ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ଠାରେ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ-୨୦୨୩ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଧର୍ମଗଡ ଠାରେ ଆସନ୍ତା ୧୫,୧୬ ଓ ୧୭ ଜାନୁଆରୀ ରେ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ-୨୦୨୩ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଧର୍ମଗଡ ଉପଜିଲ୍ଲାପାଳ ତଥା ଉତ୍ସବ ପାଳନ କମିଟି ଅଧ୍ୟକ୍ଷ ବେଦ ଭୁଷଣ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧୀରଜ ଚୋପଦାର, ସହ ଜିଲ୍ଲାପାଳ ଚିନ୍ମୟ ନାୟକ, ତହସିଲଦାର ହରେକୃଷ୍ଣ ବରିହା, ସବ ରେଜିଷ୍ଟ୍ରାର ଅଜିତ ଶବର, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଷୀ, ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି, ଉପାଧ୍ୟକ୍ଷା ମନିଷା ମିଶ୍ର ପ୍ରମୁଖ ମଂଚାସିନ ଥିଲେ । ଏହି ଅବସରରେ ଧର୍ମଗଡ ଠାରେ ଆୟୋଜିତ ହେବାକୁ ଥିବା ସମ୍ପ୍ରସାରିତ କଳାହାଣ୍ଡି ଉତ୍ସବ କିପରି ଶାନ୍ତି ଶୃଙ୍ଖଳା ର ସହ ଆୟୋଜିତ ହୋଇ ପାରିବ ସେ ସମ୍ପର୍କ ରେ ବିଷଦ୍ ଭାବେ ଆଲୋଚନା କରାଯାଇଥିଲା । କରୋନା କଟକଣା ପୁର୍ବରୁ ଥିବା ବିଗତ ବର୍ଷର ବିଭିନ୍ନ କମିଟି ପୁଣି ଥରେ କାର୍ଯ୍ୟ କରିବେ ବୋଲି ବୈଠକରେ ସମ୍ମତି ପ୍ରକାଶ ପାଇଥିଲା ଓ କିଛି କମିଟିର ଅଧ୍ୟକ୍ଷ ଙ୍କୁ ବାଦ୍ ଦିଆଯାଇ ନୂଆ ଅଧ୍ୟକ୍ଷ ମନୋନୀତ କରଯାଇଥିଲା। ଏହି ବୈଠକରେ ଅର୍ଥ କମିଟି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ , ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଭାବେ ଅଶୋକ କୁମାର ମହାନ୍ତି,ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ, କ୍ରୀଡା କମିଟି ଅଧ୍ୟକ୍ଷ ଭାବେ ସନ୍ତୋଷ କୁମାର ପାଣିଗ୍ରାହି, ସ୍କୁଲ କଲେଜ ସ୍ତରୀୟ ପ୍ରତିଯୋଗିତା କମିଟି ଅଧ୍ୟକ୍ଷ ନବ କିଶୋର ସାହୁ, ଘୁମୁରା କମିଟି ଅଧ୍ୟକ୍ଷ ରମଣୀ ଜାଲ, କଳସ ଯାତ୍ରା କମିଟି ଅଧ୍ୟକ୍ଷ ଅଜୟ ନାଏକ, ଖାଦ୍ୟ କମିଟି ଅମରଜିତ ଦାସ ଙ୍କ ସମେତ ଅନ୍ୟାନ୍ୟ କମିଟି ର ଅଧ୍ୟକ୍ଷ ସମେତ ବୈଠକରେ କୋର୍ କମିଟିର ସଦସ୍ୟ ଆଇନଜୀବି ଭବାନୀ ଚରଣ ଦାସ, ଆଇନ୍ ଜିବୀ ସନ୍ତୋଷ ମେହେର, ରାଜେନ୍ଦ୍ର ମୁନି, ହୃଷୀକେଶ ମିଶ୍ର, ବରିଷ୍ଠ ସାମ୍ୱାଦିକ ବିଦ୍ୟାଧର ସାହୁ, ଇଙ୍ଗିତ ପଣ୍ଡା, ଅଂଶୁମାନ ପାତ୍ର, ବୈଦ୍ୟନାଥ ବେହେରା, ଚନ୍ଦ୍ର ଲହଜଲ, ହରେକୃଷ୍ଣ ପଣ୍ଡା, ପୁର୍ବତନ ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ବିବେକ ରଞ୍ଜନ ମିଶ୍ର, ଘନଶ୍ୟାମ ଅଗ୍ରୱାଲ ଓ ଅନ୍ୟମାନଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଲୋକ ସମ୍ପର୍କ ଅଧିକାରୀ ରମେଶ ସିଂ କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଅକ୍ଷୟ ତୃତୀୟା

କଳାକାର ସଂଘର ବୈଠକ ଅନୁଷ୍ଠିତ

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଙ୍କ ସ୍ମୃତି ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!