ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆରଆଇଟିରେ ବିଶ୍ବ ଏଡ୍ସ ଦିବସ ପାଳିତ

ରାଉରକେଲା/ କଲୁଙ୍ଗା ସ୍ଥିତ ଆରଆଇଟି ରେ ବିଶ୍ବ ଏଡ୍ସ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ରଶ୍ମିତା ଟେଟେ ଙ୍କ ଅଧ୍ୟକ୍ଷତା ଓ ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲାଠିକଟା ସ୍ବାସ୍ଥ୍ୟ ସେବା କେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ସସ୍ମିତା ବେହେରା ମୁଖ୍ୟଅତିଥି ଓ ଏମସିଏ/ ଏମବିଏ ବିଭାଗର ନିର୍ଦ୍ଦେଶକ ଡଃ ଶିଶିର କୁମାର ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଡ୍ସ ଦିବସ ପାଳନର ଆବଶ୍ୟକତା, ଏଥି ନିମନ୍ତେ ସଚେତନତା ଆଦି ଉପରେ ଗୁରୁତ୍ବାରୋପ କରିଥିଲେ । ମୁଖ୍ୟଅତିଥି ଡାକ୍ତର ବେହେରା ଏଡ୍ସ ହେବାର କାରଣ ଓ ନିରାକରଣ ସଂପର୍କରେ ଆଲୋଚନା କରିବା ସହ ଏଥିରୁ କିପରି ନିସ୍ତାର ମିଳିବ ସେ ସଂପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଡଃ ଚୌଧୁରୀ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ସହ ବିଭିନ୍ନ ଉଦାହରଣ ଦେଇ ଛାତ୍ରମାନଙ୍କୁ ସଚେତନ କରାଇଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷତା କରୁଥିବା ସୁଶ୍ରୀ ଟେଟେ ସ୍ବାଗତ ଅଭିଭାଷଣ ରଖିବା ସହ ଏଭଳି ଆଲୋଚନା ଚକ୍ର ମାଧ୍ୟମରେ ସମାଜର ଲାଭ ହୋଇପାରିବ ବୋଲି କହିଥିଲେ । ଏହି ଅବସରରେ ଛାତ୍ର ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟଅତିଥି ଡାକ୍ତର ବେହେରା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପାଧ୍ୟକ୍ଷ ପ୍ରଭଞ୍ଜନ ବେହେରା, ସଂପାଦକ ପଦ୍ମଲୋଚନ ପଟେଲ, ଫେଲିକ୍ସ ଖେସ, ଜଗନ୍ନାଥ ରଥ , ସୂର୍ଯ୍ୟ ପରିଡା,ଶଙ୍କର ପ୍ରଧାନ, ଦେବେନ୍ଦ୍ର ବେହେରା, ନୀଳକଣ୍ଠ ପ୍ରଧାନ,ଅମୂଲ୍ୟ ଚୌଧୁରୀ, ସଞ୍ଜୁ କିଶାନ, ଉମଙ୍ଗ ପ୍ରଧାନ,କୁଆର ମିଞ୍ଜ,ରଶ୍ମିରଂଜନ ମହନ୍ତ, ଅଭିଷେକ ହରୋ,ଲଳିତ ରଜାକ, ବଟକୃଷ୍ଣ ଭୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ସଂଯୋଜକ ଶ୍ରୀ ରାଉତ ଅତିଥିଙ୍କ ପରିଚୟ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶ୍ରୀମାଙ୍କ ଜନ୍ମଜୟନ୍ତୀ ପାଳିତ

Sunil Chandra Nayak

ପ୍ରକାଶ ପରିଡ଼ା ହେଲେ ଜିଲ୍ଲା ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ କିରାଣୀ ସଂଘର ସଭାପତି

Sunil Chandra Nayak

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଓ ଦଶମ ରେଜଲ୍ଟ : ଟର୍ମ-୨ ସହ ଫାଇନାଲ ପରୀକ୍ଷା ଫଳ ପ୍ରକାଶ

Sunil Chandra Nayak

Leave a Comment

error: Content is protected !!