ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୌତୁକ ନିର୍ଯ୍ୟାତନା ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ: ୩ ବର୍ଷ ଜେଲ ଦଣ୍ଡାଦେଶ ଦେଲେ ଧର୍ମଗଡ଼ କୋର୍ଟ

୨୦୧୫ ମସିହାରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଖଇରପଦର ଗ୍ରାମର ସୀମାଞ୍ଚଲ ଭୋଇ ବବିତା ଭୋଇଙ୍କୁ ସାମାଜିକ ରୀତିନୀତି ଅନୁସାରେ ବିବାହ କରିଥିଲେ। ବିବାହର କିଛି ମାସ ପରେ ସ୍ବାମୀ ଓ ପରିବାର ଲୋକ ମିଶି ଯୌତୁକ ପାଇଁ ବବିତାକୁ ଅକଥନୀୟ ଅତ୍ୟାଚାର କରିବା ସହ ପରବର୍ତ୍ତୀ ସମୟରେ ୨୦୧୭ ଅଗଷ୍ଟ ମାସରେ ବିଷ ପିଆଇ ମାରିଦେଇ ଏହାକୁ ସାପକାମୁଡା ଜନିତ ଅପମୃତ୍ୟୁର ରୂପ ଦେଉଥିବା ନେଇ ମୃତ ବବିତାଙ୍କ ଭାଇ ଲୋକନାଥ ବାରିକ ଗୋଲାମୁଣ୍ଡା ଥାନାରେ ଲିଖିତ ଏତାଲା ପ୍ରଦାନ କରିଥିଲେ। ଗୋଲାମୁଣ୍ଡା ପୋଲିସ ଏହାର ତଦନ୍ତ କରି ଥାନା କେଶ ନମ୍ବର ୭୮/ ୨.୮.୨୦୧୭ ବଳରେ ଅଭିଯୁକ୍ତ ସ୍ୱାମୀ ସୀମାଞ୍ଚଳ ଭୋଇ, ଶ୍ୱଶୁର କପିଳ ଭୋଇ, ଦେଢଶୁର ଦିଗାମ୍ବର ଭୋଇ, ଦୁଇ ଜାଆ ସୂର୍ଯ୍ୟକାନ୍ତି ଓ ସରିତା ଭୋଇ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଦୀର୍ଘ ୫ ବର୍ଷ ଧରି ଏହି ମାମଲା ଧର୍ମଗଡ଼ ଅଦାଲତରେ ବିଚାର ଚାଲିଥିଲା। ସାକ୍ଷୀ ମାନଙ୍କ ବୟାନ ଓ ମାମଲାର ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଇ ଧର୍ମଗଡ଼ ସହାୟକ ଦୌରା ଜଜ୍ ଶ୍ରୀ ବିଶ୍ବବିଶୃତ କର ଆଜି ମାମଲା ର ଚୂଡାନ୍ତ ଶୁଣାଣି କରି ଅଭିଯୁକ୍ତ ମାନଙ୍କୁ ଭାରତୀୟ ପିଙ୍ଗଲ କୋଡ଼ ଦଫା ୪୯୮(କ) ଓ ୩୪ ବଳରେ ଦୋଷୀ ସାବ୍ୟସ୍ତ କରି ପ୍ରତ୍ୟେକ ଦୋଷୀ ଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ପାଞ୍ଚ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ସ୍ଥଳେ ଅତିରିକ୍ତ ତିନି ମାସ ଜେଲ ଦଣ୍ଡାଦେଶ ପାଇଁ ରାୟ ପ୍ରଦାନ କରିଛନ୍ତି।ସେହିପରି ଯୌତୁକ ନିରୋଧ ଆଇନ-୪ ବଳରେ ଅଭିଯୁକ୍ତ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରତ୍ୟେକ ଦୋଷୀ ଙ୍କୁ ୧ ବର୍ଷ କାରାଦଣ୍ଡ ଓ ପାଞ୍ଚ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ରେ ଅତିରିକ୍ତ ତିନି ମାସ ଜେଲ ଦଣ୍ଡାଦେଶ ପାଇଁ ରାୟ ପ୍ରଦାନ କରିଛନ୍ତି। ଯୌତୁକ ରାକ୍ଷସର ଦମନ ଓ ସମାଜରେ ଏପରି ଅମାନବୀୟ କାଣ୍ଡ ଭିଆଉଥିବା ଦୁର୍ବୁତ୍ତ ମାନଙ୍କୁ କଠୋର ଦଣ୍ଡ ପ୍ରଦାନ କରି ସମାଜ ପାଇଁ ଏକ ଦୃଷ୍ଟାନ୍ତମୂଳକ ବାର୍ତ୍ତା ପ୍ରଦାନ କରିବାକୁ ମାନ୍ୟବର ଅଦାଲତଙ୍କ ଠାରେ ରାଜ୍ୟ ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି ଦୃଢ ଯୁକ୍ତି ଉପସ୍ଥାପନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ପରିଣତି

Sunil Chandra Nayak

ଡ଼.ଗୋପୀନାଥ ବାଗ ଙ୍କ ଓଡ଼ିଆ କବିତା ଇଂରାଜୀ ରେ ଉନ୍ମୋଚିତ, ବିଭିନ୍ନ ମହଲ ରୁ ଶୁଭେଚ୍ଛା

Sunil Chandra Nayak

ଧବଳେଶ୍ଵର ନାଏକ ମେମୋରିଆଲ କ୍ରିକେଟ , ଉଦ୍ଘାଟନୀ ମ୍ୟାଚରେ ଚିଚିଆ ଦଳ ବିଜୟୀ

Sunil Chandra Nayak

Leave a Comment

error: Content is protected !!