ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇଟିସି ମିଶନ ଶୁନେହେରା କଲ୍ ପ୍ରକଳ୍ପ ଆନୁକୂଲ୍ୟରେ କୃଷି ଭିତ୍ତିକ କର୍ମଶାଳା ଅନୁଷ୍ଠିତ

 ଭବାନୀ ପାଟଣା / ମ ନି ସ/କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଇଟିସି ମିଶନ ଶୁନେହେରା କଲ୍ ପ୍ରକଳ୍ପ ଆନୁକୂଲ୍ୟରେ ମାନବ ଅଧିକାର ସେବା ସମିତି ପକ୍ଷରୁ ଆଗାମୀ ରବି ଋତୁ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ପ୍ରକଳ୍ପ ଜିଲ୍ଲା ସଂଯୋଜକ ପ୍ରଦ୍ୟୁମ୍ନ କୁମାର ସା ଓ ପ୍ରକଳ୍ପ ସଂଯୋଜକ କିରଣ କୁମାର ଦାସ ସ୍ବାଗତ ଭାଷଣ ଦେଇ ପ୍ରକଳ୍ପ ତରଫରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ଯଥା, କୃଷକ କ୍ଷେତ୍ର ବିଦ୍ୟାଳୟ ମାଧ୍ୟମରେ ତାଲିମ୍ ପ୍ରଦାନ କରିବା, କୃଷି ସମ୍ବନ୍ଧୀୟ ପରିଯୋଜନା ଗୁଡିକର ସଚେତନତା ସୃଷ୍ଟି କରିବା, ଆଦର୍ଶ କ୍ଷେତ୍ର ପ୍ରଦର୍ଶନୀ କରିବା ଆଦି ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଆଇଟିସି ର ବରିଷ୍ଠ କାର୍ଯ୍ୟକ୍ରମ ପରିଚାଳକ ଅତନୁ ଚାଟାର୍ଜୀ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ବିସ୍ତୃତ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିକାଶ ଅଧିକାରୀ ଶ୍ରୀ ସଚିନ ପାୱାର୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଶ୍ରୀ କିଶୋର କୁମାର୍ ମହାଲିଂ, ଜିଲ୍ଲା କୃଷି ଅଧିକାରୀ ଶ୍ରୀ ନାରାୟଣ ଉପାଧ୍ୟାୟ, ଅଗ୍ରଣୀ ବ୍ୟାଙ୍କ୍ ପରିଚାଳକ ଶ୍ରୀ ଧ୍ରୁବ ପ୍ରସାଦ ସିଂ, ସହକାରୀ କୃଷି ନିର୍ଦ୍ଦେଶକ ମୃତ୍ତିକା ବିଭାଗ ଶ୍ରୀ ଶୁଭେନ୍ଦୁ କର, କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଶ୍ରୀ ତ୍ରିବିଜୟୀ ବଡ଼ନାୟକ, ଜିଲ୍ଲା ପରିମଳ ପରାମର୍ଶଦାତା ଶ୍ରୀମତୀ ଅନାମିକା ପ୍ରଧାନ ତଥା ବିଭିନ୍ନ ବ୍ଲକ୍ ରୁ କୃଷି ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ସାମିଲ୍ ହୋଇଥିଲେ । ଗୋଷ୍ଠୀ ସଂଯୋଜକ କୁବେର ବୁଡେକ୍ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଭୋଳାମଣି ବାଗ୍, ଉମାକାନ୍ତ କଟା, ଥବିର ସା ପ୍ରମୁଖ ସହଯୋଗ କରିଥିଲେ ।

ମସିହା ନିଉଜ ସର୍ଭିସ୍

Related posts

ନର୍ଲା – ଗ୍ରାମ ପଞ୍ଚାୟତ ମାନଙ୍କରେ ନାଏବ ସରପଞ୍ଚ ପାଇଁ ନିର୍ବାଚନ ଶାନ୍ତି ଶୃଙ୍ଖଳା ମଧ୍ୟରେ ଶେଷ

Sunil Chandra Nayak

ମହା ସମାରୋହରେ ପାଳିତ ହେଲା ଗରିମା-୨୦୨୨

Sunil Chandra Nayak

ଜଣା ଅଜଣା – ଓଡ଼ିଶା ରୁ ଆଉ ଜଣେ ମଧ୍ୟ ରାଷ୍ଟ୍ରପତି ଥିଲେ – ଭି ଭି ଗିରି

Sunil Chandra Nayak

Leave a Comment

error: Content is protected !!