ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପିଞ୍ଛାବଣିଆଁ ଗୁରୁକୁଳ ଆଶ୍ରମ ପରିସରରେ ସେବାକାର୍ଯ୍ଯ ଅନୁଷ୍ଠିତ

 ବାଲେଶ୍ଵର,୦୨/୧୨/୨୨ – ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରୂପସା ସାମିଲ ହସନପୁର ପଞ୍ଚାୟତ ଅଧିନରେ ଥିବା ପିଞ୍ଛାବଣିଆଁ ଗ୍ରାମରେ ଅବସ୍ଥିତ ବୈଦିକ ଗୁରୁକୁଳ ଆଶ୍ରମ ପରିସରରେ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ବାଲେଶ୍ଵର ପକ୍ଷରୁ ଯୋଗ, ବିଶ୍ଵକଲ୍ୟାଣ ଯଜ୍ଞ, ଗୋମାତା ସେବା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ଆଶ୍ରମରେ ରହୁଥିବା ବ୍ରହ୍ମଚାରୀ ମାନଙ୍କ ପାଇଁ ଅନ୍ନ, ପାଠ୍ୟ ସାମଗ୍ରୀ ଏବଂ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଆଶ୍ରମର ସଂଚାଳକ ଆଚାର୍ଯ୍ୟ ବିଜୟ ଜୀ ଙ୍କ ପୈାରହିତ୍ୟରେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ ହୋଇଥିଲା । ଯୋଗ ମହୋତ୍ସବର ସଭାପତି ସୁଜିତ୍ କୁମାର ଜେନା, ଆଚାର୍ଯ୍ୟ ବିଜୟ ଜୀ ଓ ଆଶ୍ରମର ପ୍ରମିଳା ଗୁରୁମା ଶିବିରାର୍ଥୀ ମାନଙ୍କୁ ଯୋଗ ପ୍ରଶିକ୍ଷଣ କରାଇଥିଲେ । ଆଚାର୍ଯ୍ୟ ବିଜୟ ଜୀ ଯଜ୍ଞ ପରିଚାଳନା କରିଥିଲେ । ବିଶ୍ବ କଲ୍ୟାଣ ପାଇଁ ସମସ୍ତେ ସାମୁହିକ ଭାବରେ ଯଜ୍ଞରେ ଆହୁତି ପ୍ରଦାନ କରିଥିଲେ । ଏହି ମହାନ ସେବା କାର୍ଯ୍ୟରେ ରାଜ୍ୟ ସରକାରୀ କର୍ମଚାରୀ ସଂଘ ବାଲେଶ୍ବରର ସଭାପତି ଇଂ ବନମାଳୀ ନାୟକ, ସମ୍ପାଦକ ବସନ୍ତ କୁମାର ନାୟକ, ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ, ଯୁଗ୍ମ ସମ୍ପାଦିକା ସାବିତ୍ରୀ ଦାସ, କୋଷାଧ୍ୟକ୍ଷ ଦାମୋଦର ନାୟକଙ୍କ ସମେତ କେଶବ ଚନ୍ଦ୍ର ମହାନ୍ତି, ମୌସୁମୀ ମହାନ୍ତି, ପ୍ରାଣକୃଷ୍ଣ ମହାପାତ୍ର, ସୁମତି ମହାପାତ୍ର, ରୀତା ରାୟ, ଜ୍ୟୋତ୍ସ୍ନା ରାୟ, ଜ୍ୟୋତ୍ସ୍ନାରାଣୀ ଜେନା, କାମିନୀକାନ୍ତ ପାଢ଼ୀ ପ୍ରମୁଖ ବ୍ୟକ୍ତିଗଣ ଗୁରୁକୁଳ ସେବାକାର୍ଯ୍ୟରେ ଯୋଗଦାନ କରିଥିବାରୁ ଯୋଗ ମହୋତ୍ସବ ସମିତିର ସଭାପତି ସୁଜିତ୍ କୁମାର ଜେନାଙ୍କ ସମେତ ଉପସ୍ଥିତ ସମସ୍ତ ଅତିଥିମାନଙ୍କ ସହଯୋଗ ଓ ସେବା କାର୍ଯ୍ୟପାଇଁ ଗୁରୁକୁଳ ତରଫରୁ ଗଣେଶ କୁମାର ପାଢ଼ୀ ଅତିଥି ମାନଙ୍କୁ ଧନ୍ୟବାଦ ଜଣାଇ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସାହାଜଖୋଲ ଜଙ୍ଗଲରୁ ପିକଅପ ଗାଡି ସହ ବ୍ୟାପକ ମାତ୍ରାରେ ଗଞ୍ଜେଇ ଜବତ, ଜଣେ ଗିରଫ

Sunil Chandra Nayak

ମାଝୀଗୁଡାରେ କୁରାଲ ଦେବତାଙ୍କ ପୂଜା ଆରମ୍ଭ

Sunil Chandra Nayak

ବିଭିନ୍ନ ସ୍ଥାନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

Sunil Chandra Nayak

Leave a Comment

error: Content is protected !!