ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଙ୍କଡ଼ାହାଡ଼ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଏଡ଼ସ ଦିବସ ପାଳିତ

ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ, କଙ୍କଡ଼ାହାଡ଼ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଡିସେମ୍ବର ପହିଲା, ଗୁରୁବାର ଦିନ ଯୁବ ରେଡକ୍ରସ୍ ଓ ରେଡ ରିବନ କ୍ଲବ ଆନୁକୂଲ୍ୟରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁଙ୍କ ସଭାପତିତ୍ବରେ ଯୁବ ରେଡକ୍ରସ୍ ଓ ରେଡ ରିବନ କ୍ଲବ ସ୍ବେଚ୍ଛାସେବୀ ମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଡ଼ସ ରୋଗ ଦ୍ବାରା ଆକ୍ରାନ୍ତ ହେଲେ ମୃତ୍ୟୁ ନିଶ୍ଚିତ ଏବଂ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିଥାଏ ବୋଲି ଅଧ୍ୟକ୍ଷ ସ୍ବେଚ୍ଛାସେବୀ ମାନଙ୍କୁ ସତର୍କ କରାଇ ଥିଲେ । ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ପ୍ରେମାନନ୍ଦ ନାୟକ ସଭାରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଏଡ଼ସ ରୋଗରୁ ରକ୍ଷା ପାଇବାର ମନ୍ତ୍ର , ଏହାର ସଂକ୍ରମଣ ମାଧ୍ୟମ ଗୁଡିକ ବିଷୟରେ ସଚେତନ କରାଇଥିଲେ । ଉକ୍ତ ସଭାରେ ସ୍ବେଚ୍ଛାସେବୀ ବଳରାମ ସିଂହ, ସୁପ୍ରିୟା ନାୟକ ଏବଂ ମାମା ଘଡେ଼ଇ ଇତ୍ୟାଦି ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ଘୃଣା ନକରିବା ନିମନ୍ତେ ନିଜର ଅନ୍ୟ ସ୍ବେଚ୍ଛାସେବୀ ମାନଙ୍କୁ ଆହ୍ବାନ ଦେଇଥିଲେ । ଅନୁଷ୍ଠାନର କର୍ମଚାରୀ ବସନ୍ତ କୁମାର ସାହୁ, ବସନ୍ତ କୁମାର ଦାସ,ଅଭୟ କୁମାର ସାହୁ, ନିଳାମ୍ବର ପରିଡ଼ା,ରବି ମହନ୍ତ ଏବଂ ପ୍ରଦୀପ ବେହେରା ସଭା କାର୍ଯ୍ୟରେ ସହଯୋଗ କରିଥିଲେ ।ଯୁବ ରେଡକ୍ରସ୍ କାଉନସିଲର ଅଧ୍ୟାପକ ଲକ୍ଷ୍ମୀକାନ୍ତ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ (ମସିହା )

Related posts

ଭୁବନେଶ୍ୱର – ଡ଼ଃ ସୁକାନ୍ତି ମିଶ୍ର ପାଇଲେ ଚଳିତ ବର୍ଷର ପ୍ରକୃତି ମିତ୍ର ପୁରସ୍କାର

କେନ୍ଦ୍ରୀୟ ବିଦ୍ୟାଳୟ ରାଜ୍ୟ ସ୍ତରୀୟ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ୧୪ ବର୍ଷ ତଳ ବର୍ଗରେ ରାଇରଙ୍ଗପୁରର ବଦ୍ରିପ୍ରସାଦ୨ୟ ଓ ମନିଷ ୪ର୍ଥ

Sunil Chandra Nayak

ରିମଝିମ୍ କମ୍ପାନୀରେ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ପ୍ରସଙ୍ଗ – ୨୦୨୩ ଜାନୁଆରୀ ଶେଷ ସୁଦ୍ଧା ସମସ୍ତଙ୍କୁ ମିଳିବ ଚାକିରୀ

Sunil Chandra Nayak

Leave a Comment

error: Content is protected !!