ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଦେବୀ ଙ୍କ କବିତା “ପଦ୍ମାଳୟା”

“ପଦ୍ମାଳୟା”

ରାଗ-ନଟ ବାଣୀ 

ଚନ୍ଦ୍ରକଳା ଦେବୀ

ବରୁଣ’ ଦୁଲଣୀ’ ପଦ୍ମିନୀ’ କମଳା’
କନକ’ ବରନା’ ଶୁଭଶ୍ରୀ’ ଚଞ୍ଚଳା’ ||
ଦାରିଦ୍ର୍ୟ’ ଭଂଜନୀ’ ସଂପଦ’ ଦାୟିନୀ’
ଶଶାଙ୍କ’ ଭଗିନୀ’ ସନ୍ତାପ’ ହାରିଣୀ’ ||
ବ୍ରହ୍ମାଣ୍ଡ’ ଠାକୁର’ ଶ୍ରୀବିଷ୍ଣୁ’ ମୋହିନୀ’
ଉଲ୍ଲୂକ’ ବାହିନୀ’ କମଳ’ ଧାରଣୀ’ ||
ସଂସାର’କଲ୍ୟାଣୀ’ଅଭୟ’ ଦାୟିନୀ’
ମୋକ୍ଷଦା’ ଜ୍ଞାନଦା’ ବରଦା’ଜନନୀ’ ||
ତ୍ରିଲୋକ’ପୂଜିତା’ କ୍ଷୀରବ୍ଧି’ ତନୟା’
ଦାରିଦ୍ର୍ୟ’ ନାଶିଣ’ କରୁତୁ’ ସୁଦୟା’ ||
ବୈଭବ’ ଶାଳିନୀ’ଐଶ୍ଚର୍ଯ୍ୟ’ ଦାୟିନୀ’
ଭକତି’ ଭାବରେ’ ବନ୍ଧାଗୋ’ଜନନୀ’||
ଲକ୍ଷ୍ମୀଙ୍କ’ ପୂଜନ’ ଗୃହର’ ସ୍ୱଚ୍ଛତା’
କୀଟରୁ’ ପତଙ୍ଗ’ ତୋହରି’ ଆଶ୍ରିତା’||
ଅଛୁଆଁ’ ଅଜାତି’ ନଥାଏ’ ତୋଠାରେ’
ସ୍ୱଚ୍ଛତା’ଯେଉଁଠି’ପ୍ରବେଶ’ସେଠାରେ’||
ଅନ୍ୟାୟ’ ଅନୀତି’ ଦୁର୍ନୀତି’ କଳହ’
ସେସ୍ଥାନ’ ବର୍ଜନ’ ହୋଇଣ’ଅସହ୍ୟ’ ||
ଶ୍ରୀୟାର’ ଭକ୍ତିରେ’ ସନ୍ତୁଷ୍ଟ’ ହୋଇଲୁ’
ସକଳ’ କ୍ଷେତ୍ରରେ’ ସମ୍ମାନ’ କରିଲୁ’ ||
ସୁଦଶା’ ବ୍ରତଟି’ ପ୍ରିୟଯେ’ ତୁମର’
ଦଶମୀ’ ତିଥିରେ’ ଭ୍ରମଣ’ ନଗର’ ||
ହେମନ୍ତ’ ଋତୁରେ’ ତୋହରି’ପୂଜନ’
ଭକତି’ ଭାବରେ’ ପୁଜଇ’ ଯେଜନ’ ||
ସକଳ’ ସୌଭାଗ୍ୟ’ପ୍ରାପତି’ହୁଅଇ’
ଲକ୍ଷ୍ମୀର’ ସୁଦୟା’ ସର୍ବଦା’ରହଇ’ ||
ତୁମରି’ ପୟରେ’ ନେଉଛି’ ଶରଣ’
ସରବ’ ଵିପଦୁ’ କରମା’ ତାରଣ’ ||

ବନ୍ଧୁଗାଁ,କୋରାପୁଟ

Related posts

ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନକୁ ଶ୍ରେଷ୍ଠ ଯୁବ ଅନୁଷ୍ଠାନ ପୁରସ୍କାର

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଭୋଦୁଅ ଆସିଛି

Sunil Chandra Nayak

ମାଛ ଧରିବାକୁ ଯାଇ ବଜ୍ରାଘାତରେ ଯୁବକ ମୃତ

Sunil Chandra Nayak

Leave a Comment

error: Content is protected !!