ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

କାମାକ୍ଷାନଗର (ମସିହା )୦୧/୧୨_ଭାରତୀୟ ଷ୍ଟେଟବ୍ୟାଙ୍କ କାମାକ୍ଷାନଗର ଶାଖାର ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ ଶ୍ରୀ ଅଭୟ କୁମାର ନାୟକ ଙ୍କ ୩୦/୧୧/୨୨ ରିଖ ବୁଧବାର ଦିନ ଅନୁଷ୍ଠିତ ଅବସର କାଳୀନ ସଭାରେ ସଭାପତିତ୍ବ କରିଥିଲେ ପୂର୍ବତନ ବ୍ୟାଙ୍କ୍ ପରିଚାଳକ ଶ୍ରୀ ରବିନାରାୟଣ ସାହୁ ।ବ୍ୟାଙ୍କ୍ ମ୍ୟାନେଜର ଶ୍ରୀ ସଞ୍ଜୟ କୁମାର ସେଠୀ ଙ୍କ ଆବାହକତ୍ୱରେ ଆୟୋଜିତ ବିଦାୟକାଳୀନ ସଭାରେ ମୁଣ୍ଡିଦେଉଳି ଶାଖା ପରିଚାଳକ ଶ୍ରୀ ଅଜୟ କୁମାର ସାହୁ, ବିରାଶାଳ ମ୍ୟାନେଜର ଶ୍ରୀ ପବିତ୍ର ମୋହନ ପ୍ରଧାନ ,ସମସ୍ତ ସହକର୍ମୀ ଓ ଗ୍ରାହକ ସେବା କେନ୍ଦ୍ର ର ପରିଚାଳକ ଙ୍କ ଗହଣ ରେ ସମସ୍ତେ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଉପଢୌକନ, ମାନ ପତ୍ର ଓ ସମସ୍ତଙ୍କର ଭଲ ପାଇବାର ପ୍ରତୀକ ସ୍ୱରୂପ ବିଦାୟୀ ଅଭିଭାଷଣ ଦେଇଥିଲେ।ଗ୍ରାହକ ପ୍ରେମୀ ଶ୍ରୀ ଅଭୟ କୁମାର ନିଜ ବିଦାୟୀ ଭାଷଣ କୁ ଅଶ୍ରୁଳ ଆଖିରେ ପ୍ରଦାନ କରିଥିଲେ।ଏକ ଭାବ ବିହ୍ବଳ ପରିସ୍ଥିତି ରେ ଆୟୋଜକ ଶ୍ରୀକାନ୍ତ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ (ମସିହା )

Related posts

ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଘଟଣା – ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କଲା ରାଇଘର ସାମ୍ବାଦିକ ସଂଘ  

Sunil Chandra Nayak

ଢେଙ୍କାନାଳ ଅଭିକର୍ତ୍ତା ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣା

Sunil Chandra Nayak

ପୂଜା ଜ୍ୱେଲସ ଦୋକାନୀ ହାତରୁ ଅଳଙ୍କାର ବ୍ୟାଗ ଲୁଟି ନେଲେ ଦୁର୍ବୃତ୍ତ

Leave a Comment

error: Content is protected !!