 
ପୂଜା କରିଲା ତାଙ୍କର।। 
ପାହାନ୍ତାରେ ଉଠି ଗୋବରରେ ଲିପି
ନିଜ ଘର ଶୁଦ୍ଧ କଲା
ଷୋଳ କୋଠି ପଦ୍ମ ପାଦ ଝୋଟି ଚିତା
ଅଗଣାରେ ଆଙ୍କି ଥିଲା।। 
ନଗରରେ ବୁଲି ଘର ଘର ଲକ୍ଷ୍ମୀ 
ଶୁଚିମନ୍ତ ନଦେଖିଲେ
ଶ୍ରୀୟା ଘର ଷୋଳକୋଠି ପଦ୍ମ ଦେଖି
ତା ଘରେ ବିଜୟ କଲେ।। 
ପୂଜାରେ ତାହାର ସନ୍ତୁଷ୍ଟ ହୋଇଣ
ମାତା ବର ଯାଚି ଦେଲେ
ଗୋଗୋଷ୍ଠକୁ ଗାଈ କୋଳକୁ ସନ୍ତାନ 
ପ୍ରସନ୍ନ ହୋଇଣ ଦେଲେ।। 
ଘର ଖଣ୍ଡି ତାର ବଲୁରୀ ବସାରୁ
ରାଜ ପ୍ରାସାଦ ହୋଇଲା
ଭକତି ବଳରେ ମାଆ ଲକ୍ଷ୍ମୀଙ୍କର
କୃପା ସିଏ ଲଭିଥିଲା।। 
ଧନ୍ୟ ଶ୍ରୀୟା ତୁହି ଚଣ୍ଡାଳୁଣୀ ହୋଇ
ଲକ୍ଷ୍ମୀଙ୍କୁ ପ୍ରସନ୍ନ କଲୁ
କାଳ କାଳ ପାଇଁ ଏମହୀ ମଣ୍ଡଳେ
ଯଶ କିର୍ତ୍ତୀ ରଖିଗଲୁ।। 

ବନଲକ୍ଷ୍ମୀ ମହାନ୍ତି

 ନଡିଆବରାଇ , କେନ୍ଦ୍ରାପଡ଼ା ।।

Related posts

ଜ୍ୟୋସ୍ନା ରାଣୀ ଦେବୀ ଙ୍କ କବିତା ଜନମ ଭୂଇଁ

Sunil Chandra Nayak

ତୃପ୍ତି ରାଣୀ ପାତ୍ର ଙ୍କ କବିତା କୃଶ ପରେ ଯୀଶୁ

Sunil Chandra Nayak

ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ତରଫରୁ ଜିଲ୍ଲାପାଳ ଙ୍କୁ ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

Leave a Comment

error: Content is protected !!