ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ଓ ଗଣଶିକ୍ଷକ ସଂଘ ର ଦାବିପତ୍ର ପ୍ରଦାନ

ପାପଡାହାଣ୍ଡି,03/12, ମନିସ -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡର ) ଓ ଗଣଶିକ୍ଷକ ସଂଘର 8 ଦଫା ସମ୍ବଳିତ ଦାବିପତ୍ର ବିଇଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଛି | ଏ ନେଇ ପାପଡାହାଣ୍ଡି ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣ ରୁ ଶୋଭାଯାତ୍ରା ବାହାରି ହାତରେ ଫ୍ଲାଗ କାର୍ଡ ଧରି ସ୍ଲୋଗାନ ଦେଇ ନାରାବାଜି କରି ବିଇଓଙ୍କ କାର୍ଯ୍ୟାଳୟ ପହଂଚିଥିଲେ | ଏହା ପରେ ବିଇଓ ବିରେନ୍ଦ୍ର କୁମାର ପାଢ଼ୀକୁ 8 ଦଫା ଦାବିପତ୍ର ପ୍ରଦାନ କରିଥିଲେ | ଦାବିପତ୍ର ଗୁଡିକ ହେଲା ଗଣ ଶିକ୍ଷକ କୁ ନିୟମିତ କରିବା, ଏକ୍ସ କ୍ୟାଡର କୁ ଉଛେଦ କରିବା, ଟ୍ରେଜେରୀ ମାଧ୍ୟମ ରେ ଦରମା ପ୍ରଦାନ କରିବା, ଏକ୍ସ କ୍ୟାଡର ଶିକ୍ଷକ ମାନଙ୍କୁ ସମଗ୍ର ଶିକ୍ଷା ଅଭିଯାନ ରେ କରାଯାଇଥିବା ଡେପୁଟେସନ ବାତିଲ କରିବା ଏଭଳି 8 ଦଫା ଦାବି ପ୍ରଦାନ କିରାଯାଇଛି | ଶୋଭାଯାତ୍ରା ରେ ଓ ଦାବିପତ୍ର ପ୍ରଧାନ ସମୟରେ ସଂଘ ସଭାପତି ମେଘାସ୍ଥିନ ଜାଲ,ସଂଘ ଉପଦେଷ୍ଟା ପୁର୍ଣଚନ୍ଦ୍ର ପାଢ଼ୀ, ସୁବାଷ ଘଣ୍ଟ, ସୁବାଷ ଚର୍ଚ୍ଚି,ସମ୍ପାଦକ ବସନ୍ତ ନାୟକ,ଜିଲ୍ଲା ସମ୍ପାଦକ ଦିଲୀପ କୁମାର ସ୍ୱାଇଁ ସହ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ ।

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଆଜି ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ। ଅପରାହ୍ଣରେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଦେଖାଯିବ..

Sunil Chandra Nayak

ଦୁଇ ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇଲା ବାମନଘାଟୀ ସାନ୍ତାଳୀ ଏବଂ କୋହ୍ଲ ସମାଜ ଓ୍ବେଲଫେୟାର ଟ୍ରଷ୍ଟ ଆଦିବାସୀ 

Sunil Chandra Nayak

ଲତା ବେହେରା  ଙ୍କ କବିତା ଅତୀତ

Sunil Chandra Nayak

Leave a Comment

error: Content is protected !!